ଆଜି ଜାତୀୟ ମତଦାତା ଦିବସ

‘ଏମିତି ରାତି’, ‘ଟିକି ମୋର ନାଆଟି’ ଝୁମିଝୁମି ଯାଉଛି’ , ‘ଶନିବାର ଦିନ ମୋ ଭାଉଜଙ୍କ ମନ’ ଗୀତ ଗାଇ ଓଡ଼ିଶାର ଘରେ ଘରେ ପରିଚିତ ଥିଲେ ଗାୟିକା ଭୁବନେଶ୍ବରୀ ମିଶ୍ର। ସେ ଆକାଶବାଣୀ ତଥା ଓଡ଼ିଆ ଫିଲ୍ମ ଜଗତରେ ମଧ୍ୟ ବେଶ୍ ଜଣାଶୁଣା ଥିଲେ। ଭଜନଠାରୁ ଆଧୁନିକ ଗୀତ ପର୍ଯ୍ୟନ୍ତ ସବୁଠି ତାଙ୍କର ଉପସ୍ଥିତି ରହିଥିଲା। ଭୁବନେଶ୍ବରୀ ୧୯୫୦ ମସିହା ଆଜିର ଦିନରେ ପୁରୀ ସହରରେ ଜନ୍ମଗ୍ରହଣ କରିଥିଲେ।

ପିଲାଟି ଦିନରୁ ସେ ଥିଲେ ନୃତ୍ୟ ଓ ସଙ୍ଗୀତ ଅନୁରାଗୀ। ପାଞ୍ଚ ବର୍ଷ ବୟସରୁ ସେ ସଙ୍ଗୀତ ଶିକ୍ଷା ଗ୍ରହଣ କରିଥିଲେ। ଏଥିପାଇଁ ତାଙ୍କୁ ପାରିବାରିକ ପ୍ରୋତ୍ସାହନ ମିଳିଥିଲା। ସଙ୍ଗୀତ ସହ ସମାନ୍ତରାଳ ଭାବେ ସ୍କୁଲ୍ ଓ କଲେଜ ଶିକ୍ଷା ମଧ୍ୟ କରିଥିଲେ। ୧୯୬୭ ମସିହାରେ ଆକାଶବାଣୀ କଟକ କେନ୍ଦ୍ରରେ ସେ ଜଣେ ‘ଏ’ ଗ୍ରେଡ୍‌ କଣ୍ଠଶିଳ୍ପୀ ଭାବେ ଯୋଗ ଦେଇଥିଲେ। ଆକାଶବାଣୀର ସଙ୍ଗୀତଭିତ୍ତିକ କାର୍ଯ୍ୟକ୍ରମ ‘ସଜଫୁଲ’ରେ ଏକାଧିକ ମନଛୁଆଁ ଗୀତ ଗାଇ ସେ ଲୋକପ୍ରିୟତା ହାସଲ କରିଥିଲେ।

୧୯୭୬ରେ ‘କୃଷ୍ଣ ସୁଦାମା’ ଫିଲ୍ମରେ ସେ ପ୍ରଥମେ କଣ୍ଠଦାନ କରିଥିଲେ। ସେ ଗାଇଥିବା ‘ଇଟିକିଲି ମିଟିକିଲି’ ‘ଜହ୍ନର ସିନ୍ଦୂର ଗାର’, ‘ଜଗତର ନାଥ ଆହେ ଜଗନ୍ନାଥ’ ଆଦି ଗୀତ ଏବେବି ଅନେକ ଶ୍ରୋତାଙ୍କ ପାଇଁ ଅଭୁଲାସ୍ମୃତି ହୋଇ ରହିଛି। ୧୯୭୯ ଓ ୧୯୮୦ରେ ସେ କ୍ରମାଗତ ଶ୍ରେଷ୍ଠ କଣ୍ଠଶିଳ୍ପୀ ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ। ୨୦୧୬ ମସିହା ଫେବୃୟାରୀ ୧୯ ତାରିଖରେ ହୃଦ୍‌ଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିଲା।

Leave a comment