ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପୌର ନିର୍ବାଚନ ପାଇଁ ଆଜି ସରିବ ନାମାଙ୍କନ ଦାଖଲ

ଭୁବନେଶ୍ୱର: ପୌର ଏବଂ ମହାନଗର ନିଗମ ନିର୍ବାଚନ ଲାଗି ଆଜି ନାମାଙ୍କନ ଦାଖଲର ଶେଷ ଦିନ । ଅନେକ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରି ନଥିବାରୁ ଆଜି ଭିଡ଼ ଜମିପାରେ । ଭୁବନେଶ୍ୱର, କଟକ ଏବଂ ବ୍ରହ୍ମପୁର ମେୟର ପାଇଁ ବିଜେଡି ଓ ବିଜେପି ପ୍ରାର୍ଥୀ ଘୋଷଣା କରିସାରିଛି । ହେଲେ କଂଗ୍ରେସ ଏ ପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରିନାହିଁ । ଆଜି ନାମାଙ୍କନ ପତ୍ର ଦାଖଲର ଅନ୍ତିମ ଦିନ ହୋଇଥିବାରୁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିବ ।

ମାର୍ଚ୍ଚ ୨ ତାରିଖରୁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଆସନ୍ତା ୯ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ ହେବ । ଆସନ୍ତା ୧୪ ତାରିଖ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିହେବ । ଆସନ୍ତା ମାର୍ଚ୍ଚ ୨୪ ତାରିଖରେ ରାଜ୍ୟର ୧୦୬ଟି ମ୍ୟୁନିସିପାଲିଟି ଓ ଏନ୍ଏସି ଏବଂ ୩ଟି ମହାନଗର ନିଗମ ନିର୍ବାଚନ ପାଇଁ ହେବ ଭୋଟ୍ ନିଆଯିବ । ୨୬ ତାରିଖରେ ଭୋଟ ଗଣତି ହେବ ।

ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ୭ ହୋଇଥିଲେ ବି ପ୍ରାର୍ଥୀମାନେ ୯ ତାରିଖ ସୁଦ୍ଧା ଦଳୀୟ ଟିକେଟ୍ ଦାଖଲ କରିପାରିବେ । ଟିକେଟ୍ ଦାଖଲ ନ କଲେ ସେମାନଙ୍କୁ ସ୍ବାଧୀନ ପ୍ରାର୍ଥୀ ଭାବେ ବିବେଚନା କରାଯିବ । ତେବେ ପ୍ରାର୍ଥିପତ୍ର ଦାଖଲ କରୁଥିବା ପ୍ରାର୍ଥୀମାନେ ନିଜ ନିଜ ବିଧାୟକଙ୍କ ଠାରୁ ଟିକେଟ୍ ପାଇବା ନେଇ ନିର୍ଭର ପ୍ରତିଶ୍ରୁତି ପାଇଥିବା କହିଛନ୍ତି ।

Leave A Reply

Your email address will not be published.