ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପଦ୍ମପୁର ଉପନିର୍ବାଚନ: ଆଜି ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ, ନାମାଙ୍କନ ଭରିବେ ତିନି ପ୍ରମୁଖ ଦଳର ପ୍ରାର୍ଥୀ

ବରଗଡ: ତିନି ପ୍ରମୁଖ ଦଳର ପ୍ରାର୍ଥୀ ଆଜି ଦାଖଲ କରିବେ ନାମାଙ୍କନ । ଆଜି ଉପନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ ରହିଛି । ବିଜେଡିରୁ ପ୍ରାର୍ଥୀ ହୋଇଛନ୍ତି ଦିବଂଗତ ବିଧାୟକ ବିଜୟ ରଞ୍ଜନ ସିଂହ ବରିହାଙ୍କ ଝିଅ ବର୍ଷା ସିଂହ ବରିହା । ୨୦୧୯ରେ ପଦମପୁରରେ ବିଜେପି ପ୍ରାର୍ଥୀ ହୋଇ ହାରିଥିବା ପ୍ରଦୀପ ପୁରୋହିତକୁ ଦଳ ପୁଣି ଥରେ ଟିକେଟ୍ ଦେଇଛି ।ସେହିପରି କଂଗ୍ରେସ ପୂର୍ବତନ ବିଧାୟକ ସତ୍ୟଭୂଷଣ ସାହୁଙ୍କୁ ପ୍ରାର୍ଥୀ କରିଛି । ତିନି ପ୍ରାର୍ଥୀ ଆଜି ଶେଷ ଦିନରେ ନିଜ ନାମାଙ୍କର ଭରିବେ ।

ସେପଟେ ଗତକାଲି ପଦମପୁରରେ ବିଜେଡିର ପାୱାର ଶୋ କରିଛି । ବିଭିନ୍ନ ଜୋନରେ ବିଜେଡି ବିରାଟ ସଭାକରି ଭୋଟରଙ୍କୁ ଏକଜୁଟ କରୁଛି । ବାପାଙ୍କ ଗଡ଼ ଦଖଲ ଲାଗି ଭୋଟରଙ୍କ ସାମ୍ନାକୁ ଆସିଛନ୍ତି ବର୍ଷା । ବାପାଙ୍କୁ ମନେ ପକାଇ ନିଜେ ଲୁହରେ ଭିଜିବା ସହ ଭୋଟରଙ୍କୁ ବି ଭାବପ୍ରବଣ କରିଥିଲେ । କାର୍ୟ୍ୟକ୍ରମରେ ଦଳୀୟ ବହୁ ହେବିଓ୍ବେଟ ସାମିଲ ହୋଇଥିଲେ । ସେପଟେ ବିଜେପି ଓ କଂଗ୍ରେସ ମଧ୍ୟ ଜନ ସମର୍ଥନ ଜୁଟାଇବାକୁ ଜୋରଦାର ପୟାସ ଆରମ୍ଭ କରିଛି ।

Leave A Reply

Your email address will not be published.