ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆଜି ବିଶ୍ବ କନ୍ୟା ସନ୍ତାନ ଦିବସ: ବଢୁଛି ଲିଙ୍ଗଗତ ତାରତମ୍ୟ, ବାଡୁଅ ରହିବେ ପୁଅ !

ଭୁବନେଶ୍ୱର: ରାଜ୍ୟରେ ସାଙ୍ଘାତିକ ହେବାରେ ଲାଗିଛି ଲିଙ୍ଗଗତ ତାରତମ୍ୟ। ଦିନକୁ ଦିନ ପୁରୁଷଙ୍କ ତୁଳନାରେ ମହିଳାଙ୍କ ସଂଖ୍ୟା କମିବାରେ ଲାଗିଛି। ସ୍ଥିତି ଏପରି ହୋଇଛି ଯେ କିଛିବର୍ଷ ମଧ୍ୟରେ ରାଜ୍ୟରେ ବିବାହଯୋଗ୍ୟ ପୁରୁଷଙ୍କ ପାଇଁ କନ୍ୟାପାତ୍ରୀଟିଏ ମିଳିବା କାଠିକର ପାଠ ହୋଇପଡ଼ିବ। ଯଦିବା ଏଭଳି ପରିସ୍ଥିତି ଏବେ ଅନୁଭବ ହେଲାଣି ଆଗକୁ ଏହା ସାଂଘାତିକ ଭାବେ ଦେଖାଦେବ। ଏକ ଆକଳନ ଅନୁଯାୟୀ ୧୦ ବର୍ଷ ମଧ୍ୟରେ ରାଜ୍ୟର ପ୍ରାୟ ସାଢ଼େ ୪ ଲକ୍ଷ ପୁଅଙ୍କ ପାଇଁ ଏହି ସମସ୍ୟା ସୃଷ୍ଟି ହେବ।

କୋଡିଏ ବର୍ଷ ତଳର ଜନଗଣନା ରିପୋର୍ଟ ଅର୍ଥାତ ୨୦୦୧ ଜନଗଣନା ଅନୁଯାୟୀ ରାଜ୍ୟରେ ପ୍ରତି ହଜାରେ ପୁରୁଷରେ ମହିଳାଙ୍କ ସଂଖ୍ୟା ଥଲା ୯୭୨। ଅନ୍ୟପକ୍ଷରେ ୬ରୁ କମ୍‌ ବୟସର ବାଳକ ବାଳିକାଙ୍କ ଅନୁପାତ ଥିଲା ୧୦୦୦: ୯୫୩। ଅର୍ଥାତ୍‌ ପ୍ରତି ହଜାରେ ପୁଅରେ ୯୫୩ ଜଣ ଝିଅ ରହିଥିଲେ। ବିଡ଼ମ୍ବନା ହେଉଛି ଉକ୍ତ ରିପୋର୍ଟ ଅନୁଯାୟୀ ଶିକ୍ଷିତ ଜିଲ୍ଲାଗୁଡିକରେ ଲିଙ୍ଗଗତ ତାରତମ୍ୟ ଅଧିକ ମାତ୍ରାରେ ପରିଲକ୍ଷିତ ହୋଇଥିଲା। ବିଶେଷକରି କଟକ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, ଯାଜପୁର ଭଳି ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଲିଙ୍ଗଗତ ତାରତମ୍ୟ ଅଧିକ ରହିଥିଲା। ମାତ୍ର ଅବିଭକ୍ତ କଳାହାଣ୍ଡି, କୋରାପୁଟ ଆଦି ଆଦିବାସୀ ପ୍ରବଣ ଜିଲ୍ଲାରେ ପୁରୁଷଙ୍କ ତୁଳନାରେ ମହିଳାଙ୍କ ସଂଖ୍ୟା ଅଧିକ ରହିଥିଲା । ଯଦିବା ଲିଙ୍ଗଗତ ପ୍ରଭେଦ ଦୂର ପାଇଁ ତଥା ପୁରୁଷ-ମହିଳାଙ୍କ ମଧ୍ୟରେ ତାରତମ୍ୟ ହ୍ରାସ ପାଇଁ ସରକାରୀ ସ୍ତରରେ ବିଭିନ୍ନ ପଦକ୍ଷେପମାନ ନିଆଯାଇଥିଲା। ବିଭିନ୍ନ ସାମାଜିକ ସଂଗଠନ ପକ୍ଷରୁ ସଚେତନତାମୂଳକ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା ବାସ୍ତବିକ ପ୍ରଶାସନିକ ଆନ୍ତରିକତା ଅଭାବରୁ ଏସବୁ ଆଶାଜନକ ଫଳପ୍ରଦ ହୋଇପାରି ନାହିଁ। ଯେଉଁଥିପାଇଁ ଏପର୍ଯ୍ୟନ୍ତ ଲିଙ୍ଗଗତ ତାରତମ୍ୟ କମିବା ବଦଳରେ କ୍ରମେ ବୃଦ୍ଧି ପାଇବାରେ ଲାଗିଛି।

ସମ୍ପ୍ରତି ରାଜ୍ୟରେ ପ୍ରତି ହଜାରେ ପୁରୁଷରେ ମହିଳାଙ୍କ ସଂଖ୍ୟା ୯୭୯ ଥିବା ବେଳେ ଶିଶୁୂମାନଙ୍କ ମଧ୍ୟରେ ଏହି ତାରତମ୍ୟ ଅତି ସାଂଘାତିକ ସ୍ଥିତିରେ ପହଞ୍ଚିଥିଲା। ଏହି ଜନଗଣନା ଅନୁଯାୟୀ ଶୂନ୍ୟରୁ ୬ ବର୍ଷର ପ୍ରତି ହଜାରେ ପୁଅଙ୍କ ମଧ୍ୟରେ ଝିଅଙ୍କ ସଂଖ୍ୟା ଥିଲେ ୯୪୧। ଯଦ୍ବାରା ରାଜ୍ୟରେ ପୁରୁଷ ଓ ମହିଳାଙ୍କ ସଂଖାରେ ବଡ଼ ଧରଣର ତାରତମ୍ୟ ପରିଲକ୍ଷିତ ହୋଇଛି। ଗତ ୨୦୧୧ ମସିହା ଜନଗଣନା ଅନୁଯାୟୀ ରାଜ୍ୟରେ ୪ କୋଟି ୨୯ ଲକ୍ଷ ଲୋକଙ୍କ ମଧ୍ୟରୁ ୨ କୋଟି ୧୨ ଲକ୍ଷ ୧୨ ହଜାର ୧୩୬ ଜଣ ପୁରୁଷ ରହିଥିବା ବେଳେ ମହିଳାଙ୍କ ସଂଖ୍ୟା ରହିଛି ୨ କୋଟି ୭ ଲକ୍ଷ ୬୨ ହଜାର ୮୨। ଅର୍ଥାତ ପୁରୁଷଙ୍କ ତୁଳନାରେ ପ୍ରାୟ ସାଢ଼େ ୪ ଲକ୍ଷ ମହିଳା କମ ରହିଛନ୍ତି। ସେଥିମଧ୍ୟରୁ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ପୁରୁଷଙ୍କ ତୁଳନାରେ ମହିଳାଙ୍କ ସଂଖ୍ୟା କମ ଥିବାରୁ ଗତ କିଛି ବର୍ଷଧରି ବିବାହ ପାଇଁ ପୁରୁଷମାନେ ସମସ୍ୟାର ସମ୍ମୁଖୀନ ହେବା ଆରମ୍ଭ ହେଲାଣି।

ତେବେ ଆଗାମୀ ଦିନରେ ଏହି ପରିସ୍ଥିତି ଜଟିଳ ହେବରେ ଆଶଙ୍କା କରାଯାଉଛି। ଗତ ଦଶବର୍ଷ ତଳର ଜନଗଣନା ରିପୋର୍ଟକୁ ତର୍ଜମା କଲେ ଯାହା ଜଣାଯାଏ, ରାଜ୍ୟରେ ଶୁନ୍ୟରୁ ଛଅ ବର୍ଷ ବୟସ ମଧ୍ୟରେ (ଯେଉଁମାନଙ୍କ ଜନ୍ମ ୨୦୦୫ରୁ ୨୦୦୧ ମସିହା ମଧ୍ୟରେ ହୋଇଛି) ମୋଟ ୫୨ ଲକ୍ଷ ୭୩ ହଜାର ୧୯୪ ଶିଶୁ ରହିଥିବା ବେଳେ ସେମାନଙ୍କ ମଧ୍ୟରେ ପୁଅଙ୍କ ସଂଖ୍ୟା ରହିଛି ୨୭ ଲକ୍ଷ ୧୬ ହଜାର ୪୯୭ ଓ ଝିଅଙ୍କ ସଂଖ୍ୟା ରହିଛି ୨୫ ଲକ୍ଷ ୫୬ ହଜାର ୬୯୭ । ପୁଅଙ୍କ ତୁଳନାରେ ଝିଅଙ୍କ ସଂଖ୍ୟା ୧ ଲକ୍ଷ ୫୯ ହଜାର ୮୦୦  କମ ରହିଛି। ଦଶବର୍ଷ ତଳେ ଯେଉଁମାନଙ୍କ ବୟସ ୬ ବର୍ଷରୁ କମ ଥିଲା ସେମାନେ ଆଉ କିଛିବର୍ଷ ମଧ୍ୟରେ ବିବାହଯୋଗ୍ୟ ହେବେ। ଫଳରେ ସେମାନଙ୍କ ପାଇଁ ବିବାହ ସମସ୍ୟା ଜଟିଳ ହୋଇପାରେ। ସେହିଭଳି ୨୦୦୧ ମହିଳା ଅର୍ଥାତ୍‌ ପୂର୍ବ ଜନଗଣନା ରିପୋର୍ଟ ଆଧାରଣରେ ଶୂନ୍ୟରୁ ୬ ବର୍ଷ ମଧ୍ୟରେ (ଯେଉଁମାନଙ୍କ ଜନ୍ମ ୧୯୯୫ରୁ ୨୦୦୧ ମସିହା ମଧ୍ୟରେ ହୋଇଛି) ପୁଅଙ୍କ ତୁଳନାରେ ଝିଅଙ୍କ ସଂଖ୍ୟା ୧ ଲକ୍ଷ ୩୦ ହଜାର ୨୯୪ କମ୍‌ ରହିଥିଲା।

ରିପୋର୍ଟ ଅନୁଯାୟୀ ରାଜ୍ୟରେ ଶୂନ୍ୟର ୬ ବର୍ଷ ବୟସର ମୋଟ ୫୩ ଲକ୍ଷ ୫୮ ହଜାର ୮୧୦ ଶିଶୁ ରହିଥÒବା ବେଳେ ସେମାନଙ୍କ ମଧ୍ୟରେ ୨୭ ଲକ୍ଷ ୪୪ ହଜାର ୫୫୨ ଜଣ ପୁଅ ଓ ୨୬ ଲକ୍ଷ ୧୪ ହଜାର ୨୫୮ ଜଣ ଝିଅ ରହିଥିଲେ। ସେହି ସମୟରେ ଯେଉଁମାନଙ୍କ ବୟସ ଶୂନ୍ୟରୁ ୬ ବର୍ଷ ହୋଇଥିଲା ସେମାନଙ୍କ ବୟସ ଏବେ ୨୦ରୁ ୨୬ ବର୍ଷ ରହିଛି। ସେହିଭଳି ୨୦୦୧ ରୁ ୨୦୦୫ ମଧ୍ୟରେ ଜନ୍ମ ହୋଇଥିବା ପୁଅ-ଝିଅଙ୍କ ସଠିକ୍‌ ଆକଳନ ପହଞ୍ଚି ନଥିଲେ ମଧ୍ୟ ପୁଅ-ଝିଅଙ୍କ ମଧ୍ୟରେ ତାରତମ୍ୟ ପ୍ରାୟ ୧ ଲକ୍ଷ ହେବ ବୋଲି ଆକଳନ କରାଯାଇଛି। ଏହିଭଳି ପ୍ରାୟ ୪ ଲକ୍ଷ ପୁଅଙ୍କ ପାଇଁ ପାତ୍ରୀଟିଏ ମିଳିବା ନେଇ ପ୍ରଶ୍ନ ଉଠିଛି। ଯାହାକୁ ନେଇ ସାମାଜିକ କର୍ମୀମାନେ ଚିନ୍ତା ପ୍ରକଟ କରିଛନ୍ତି। ସରକାରଙ୍କ ଯୋଜନାରେ ପ୍ରଶାସନିକ ଆନ୍ତରିକତା ଅଭାବକୁ ଅନେକ ଦାୟୀ କରିଥିବା

Leave A Reply

Your email address will not be published.