ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆଜି ‘ହିନ୍ଦୀ ଦିବସ’, ଜାଣନ୍ତୁ କ’ଣ ପାଇଁ ପାଳନ ହୁଏ ଏହି ଦିବସ

ପ୍ରତିବର୍ଷ ଆଜିର ଦିନକୁ ‘ହିନ୍ଦୀ ଦିବସ’ ଭାବେ ପାଳନ କରାଯାଉଛି। ହିନ୍ଦୀ ଭାଷାର ମହତ୍ତ୍ବ ବଜାୟ ରଖିବା ତଥା ଏହାକୁ ପ୍ରୋତ୍ସାହିତ କରିବା ହେଉଛି ଏହି ଦିବସର ଉଦ୍ଦେଶ୍ୟ। ଭାରତ ସମେତ ଅନ୍ୟ ଦେଶରେ ହିନ୍ଦୀ ଭାଷାର ପ୍ରଚାର ପ୍ରସାର ଲାଗି ଜାନୁଆରୀ ୧୦ରେ ‘ବିଶ୍ବ ହିନ୍ଦୀ ଦିବସ’ ପାଳନ କରାଯାଉଥିବା ବେଳେ ଭାରତରେ ସେପ୍ଟେମ୍ବର ୧୪ରେ ପାଳନ କରାଯାଏ ହିନ୍ଦୀ ଦିବସ।

ସେହିପରି ପ୍ରସିଦ୍ଧ ହିନ୍ଦୀ ସାହିତ୍ୟିକ ରାଜେନ୍ଦ୍ର ସିଂହ ହିନ୍ଦୀକୁ ରାଷ୍ଟ୍ର ଭାଷା କରିବାକୁ ପ୍ରଥମେ ବହୁ ପ୍ରୟାସ କରିଥିଲେ। ସେ ଏହିଦିନ ଜନ୍ମଗ୍ରହଣ କରିଥିଲେ ଏବଂ ତାଙ୍କ ଜନ୍ମଦିନକୁ ‘ହିନ୍ଦୀ ଦିବସ’ ଭାବେ ବି ପାଳନ କରାଯାଉଛି। ତେବେ ୧୯୪୯ରେ ସମ୍ବିଧାନ ସଭା ଦ୍ବାରା ଦେବନାଗରୀ ଲିପିରେ ଲିଖିତ ହିନ୍ଦୀକୁ ଦେଶର ସରକାରୀ ଭାଷା ଭାବେ ଗୃହୀତ କରାଗଲା। ମାତ୍ର ଏହାକୁ ବିଧିବଦ୍ଧ ଭାବେ ପ୍ରଥମଥର ପାଇଁ ୧୯୫୩ ମସିହା ସେପ୍ଟେମ୍ବର ୧୪ରେ ଲାଗୁ କରାଯାଇଥିଲା।

ସେବେଠାରୁ ଏହି ଦିନକୁ ହିନ୍ଦୀ ଦିବସ ଭାବେ ପାଳନ କରାଯାଉଛି। ଅବଶ୍ୟ ଭାରତରେ ଇଂରାଜୀ ଭାଷାର ବଢ଼ୁଥିବା ପ୍ରଚଳନ ଓ ହିନ୍ଦୀ ଭାଷା ପ୍ରତି ଅବହେଳାକୁ ରୋକିବା ଉଦ୍ଦେଶ୍ୟରେ ଏହାର ପାଳନ ଆରମ୍ଭ ହୋଇଥିଲା। ମହାତ୍ମା ଗାନ୍ଧୀ ମଧ୍ୟ ହିନ୍ଦୀକୁ ରାଷ୍ଟ୍ର ଭାଷା କରିବାକୁ କହିଥିଲେ। ଯଦିଓ ଏହା ଭାରତର ରାଷ୍ଟ୍ରଭାଷା ନୁହେଁ; ଏହା ହେଉଛି ରାଜଭାଷା। ହିନ୍ଦୀ ଭାଷାକୁ ଅଗ୍ରାଧିକାର ଦେବା ଉଦ୍ଦେଶ୍ୟରେ ସରକାରୀ ଦପ୍ତରରେ ଇଂରାଜୀ ପରିବର୍ତ୍ତେ ହିନ୍ଦୀର ଉପଯୋଗ କରାଯାଏ।

Leave A Reply

Your email address will not be published.