ଆଜି ଓଡ଼ିଶାରେ ପୁଣି ୪୪ ଜଣଙ୍କ ଜୀବନ ନେଲା ମହାମାରୀ କରୋନା

ରାଜ୍ୟରେ ଚିନ୍ତା ବଢାଉଛି କରୋନା। ଏପଟେ ଦୈନିକ ସଂକ୍ରମଣ ଖସିଥିବା ବେଳେ ମୃତକଙ୍କ ସଂଖ୍ୟାରେ କିନ୍ତୁ ଲାଗୁ ନାହିଁ ବ୍ରେକ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୪ ଜଣଙ୍କ ଜୀବନ ନେଇଛି ମହାମାରୀ କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୪୩୨ କୁ ବୃଦ୍ଧି ପାଇଛି। ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ୫, ପୁରୀ, କଳାହାଣ୍ଡି ଓ ଗଞ୍ଜାମରୁ ୪ ଜଣ ଲେଖାଏଁ, କଟକ, ଜଗତସିଂହପୁର, ଝାରସୁଗୁଡା, ରାୟଗଡା ଓ ସୁନ୍ଦରଗଡରୁ ୩ ଜଣ ଲେଖାଏଁ, ବରଗଡ, ବୌଦ୍ଧ ଓ ମୟୂରଭଞ୍ଜରୁ ୨ ଜଣ ଲେଖାଏଁ, ସମ୍ବଲପୁର, ନୂଆପଡା, କେନ୍ଦୁଝର, କନ୍ଧମାଳ, ଗଜପତି ଓ ଢେଙ୍କାନାଳରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

Leave a comment