ଆଜି ବିଶ୍ୱ ଅଣ୍ଡା ଦିବସ

ଯାଜପୁର ଟାଉନ: ଯାଜପୁର ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଳୟ ଅନୁକୂଲ୍ୟରେ ଆଜି ବିଶ୍ୱ ଅଣ୍ଡା ଦିବସ ପାଳିତ ହୋଇଯାଇଛି। ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଡଃ ପଦ୍ମନାଭ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଜିଲ୍ଲା ପ୍ରାଣୀ ସମ୍ପଦ ବିକାଶ ବିଭାଗର ଉପଖଣ୍ଡ ଅଧିକାରୀ ଡଃ ସଚ୍ଚିଦାନନ୍ଦ ପଣ୍ଡା, ଅତିରକ୍ତ ଜିଲ୍ଲା ପ୍ରାଣୀ ଚିକିତ୍ସାଧିକାରୀ ଡଃ ବିଶ୍ୱମ୍ବର ଦାସ, ଡଃ ରଞ୍ଜନ କୁମାର ସେଠୀ ଯୋଗଦେଇ ଅଣ୍ଡା ଦିବସର ଉପାଦେୟତା ଓ ଆଭିମୁଖ୍ୟ ସମ୍ବନ୍ଧରେ ପ୍ରକାଶ କରିଥିଲେ। ଏହି ସଭାରେ ଯାଜପୁର ବ୍ଲକର ସମସ୍ତ ପ୍ରାଣୀଧନ ନିରିକ୍ଷକ, ବିଞ୍ଝାରପୁରୀ ପ୍ରଜାତିର ଗୋ-ପାଳକ ପ୍ରମୁଖ ଯୋଗଦାନ କରିଥିଲେ। ଡାକ୍ତର ଜ୍ୟୋତି ରଞ୍ଜନ ମହାନ୍ତି ସଭା ପରିଚାଳନା କରିଥିଲେ। ଶେଷରେ ଡଃ ରଞ୍ଜନ କୁମାର ସେଠୀ ଧନ୍ୟବାଦ ପ୍ରଦାନ କରିଥିଲେ।