ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆଜି ହେଉଛି ଉଭାଯାତ୍ରା, ଭକ୍ତଙ୍କୁ ମିଳିଛି ଦର୍ଶନ ସୁଯୋଗ

ପୁରୀ: ଆସନ୍ତାକାଲି ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ଆଜି ହେଉଛି ଉଭାଯାତ୍ରା । ଗତକାଲି ନେତ୍ରୋତ୍ସବରେ ଲକ୍ଷାଧିକ ଭକ୍ତ ଶ୍ରୀଜିଉଙ୍କୁ ଦର୍ଶନ କରି ସୌଭାଗ୍ୟ ଲାଭ କରିଥିବାବେଳେ ଆଜି ଉଭାଯାତ୍ରାରେ ମଧ୍ୟ ସାଧାରଣ ଦର୍ଶନକୁ ଅନୁମତି ମିଳିଛି । ପ୍ରଥମେ ଭୋର ୪ଟାରୁ ୬ଟା ୩୦ପର୍ଯ୍ୟନ୍ତ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ଭକ୍ତ । ପରେ ମଧ୍ୟାହ୍ନ ୧୨ଟା ୩୦ ପର୍ଯ୍ୟନ୍ତ ସ୍ୱତନ୍ତ୍ର ନୀତିକାନ୍ତି ପାଇଁ ଦର୍ଶନ ବନ୍ଦ ରହିଛି । ଏହାପରେ ୧୨ଟା ୩୦ରୁ ଗୋଟାଏ ୩୦ ଓ ଅପରାହ୍ନ ୩ଟା ୩୦ରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଜଗାଦର୍ଶନ କରିପାରିବେ ଭକ୍ତ । ଭୋଗ ଲାଗୁଥିବା ସମୟରେ ଦର୍ଶନ ବନ୍ଦ ରହିବ ।

ଘୋଷଯାତ୍ରା ପାଇଁ ଆଜି ପରମ୍ପରା ଅନୁସାରେ ସକାଳ ଧୂପ ନୀତି ପରେ ମହାପ୍ରଭୁଙ୍କ ନିକଟରୁ ଆଜ୍ଞାମାଳ ରଥଖଳାକୁ ବିଜେ କରିବ । ବିଜେ କାହାଳୀ ବାଜିବା ସହ ବିଧି ଅନୁସାରେ ପ୍ରଥମେ ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଟଣାଯାଇ ରଥ ଖଳାରୁ ସିଂହଦ୍ୱାରକୁ ଅଣାଯିବ । ପରେପରେ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥ ଓ ବଳଭଦ୍ରଙ୍କ ତାଳଧ୍ୱଜ ରଥକୁ ସିଂହଦ୍ୱାର ସମ୍ମୁଖକୁ ଅଣାଯିବ । ଦୁଇବର୍ଷ ପରେ ଏହି ତିଥିରେ ଦର୍ଶନ ମିଳୁଥିବାରୁ ଭକ୍ତଙ୍କ ଭିଡ଼ ଜମିବା ସମ୍ଭାବନା ରହିଛି । ଏଥିପାଇଁ ବ୍ୟାପକ ବ୍ୟବସ୍ଥା କରିଛି ପ୍ରଶାସନ ।

Leave A Reply

Your email address will not be published.