ରାଜ୍ଯରେ କରୋନା ନେଲା ଆଉ ୬୯ ଜଣଙ୍କ ଜୀବନ

ଭୁବନେଶ୍ୱର: ରାଜ୍ୟରେ ଚିନ୍ତା ବଢାଉଛି କରୋନା ମୃତ୍ୟୁସଂଖ୍ୟା। । କରୋନା ଗତ ୨୪ ଘଣ୍ଟାରେ ଆଉ ୬୯ ଜଣଙ୍କ ଜୀବନ ନେଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୫୭୦୩ କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରୁ ସୁନ୍ଦରଗଡ଼ରୁ ସର୍ବାଧିକ ୧୪ ଜଣ, ଖୋର୍ଦ୍ଧାରୁ ୮ ଜଣ, ଅନୁଗୁଳ ଓ କଟକରୁ ୬ ଜଣ, କେନ୍ଦୁଝର ଓ ପୁରୀରୁ ୫ ଜଣ, ବୌଦ୍ଧ ଓ ସମ୍ବଲପୁରରୁ ୪, ଭଦ୍ରକରୁ ୨ ଜଣ, ଯାଜପୁର, ଝାରସୁଗୁଡ଼ା, କନ୍ଧମାଳ, କୋରାପୁଟ, ନବରଙ୍ଗପୁର, ଓ ନୟାଗଡ଼ରୁ ଜଣେ ଲେଖାଏଁ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି।