ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆଜି ବିଶ୍ବ ସ୍ବାସ୍ଥ୍ୟ ଦିବସ

ଇଂରାଜୀରେ ଏକ ବାକ୍ୟ ଅଛି ‘ହେଲ୍‌ଥ ଇଜ୍ ୱେଲଥ୍’ ଅର୍ଥାତ୍‌ ସ୍ବାସ୍ଥ୍ୟ ହିଁ ସମ୍ପଦ। ବର୍ତ୍ତମାନ ଦୃଶ୍ୟପଟ୍ଟକୁ ଦେଖିଲେ, ଆଜିକାଲି କୌଣସି ବ୍ୟକ୍ତି ସ୍ବାସ୍ଥ୍ୟକୁ ନେଇ ଏତେଟା ଯତ୍ନବାନ ନୁହନ୍ତି। କିନ୍ତୁ ସମସ୍ତଙ୍କୁ ମନେରଖିବା ଉଚିତ, ଗୋଟିଏ ସୁସ୍ଥ ଶରୀର ମଧ୍ୟରେ ଏକ ସୁସ୍ଥ ମନ ବାସ କରିଥାଏ। ମଣିଷ ସୁସ୍ଥ ରହିଲେ, ସେ ସବୁ କାର୍ଯ୍ୟକୁ ସଫଳତାର ସହ ସମ୍ପାଦନ କରିପାରେ। ସଫଳ ଜୀବନ ପାଇଁ ସ୍ବାସ୍ଥ୍ୟର କ’ଣ ଭୂମିକା ରହିଛି ସେଦିଗରେ ସଚେତନ କରିବା ଲାଗି ପ୍ରତିବର୍ଷ ଏପ୍ରିଲ୍ ୭ ତାରିଖକୁ ‘ବିଶ୍ବ ସ୍ବାସ୍ଥ୍ୟ ଦିବସ’ ଭାବେ ପାଳନ କରାଯାଉଛି।

୧୯୪୮ ଏପ୍ରିଲ୍ ୭ ତାରିଖ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ)ର ପ୍ରତିଷ୍ଠା ହୋଇଥିଲା। ବିଶ୍ବରେ ଦେଖାଯାଉଥିବା ସ୍ବାସ୍ଥ୍ୟ ସମସ୍ୟା ଉପରେ ନଜର ରଖିବା ଓ ଏହାର ନିବାରଣ ପାଇଁ ଚେଷ୍ଟା କରିବା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପ୍ରମୁଖ କାର୍ଯ୍ୟ । ଡବ୍ଲୁଏଚ୍‌ଓ ସ୍ଥାପନା ହେବାର ଦୁଇ ବର୍ଷ ପରେ ଅର୍ଥାତ୍ ୧୯୫୦ ମସିହାରେ ପ୍ରଥମ ଥର ପାଇଁ ବିଶ୍ବ ସ୍ବାସ୍ଥ୍ୟ ଦିବସ ପାଳନ କରାଯାଇଥିଲା। ଲୋକମାନେ ନିଜ ସ୍ବାସ୍ଥ୍ୟ ପ୍ରତି ଯେଭଳି ଯତ୍ନବାନ ହେବେ, ତାହା ଉପରେ ଗୁରୁତ୍ବ ଦେବା ଏହି ଦିବସ ପାଳନର ଉଦ୍ଦେଶ୍ୟ । ଏହି ଅବସରରେ ସରକାରୀ, ବେସରକାରୀ ତଥା ଏନଜିଓ ଦ୍ବାରା ବିଭିନ୍ନ ସ୍ବାସ୍ଥ୍ୟ ସମ୍ବନ୍ଧୀୟ କାର୍ଯ୍ୟକ୍ରମ ଓ ସ୍ବାସ୍ଥ୍ୟ ଚିକିତ୍ସା ଶିବିରିମାନ ଆୟୋଜନ କରାଯାଏ। କେବଳ ସେତିକି ନୁହେଁ, ନାଚଗୀତ ତଥା ପଥପ୍ରାନ୍ତ ନାଟକ ମାଧ୍ୟମରେ ମଧ୍ୟ ଲୋକଙ୍କୁ ସ୍ବାସ୍ଥ୍ୟ ବିଷୟରେ ସଚେତନ କରାଯାଇଥାଏ।

ପ୍ରତ୍ୟେକ ବର୍ଷ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ସ୍ବାସ୍ଥ୍ୟ ଦିବସ ଉପରେ ଏକ ଥିମ୍‌ ନିର୍ଦ୍ଧାରିତ କରିଥାଏ। ଚଳିତ ବର୍ଷ ସ୍ବାସ୍ଥ୍ୟ ଦିବସର ଥିମ୍ ହେଉଛି ‘ଆମ ଗ୍ରହ, ଆମ ସ୍ବାସ୍ଥ୍ୟ’ (ଆୱାର୍‌ ପ୍ଲାନେଟ୍‌, ଆୱାର୍‌ ହେଲଥ୍‌) । ନିଜେ ସୁସ୍ଥ ରହି କିପରି ସାରା ବିଶ୍ବକୁ ସୁନ୍ଦର କରି ଗଢ଼ି ତୋଳିବେ, ସେଦିଗରେ ବିଶ୍ବ ସ୍ବାସ୍ଥ୍ୟ ଦିବସ ଅବସରରେ ସଂକଳ୍ପ ନେବା ଆବଶ୍ୟକ।

Leave A Reply

Your email address will not be published.