ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆଜି ବଲାଙ୍ଗୀରରେ ଆଦିବାସୀଙ୍କ ପ୍ରସିଦ୍ଧ ଶୁଲିଆ ଯାତ୍ରା, ରକ୍ତରଞ୍ଜିତ ହେଲା ଶୁଲିଆ ପୀଠ

ବଲାଙ୍ଗୀର: ଆଜି ବଲାଙ୍ଗୀର ଜିଲ୍ଲାର ଆଦିବାସୀଙ୍କ ପ୍ରସିଦ୍ଧ ଶୁଲିଆ ଯାତ୍ରା । ମଙ୍ଗଳବାର ସକାଳୁ ଆରମ୍ଭ ହୋଇଯାଇଛି ଏହି ଯାତ୍ରା । ବଲାଙ୍ଗୀରର ଜିଲ୍ଲା ଦେଓଗାଁ ବ୍ଲକର ଖଇରଗୁରା ଓ କୁମୁରିଆ ଗାଁରେ ଆଦିବାସୀଙ୍କ ସୁଲିଆ ଯାତ୍ରା ପାଳିତ ହେଉଛି। ତେବେ ଏହି ଯାତ୍ରାରେ ରକ୍ତରଂଜିତ ହୋଇଛି ବଡ଼ଖଳା ଓ ସାନ ଖଳା ଗାଁ । ପଶୁପକ୍ଷୀଙ୍କ ବଳିରେ ରକ୍ତାକ୍ତ ହୋଇଛି ଗାଁ ରାସ୍ତା । ତେବେ ବ୍ୟାପକ ପୁଲିସ ମୁତୟନ ଥିଲେ ବି ହଜାର ହଜାର ପଶୁପକ୍ଷୀମାନଙ୍କୁ ବଳି ଦିଆଯାଇଛି।

ଖଇରଗୁରା ଓ କୁମୁରିଆରେ ମଙ୍ଗଳବାର ରୀତିନୀତି ଅନୁସାରେ ପାଟବୋଦା ବଳି ଦେବା ପରେ ଭକ୍ତମାନେ ଆଣିଥିବା କୁକୁଡ଼ା, ପାରା, ବୋଦା, ମେଣ୍ଢା ଓ ପୋଢ଼ ବଳି ପଡ଼ିଛି। ଏଥର ବି ହଜାର ସଂଖ୍ୟାରେ ବଳି ପଡ଼ିବ ବୋଲି କମିଟି ପକ୍ଷରୁ କହାଯାଇଛି। ମଙ୍ଗଳବାର ସକାଳୁ ପଞ୍ଚବାଦ୍ୟ ଦୁଲଦୁଲି ସହିତ ପାରମ୍ପରିକ ଅସ୍ତ୍ରଶସ୍ତ୍ରରେ ଶୋଭାଯାତ୍ରାରେ ବାହାରି ଯାତ୍ରାସ୍ଥଳରେ ଆଦିବାସୀମାନେ ପହଞ୍ଚିଥିଲେ। ମାନସିକଧାରୀ ଆଣିଥିବା ପଶୁପକ୍ଷୀଙ୍କୁ ପରମ୍ପରା ଅନୁଯାୟୀ ବଳି ଦିଆଯାଉଛି।

Leave A Reply

Your email address will not be published.