ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆଜି ବିଶ୍ୱ କିଡ୍‌ନୀ ଦିବସ

ଚଳିତବର୍ଷ ‘ବିଶ୍ୱ କିଡ୍‌ନୀ ଦିବସ’ର ବିଷୟବସ୍ତୁ ହେଉଛି ‘କିଡ୍‌ନୀର ଉତ୍ତମ ଯତ୍ନ ପାଇଁ ଜ୍ଞାନର ବ୍ୟବଧାନକୁ ଦୂର କରିବାର ଏକ ସେତୁ ସ୍ଥାପନ( Bridge the knowledge gap to better kidney care)।’ ଏହି ଥିମ୍‌ର ଉଦ୍ଦେଶ୍ୟ ହେଲା କିଡ୍‌ନୀ ରୋଗର ଶୀଘ୍ର ଚିହ୍ନଟ, ପ୍ରତିରୋଧ ଏବଂ ଚିକିତ୍ସା। ତେବେ ପ୍ରତି ୧୦ ଜଣଙ୍କ ମଧ୍ୟରୁ ପ୍ରାୟ ଜଣେ ଏଥିରେ ପ୍ରଭାବିତ ହୋଇଥାନ୍ତି। ୨୦୪୦ ସୁଦ୍ଧା ଏହା ହୋଇପାରେ ମୃତ୍ୟୁର ପଞ୍ଚମ ପ୍ରମୁଖ କାରଣ।

କିଡ୍‌ନୀ ଦାନକୁ ପ୍ରୋତ୍ସାହନ
ଶେଷ ପର୍ଯ୍ୟାୟରେ ପୀଡ଼ିତ ରୋଗୀଙ୍କ ପାଇଁ ସର୍ବୋତ୍ତମ ଚିକିତ୍ସା ହେଉଛି ବୃକ୍‌କ ପ୍ରତିରୋପଣ। ଯାହା ଡାଏଲିସିସ୍ ଅପେକ୍ଷା ଯଥେଷ୍ଟ ଅଧିକ ଦୀର୍ଘସ୍ଥାୟୀ ହେବା ସହ ଜୀବନର ଉନ୍ନତ ଗୁଣବତ୍ତା ପ୍ରଦାନ କରେ। ଜୀବନ୍ତ ଦାତାଙ୍କଠାରୁ କିଡ୍‌ନୀ ପ୍ରତିରୋପଣ ସର୍ବୋତ୍ତମ ଫଳ ପ୍ରଦାନ କରେ | ତେେବ ଏଥିରେ ପ୍ରମୁଖ ପ୍ରତିବନ୍ଧକ ହେଉଛି ଉପଲବ୍ଧ ଅଙ୍ଗଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଅଭାବ। ବର୍ତ୍ତମାନ ସୁଦ୍ଧା ସ୍ୱେଚ୍ଛାକୃତ କିଡ୍‌ନୀ ଦାନ ପ୍ରାୟତଃ ନିସ୍ବାର୍ଥ ଏବଂ ପରୋପକାର ଭାବନା ଯୋଗୁଁ ହେଉଛି। କିନ୍ତୁ ଦାତା ସୁସ୍ଥତାର କିଛି କ୍ଷେତ୍ର ଦୀର୍ଘ ଦିନ ଧରି ଅବହେଳିତ ହୋଇଆସୁଛି। ଯେଉଁଥିପାଇଁ ଅନେକ ସମ୍ଭାବ୍ୟ ଦାତା ଆଗକୁ ଆସି ନ ଥାନ୍ତି।

ଅଧିକ ପଢନ୍ତୁ

ଏବିଓ ଅସଙ୍ଗତ ପ୍ରତିରୋପଣକୁ (ABO incompatible transplant) ପ୍ରୋତ୍ସାହନ
ଅଙ୍ଗଗୁଡ଼ିକର ଉପଲବ୍ଧତା ବୃଦ୍ଧି ପାଇଁ ଏହା ହେଉଛି ଅନ୍ୟ ଏକ ଅଭିନବ ତଥା ସଫଳ ଉପାୟ। ଏହା ଏପର୍ଯ୍ୟନ୍ତ ବ୍ୟାପକ ଭାବରେ ଉପଲବ୍ଧ ନାହିଁ। ସଫଳ ପ୍ରତିରୋପଣ ଏବଂ ଗ୍ରାଫ୍ଟର ଆବାସ ପାଇଁ ରକ୍ତ ଗୋଷ୍ଠୀ ଆଣ୍ଟିବଡିର ମାତ୍ରାକୁ (blood group antibodies) ହ୍ରାସ କରିବା ପାଇଁ ଏବିଓ ଅସଙ୍ଗତ ପ୍ରତିରୋପଣ ପାଇଁ ବିଭିନ୍ନ ଡିସେନ୍ସିଟାଇଜେସନ୍(desensitization ) ପ୍ରକ୍ରିୟା ଆବଶ୍ୟକ। ଏହି ପ୍ରକ୍ରିୟା ଅତ୍ୟଧିକ ବ୍ୟୟ ବହୁଳ।

ସୁଲଭ ଘର ହେମୋଡାଏଲିସିସ୍ (home haemodialysis) କୁ ପ୍ରୋତ୍ସାହନ
ସପ୍ତାହରେ ଦୁଇରୁ ତିନି ଥର ଡାଏଲିସିସ୍ କେନ୍ଦ୍ର ଯିବା ସାଧାରଣତଃ ସମ୍ଭବ ହୋଇ ନ ଥାଏ। ଏହି ବ୍ୟବଧାନକୁ ଦୂର କରିବା ପାଇଁ ହୋମ୍ ଡାଏଲିସିସ୍‌କୁ ଅଧିକ ସୁଲଭ କରାଯିବା ଉଚିତ। ଏହା ସେମାନଙ୍କୁ ସ୍ୱାଭାବିକ ଜୀବନ ଜିଇଁବାର ଆଶା ଦେଖାଏ। ଏହା ସହ ଗମନାଗମନର ଖର୍ଚ୍ଚ କମ୍ ହୁଏ ଏବଂ ମାନସିକ ଶାନ୍ତି ପ୍ରଦାନ କରିଥାଏ। ତେଣୁ ସରକାର ଏହି ଚିକିତ୍ସାକୁ ସୁଲଭ ମୂଲ୍ୟରେ ଉପଲବ୍ଧ କରିବା ଦିଗରେ ଯତ୍ନବାନ ହେବା ଆବଶ୍ୟକ।

ଡାଏଲିସିସ୍ ଟେକ୍ନିସିଆନମାନଙ୍କୁ ପ୍ରୋତ୍ସାହନ
ଏହି ଚିକିତ୍ସାରେ ଡାଏଲିସିସ୍ ଟେକ୍ନିସିଆନ୍ ଏବଂ ନର୍ସଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଏପରିକି ଚିକିତ୍ସା କରୁଥିବା ନେଫ୍ରୋଲୋଜିଷ୍ଟଙ୍କଠାରୁ ସେମାନେ ଚାପଗ୍ରସ୍ତ ପରିସ୍ଥିତିରେ କାମ କରିଥାନ୍ତି। କେହି କେହି ଉପଯୁକ୍ତ ପାରିଶ୍ରମିକ ତଥା ଚାକିରି ସୁରକ୍ଷା ବିନା କାମ କରନ୍ତି । କର୍ପୋରେଟ୍ ଡାକ୍ତରଖାନା ଏବଂ ଷ୍ଟାଣ୍ଡ-ଏଲୋନ୍ ଡାଏଲିସିସ୍ ୟୁନିଟ୍ କ୍ଷେତ୍ରରେ ଏହା ଅଧିକ ମାତ୍ରାରେ ଦେଖାଯାଏ। ଏଣୁ ଏସବୁ ସମସ୍ୟାର ସମାଧାନ କରିବା ଆବଶ୍ୟକ।

ଅଧିକ ଡାକ୍ତରଙ୍କୁ ତାଲିମ ଦିଆଯାଉ
ଏମବିବିଏସ୍‌ ପରେ ଅଧିକାଂଶ ନୂତନ ପାସ୍ ଡାକ୍ତରଙ୍କ ପାଖରେ କିଡ୍‌ନୀ ରୋଗର ଚିକିତ୍ସା ପାଇଁ ବିଶେଷ ଅଭିଜ୍ଞତା ନ ଥାଏ | ଏହା ଛୋଟ ସହର ତଥା ଗ୍ରାମାଞ୍ଚଳରେ ଏକ ବିରାଟ ବ୍ୟବଧାନ ସୃଷ୍ଟି କରିଥାଏ। ବ୍ୟାପକ ମାତ୍ରାରେ ଜନସେବା ପାଇଁ ପ୍ରାଥମିକ କିଡ୍‌ନୀ ଯତ୍ନରେ ଏହି ଡାକ୍ତରମାନଙ୍କୁ ତାଲିମ ଦେବା ପାଇଁ ନୀତି ପ୍ରଣୟନ ନିହାତି ଆବଶ୍ୟକ। ଏପରିକି ଆବଶ୍ୟକସ୍ଥଳେ ତାଲିମପ୍ରାପ୍ତ ବିଶେଷଜ୍ଞଙ୍କ ତତ୍ତ୍ୱାବଧାନରେ ବିକଳ୍ପ ଷ୍ଟ୍ରିମ୍‌ରୁ( alternative medicine) ସ୍ନାତକମାନଙ୍କୁ ମଧ୍ୟ ତାଲିମ ଦିଆଯାଇପାରିବ।
ଉପରୋକ୍ତ ତାଲିକାଟି ସମ୍ପୂର୍ଣ୍ଣ ନୁହଁ କିନ୍ତୁ ଏଥିରେ ଅଛି କିଛି ଗୁରୁତ୍ୱପୂର୍ଣ୍ଣ ଚିନ୍ତା ଯାହାକୁ ସମାଧାନ କରାଯିବା ଦ୍ୱାରା ସମସ୍ତଙ୍କ ପାଇଁ କିଡ୍‌ନୀ ସ୍ୱାସ୍ଥ୍ୟ ଯୋଗାଇବା( Kidney health for all) ପାଇଁ ପ୍ରତିବନ୍ଧକକୁ ଅତିକ୍ରମ କରିବା କିଛି ପରିମାଣରେ ସମ୍ଭବ ହେଇ ପାରିବ |

– ଡାକ୍ତର ସୁକାନ୍ତ କୁମାର ଦାସ
ଡିଏମ୍‌ ନେଫ୍ରୋଲୋଜି କନ୍‌ସଲ୍‌ଟାଣ୍ଟ, ନେଫ୍ରୋଲୋଜି ଆଣ୍ଡ୍ କିଡ୍‌ନୀ ଟ୍ରାନ୍ସପ୍ଲାଣ୍ଟେସନ୍ ଆମ୍ରି ହସ୍‌ପିଟାଲ, ଭୁବନେଶ୍ବର

Leave A Reply

Your email address will not be published.