ଆଜି ବିଶ୍ୱ କିଡନୀ ଦିବସ

ଭୁବନେଶ୍ବର : ୨୦୦୬ ମସିହାରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମାର୍ଚ୍ଚ ମାସର ଦ୍ୱିତୀୟ ଗୁରୁବାରକୁ ବିଶ୍ୱ କିଡନୀ ଦିବସ ଭାବେ ପାଳନ କରିଆସୁଛି। ପ୍ରତିବର୍ଷ କିଡନୀ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ପ୍ରତିଟି ମଣିଷ ଚାହେଁ ସେ ସୁସ୍ଥ ଓ ଖୁସି ରହୁ। ସେଥିଲାଗି ଅନେକ ସମସୟରେ ଆମ ଶରୀରରେ ଦେଖାଦେଉଥିବା ସମସ୍ୟା ଯୋଗୁଁ ଅନେକ ସମସ୍ୟା ଆସିଥାଏ। ବ୍ୟସ୍ୟବହୁଳ ସମାଜରେ ଅନେକଙ୍କ ପାଖରେ କିଡନି ସମସ୍ୟା ଦେଖାଦେଇଥାଏ। ସମସ୍ତେ ଚାହାନ୍ତି ଯେ କିଡନୀ ସାରା ଜୀବନ ସୁସ୍ଥ ରହୁ ବୋଲି ଯଦି କିଛି ଉପାୟ ଆପଣ ଆପଣାଇବେ ତେବେ ଆପଣ ସୁସ୍ଥ ରହିବା ସହ ଆପଣଙ୍କ କିଡନି ବି ସୁସ୍ଥ ରହିବ। ସ୍ୱାସ୍ଥ୍ୟ ପ୍ରତି ସଜାଗ ନ ରହିଲେ ନାନାଦି ପ୍ରକାରର ରୋଗ ଶରୀରକୁ ଗ୍ରାସ କରେ। ଆଜିର ସମୟରେ ଅଧିକାଂଶ ଲୋକ ଖାଦ୍ୟପେୟରେ ଅନିୟମିତତା ଏବଂ ଜଙ୍କଫୁଡ୍ ଅତ୍ୟଧିକ ଖାଇବା ଯୋଗୁଁ କିଡନୀ ରୋଗରେ ପୀଡିତ ହୋଇଥାନ୍ତି। ଠିକ୍ ସମୟରେ ଏହାର ନିରାକରଣ ନକଲେ ପରେ ଏହି ରୋଗ ଅନେକ ଦାଉ ସାଧିଥାଏ।

ବ୍ଲଡ ପ୍ରେସର ଉପରେ ଧ୍ୟାନ ଦିଅନ୍ତୁ

ବିଶେଷ କରି ବ୍ଲଡ ପ୍ରେସର ଉପରେ ଆପଣ ଧ୍ୟାନ ଦେବା ଉଚିତ। ସାଧାରଣତଃ, ସାମାନ୍ୟ ବ୍ଲଡ ପ୍ରେସର ୧୨୦ ରୁ ୮୦ ମଧ୍ୟରେ ରହିଥାଏ। ଯଦି ରକ୍ତ ଚାପ ୧୪୦ କିମ୍ବା ୯୦ରୁ ଅଧିକ ହୋଇଯାଏ ତେବେ ଆପଣଙ୍କୁ ଏନେଇ ଡାକ୍ତରଙ୍କ ପରାମର୍ଶ ଲୋଡିବା ଉଚିତ।

ସନ୍ତୁଳିତ ଖାଦ୍ୟ ଖାଆନ୍ତୁ

ଯଦି ଆପଣ ଚାହାଁନ୍ତି, ଆପଣଙ୍କ କିଡନୀକୁ ସୁସ୍ଥ ରଖିବାକୁ ତେବେ ଆପଣ ପ୍ରତିଦିନ ସନ୍ତୁଳିତ ଖାଦ୍ୟ ଖାଇବା ଅତ୍ୟନ୍ତ ଜରୁରୀ। ଏଥିପାଇଁ ଆପଣଙ୍କ ଖାଦ୍ୟରେ ବିଭିନ୍ନ ପନିପରିବା ସମେତ ସତେଜ ଫଳକୁ ସାମିଲ କରିବା ଉଚିତ।

ନିଶାଦ୍ରବ୍ୟଠାରୁ ଦୂରେଇ ରୁହନ୍ତୁ

ମୁଖ୍ୟତଃ ନିଶାଦ୍ରବ୍ୟ ଗ୍ରହଣ କରୁଥିବା ବ୍ୟକ୍ତିଙ୍କ ପାଖରେ କିଡନୀ ଜନିତ ସମସ୍ୟା ଅଧିକ ପରିମାଣରେ ଦେଖାଯାଇଥାଏ। ଧୂମପାନ କରୁଥିବା ଲୋକଙ୍କ କିଡନୀ ଜନିତ ସମସ୍ୟା ହେବାର ଆଶଙ୍କା ସାଧାରଣ ଲୋକଙ୍କଠାରୁ ଦ୍ୱିଗୁଣିତ ହୋଇଥାଏ। ତେବେ ଏଥିପାଇଁ ଧୂମପାନଠାରୁ ସବୁବେଳେ ଦୂରରେ ରହିବା ଉଚିତ ।

Leave a comment