ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆଜି ରାଜ୍ୟରେ କରୋନାରୁ ସୁସ୍ଥ ହେଲେ ଆଉ ୭ ହଜାର ୬୬୪ ଜଣ

ଭୁବନେଶ୍ୱର: ଆଜି ରାଜ୍ୟରେ ଆଉ ୭ ହଜାର ୬୬୪ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଏଥିସହ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୪ ଲକ୍ଷ ୩୯ ହଜାର ୩୨୨ରେ ପହଞ୍ଚିଛି । ସଂକ୍ରମଣ ମାମଲାରେ ସୁବୁଠୁ ଆଗରେ ଥିବା ଖୋର୍ଦ୍ଧା ଜିଲ୍ଲାରୁ ସବୁଠୁ ଅଧିକ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି ।

ଖୋର୍ଦ୍ଧା ଜିଲ୍ଲାରୁ ୯୬୧ ଜଣ ସୁସ୍ଥ ହୋଇଥିବା ବେଳେ ପୁରୀରୁ ୫୧୨, କଟକରୁ ୫୦୯, ସୁନ୍ଦରଗଡ଼ରୁ ୪୭୩, ଅନୁଗୁଳରୁ ୬୪୬, ବଲାଙ୍ଗିରରୁ ୪୬୧, ଝାରସୁଗୁଡ଼ାରୁ ୪୩୭, ନୂଆପଡ଼ାରୁ ୩୫୩, ବରଗଡ଼ରୁ ୩୩୪, ନବରଙ୍ଗପୁରରୁ ୩୩୦, ସମ୍ବଲପୁରରୁ ୩୨୧, ଯାଜପୁରରୁ ୨୯୦, କଳାହାଣ୍ଡିରୁ ୨୮୯, ମୟୂରଭଞ୍ଜରୁ ୨୨୦ ଜଣ ଆରୋଗ୍ୟ ଲାଭ କରିଛନ୍ତି ।

ସେହିଭଳି ରାୟଗଡ଼ାରୁ ୧୯୨, ଗଞ୍ଜାମରୁ ୧୬୧, କେନ୍ଦୁଝରରୁ ୧୫୪, ନୟାଗଡ଼ରୁ ୧୪୦, ସୋନପୁରରୁ ୧୨୨, ଜଗତସିଂହପୁରରୁ ୧୧୪, କୋରାପୁଟରୁ ୯୯, ବାଲେଶ୍ୱରରୁ ୯୭, ଭଦ୍ରକରୁ ୯୧, ଗଜପତିରୁ ୭୮, କେନ୍ଦ୍ରାପଡ଼ାରୁ ୭୭, ଦେବଗଡ଼ରୁ ୭୫, କନ୍ଧମାଳରୁ ୪୫, ମାଲକାନଗିରିରୁ ୩୧, ଢେଙ୍କାନାଳରୁ ୨୨, ବୌଦ୍ଧରୁ ୨୦ ଏବଂ ଷ୍ଟେଟ ପୁଲରୁ ୧୯୨ ଜଣ ସୁସ୍ଥ ହୋଇଛନ୍ତି ।

 

 

Leave A Reply

Your email address will not be published.