ଆଜି ପ୍ରପୋଜ୍‌ ଡେ’ : ମନର ମଣିଷକୁ ମନଖୋଲି କହିଦିଅନ୍ତୁ ଦୃଦୟର କଥା

ବସନ୍ତର ଆଗମନ ସହ ଏବେ ଚାରିଆଡ଼ ପ୍ରେମମୟ ହୋଇ ଉଠିଛି। ଇତିମଧ୍ୟରେ ଭାଲେଣ୍ଟାଇନ୍ସ ସପ୍ତାହ ଆରମ୍ଭ ହୋଇଯାଇଛି। ଗତକାଲି ପ୍ରେମ ସପ୍ତାହର ପ୍ରଥମ ଦିନରେ ଗୋଲାପ ଦିଆନିଆ ତ ସରି ଯାଇଛି। ଏବେ ମନର ମଣିଷକୁ  ମନକଥା ଖୋଲି କହିବାକୁ ମନ ଚାହୁଁଛି ।  ସେ ପୁଣି ଶାଶ୍ୱତ ଓ ଚିରନ୍ତନ ପ୍ରେମର କଥା । ଆଜି ହେଉଛି ପ୍ରେମ ସପ୍ତାହର ଦ୍ୱିତୀୟ ଦିନ ପ୍ରପୋଜ୍‌ ଡେ’ । ମନର ମଣିଷକୁ  ଗୋଲାପ ଦେବାପରେ, ହୃଦୟରେ ସାଇତି ରଖିଥିବା କଥାକୁ ପ୍ରେମିକ ବା ପ୍ରେମିକା ଆଗରେ ପ୍ରକାଶ କରିବାକୁ,ଏହା ହେଉଛି ସବୁଠାରୁ ଭଲ ସୁଯୋଗ ।

ବର୍ଷକର କୌଣସି ଦିନ ଜଣେ ଜଣକୁ ପ୍ରେମ ନିବଦେନ କରିପାରିବେ। କିନ୍ତୁ ଭାଲେଣ୍ଟାଇନ୍ସ ସପ୍ତାହର ଦ୍ବିତୀୟ ଦିବସକୁ ପ୍ରପୋଜ୍‌ ଡେ’ ଭାବେ ପାଳନ କରାଯାଏ। ଏହି ଦିନରେ ଯୁବପିଢ଼ି ପ୍ରେମକୁ ସ୍ୱୀକାର କରିବା ପାଇଁ ଆକର୍ଷଣୀୟ ଫୁଲ ଓ ଉପହାର ସହ ନିଜ ନିଜ ପ୍ରେମିକ/ପ୍ରେମିକାଙ୍କୁ ପ୍ରେମ ନିବଦେନ କରିଥାନ୍ତି । ପ୍ରେମ କରିବା ସହଜ, କିନ୍ତୁ ସାଥୀଙ୍କୁ ପ୍ରେମ ନିବେଦନ କରିବା ବଡ଼ କଷ୍ଟକର କାମ। ଅନେକ ଲୋକ ନିଜ ମନର କଥା କହି ନ ପାରି ନିଜ ଈପ୍‌ସିତ ପ୍ରେମିକ ବା ପ୍ରେମିକାଙ୍କୁ ହରେଇ ବସିଥାନ୍ତି। ନିଜର ସ୍ୱପ୍ନର ଜୀବନ ସାଥୀକୁ ପ୍ରେମ ନିବେଦନ କରିବା ପାଇଁ ପ୍ରପୋଜ୍‌ ଡେ’ ପ୍ରଯୁଜ୍ୟ ।

ଆଜିର ଦିନକୁ ପାଳନ କରିବା ପାଇଁ ପ୍ରେମୀ ଯୁଗଳଙ୍କ ଭିତରେ ମଧ୍ୟ ଅଦ୍ଭୁତ ଉତ୍ସୁକତା ଦେଖିବାକୁ ମିଳିଥାଏ। ଗୋଲାପ ସହିତ କିଏ ରୋମାଣ୍ଟିକ୍‌ ଗୀତ ଗାଇ, ତ ଆଉ କିଏ ସୁନ୍ଦର ଉପହାର ଦେଇ ନିଜ ସାଥୀଙ୍କୁ ପ୍ରେମ ନିବଦେନ କରିଥାନ୍ତି। ସୋସିଆଲ ମିଡିଆରେ ଅଭ୍ୟୁଦୟ ଫଳରେ ପ୍ରେମ ନିବେଦନ କରିବା ସହଜ ହୋଇଛି। ପ୍ରେମିକ ପ୍ରେମିକମାନେ ମେସେଜ୍‌ ଦ୍ବାରା ନିଜର ମନର କଥା ସହଜରେ କହିପାରୁଛନ୍ତି।

Leave a comment