ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରାଜ୍ୟସଭାରୁ ଟିଏମ୍‌ସି ସାଂସଦ ଶାନ୍ତନୁ ସେନ୍ ନିଲମ୍ବିତ

ନୂଆଦିଲ୍ଲୀ: ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ହାତରୁ ପେପର୍ ଛଡ଼ାଇ ଆଣି ଚିରିଥିବା ତୃଣମୂଳ କଂଗ୍ରେସ ସାଂସଦ ଶାନ୍ତନ୍ତୁ ସେନ୍‌ଙ୍କୁ ସଂସଦର ଚଳିତ ମୌସୁମୀ ଅଧିବେଶନରୁ ନିଲମ୍ବିତ କରାଯାଇଛି । ସେ ଆଉ ଏହି ଅଧିବେଶନରେ ଭାଗ ନେଇପାରିବେ ନାହିଁ ।

ସେନ୍‌ଙ୍କ ବିରୋଧରେ ଆଜି ନିଲମ୍ବନ ପ୍ରସ୍ତାବ ପାରିତ ହେବା ପରେ ତାଙ୍କୁ ଅଶୋଭନୀୟ ଆଚରଣ ପାଇଁ ଚଳିତ ମୌସୁମୀ ଅଧିବେଶନରୁ ନିଲମ୍ବିତ କରାଯାଇଛି । ଗତକାଲି ରାଜ୍ୟସଭାରେ ପେଗାସସ୍ ବିବାଦ ନେଇ ଆଇଟି ମନ୍ତ୍ରୀ ବୈଷ୍ଣବ ବିବୃତ୍ତି ଦେଉଥିବା ବେଳେ ତାଙ୍କ ହାତରୁ ପେପର୍ ଛଡ଼ାଇ ଆଣି ଚିରି ଫିଙ୍ଗି ଦେଇଥିଲେ ସେନ୍ ।

ଶାନ୍ତନୁ ସେନଙ୍କୁ ଚଳିତ ମୌସୁମୀ ଅଧିବେଶନ ପାଇଁ ନିଲମ୍ବିତ କରାଯାଇଥିବା ନେଇ ରାଜ୍ୟସଭା ଅଧ୍ୟକ୍ଷ ଏମ୍‌.ଭେଙ୍କୟା ନାୟୁଡୁ ଘୋଷଣା କରିଛନ୍ତି । ଗୃହକାର୍ଯ୍ୟ ଆରମ୍ଭ ହେବା ପରେ ଅଧ୍ୟକ୍ଷ ନାୟୁଡୁ ଗତକାଲି ଘଟିଥିବା ଘଟଣା ସମ୍ପର୍କରେ ଉଲ୍ଲେଖ କରି ଏହାକୁ ଅଶୋଭନୀୟ ବୋଲି ଅଭିହିତ କରିଥିଲେ । ଗତକାଲି ଘଟିଥିବା ଘଟଣାରେ ଗୃହର ମର୍ଯ୍ୟାଦା ହାନି ହୋଇଛି ବୋଲି ସେ କହିଥିଲେ ।

Leave A Reply

Your email address will not be published.