ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ନନ୍ଦିଗ୍ରାମରୁ ମମତା ପଛୁଆ , ପଶ୍ଚିମବଙ୍ଗରେ ଟିଏମସି ଆଗୁଆ

କୋଲକାତା: ଜାରି ରହିଛି ଭୋଟ୍ ଗଣତି । ପ୍ରାରମ୍ଭିକ ଟ୍ରେଣ୍ଡିଂରେ ପଶ୍ଚିମବଙ୍ଗରେ ବିଜେପିକୁ କଡ଼ା ଟକ୍କର ଦେଇ ଚାଲିଛି ଟିଏମସି । ତାଜା ତଥ୍ୟ ଅନୁସାରେ ଦିନ ୧୦ଟା ୨୦ ସୁଦ୍ଧା ପଶ୍ଚିମବଙ୍ଗର ୨୯୨ ଆସନ ମଧ୍ୟରୁ ୧୫୬ ଆସନର ଗଣତିରେ ଟିଏମସି ଆଗୁଆ ରହିଛି । ଟିଏମସି ୧୦୧ଟି ଆସନରେ ଆଗୁଆ ରହିଥିବା ବେଳେ ବିଜେପି ୫୩ଟି ଆସନରେ ଆଗୁଆ ରହିଛି । ଅନ୍ୟ ୨ଟି ଆସନରେ ସ୍ୱାଧୀନ ପ୍ରାର୍ଥୀ ଆଗୁଆ ଥିବା ଜଣାପଡ଼ିଛି । ପଶ୍ଚିମବଙ୍ଗରେ ଟିଏମସି ଆଗୁଆ ରହିଥିବା ବେଳେ ରିପୋର୍ଟ ଅନୁସାରେ ନନ୍ଦିଗ୍ରାମରୁ ଲଢ଼ୁଥିବା ଟିଏମସି ମୁଖ୍ୟ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ପଛୁଆ ଅଛନ୍ତି । ମମତା, ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ପ୍ରାୟ ୮ ହଜାର ୧୦୬ ଭୋଟରେ ପଛୁଆ ଅଛନ୍ତି ।

Leave A Reply

Your email address will not be published.