ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆଜି ଦେଶରେ ୩ଲକ୍ଷ ୨୬ହଜାର ୯୮ସଂକ୍ରମିତ ଚିହ୍ନଟ, ୩, ୮୯୦ ମୃତ୍ୟୁ

ନୂଆଦିଲ୍ଲୀ: ଦେଶରେ କାୟା ବିସ୍ତାର କରୁଛି କରୋନା । ଆଜି ଦିନକରେ ୩ଲକ୍ଷ ୨୬ହଜାର ୯୮ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩ହଜାର ୮୯୦ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ୨୪ ଘଣ୍ଟାରେ ୩ଲକ୍ଷ ୫୩ହଜାର ୨୯୯ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଦେଶରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨କୋଟି ୪୩ଲକ୍ଷ ୭୨ହଜାର ୯୦୭ରେ ପହଞ୍ଚିଲାଣି । ମୋଟ୍ କରୋନାରୁ ସୁସ୍ଥ ହେଲେଣି ୨କୋଟି ୪ଲକ୍ଷ ୩୨ହଜାର ୮୯୮ଜଣ ଆକ୍ରାନ୍ତ । ମୋଟ୍ କରୋନା ମୃତ୍ୟୁସଂକ୍ୟା ୨ଲକ୍ଷ ୬୬ହଜାର ୨୦୭ । ଆକ୍ଟିଭ କେସ୍ ରହିଛି ୩୬ଲକ୍ଷ ୭୩ହଜାର୮୦୨ । ଦେ୍ଶରେ ଟିକାକରଣ ଜାରି ରିହଛି । ୧୮କୋଟି ୪ଲକ୍ଷ ୫୭ହଜାର ୫୭୯ଜଣଙ୍କୁ ଟିକା ଦିଆୟାଇଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.