ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

୩ ବନ୍ୟଜନ୍ତୁ ତସ୍କରି ଗିରଫ: ଜୀବନ୍ତ ପକ୍ଷୀ ସମେତ ବାଘ ଦାନ୍ତ, ନଖ ଓ ବଜ୍ରକାପ୍ତା କାତି ଜବତ

ଯଶିପୁର: କ୍ରାଇମବ୍ରାଞ୍ଚ ଏସଟିଏଫ ପଞ୍ଝାରେ ବନ୍ୟ ଜନ୍ତୁ ତସ୍କରି। ମଙ୍ଗଳବାର କ୍ରାଇମବ୍ରାଞ୍ଚ ଏସଟିଏଫ ବିଶେଷ ସୂତ୍ରରୁ ଖବର ପାଇ ମୟୁରଭଞ୍ଜ ଜିଲ୍ଲା ଯଶିପୁର ଅଞ୍ଚଳର ପୋଡ଼ାଗଡ଼ରେ ଚଢ଼ାଉ କରି ଅଭିଯୁକ୍ତ ନନ୍ଦ ବାଗେକୁ ଗିରଫ କରିଛି। ଅଭିଯୁକ୍ତଙ୍କ ପାଖରୁ ବଜ୍ରକାପ୍ତା କାତି ୩ କି.୫ଶହ ଗ୍ରାମ୍ , ୨୯ଟି ବାଘ ନଖ, ୨ ଟି ବାଘ ଦାନ୍ତ, ୪୬ଟି ଜୀବନ୍ତ ଶୁଆ ଜବତ ହୋଇଛି। ଶିମିଳିପାଳ ବନାଞ୍ଚଳ ମଧ୍ୟରେ ଏପରି ବନ୍ୟଜନ୍ତୁ ତସ୍କରି ବ୍ୟାପକ ଭାବେ ଚାଲିଛି। ବହୁ ଅପରାଧୀ ଏପରି ଅପରାଧ କରି ଆଇନକୁ ଫାଙ୍କି ଚାଲିଛନ୍ତି।ସ୍ଥାନୀୟ ଯଶିପୁର ଅଞ୍ଚଳର କିଛି ଲୋକଙ୍କ ପ୍ରତ୍ୟକ୍ଷ ଭାବେ ଏଥିରେ ସମ୍ପୃକ୍ତି ରହୁଛି। ଏହା ଆନ୍ତର୍ଜାତୀୟ ରାକେଟ ବୋଲି ଅନୁମାନ କରୁଛି ବନବିଭାଗ। ଏସବୁ ସାମଗ୍ରୀ ବିକ୍ରି ସମୟରେ ମୂଲଚାଲ ହେଉଥିବାବେଳେ ଏସଟିଏଫ ଓ ବନବିଭାଗ କର୍ମଚାରୀଙ୍କ ମିଳିତ ଚଢ଼ାଉ କରି ଜବତ କରାଯାଇଛି। ନନ୍ଦ ବାଗେ ଘର ଶିମିଳିପାଳ ପାଦଦେଶର କରଞ୍ଜିଆ ଥାନା ଅନ୍ତର୍ଗତ ମିର୍ଗିନେଣ୍ଡି ଗ୍ରାମର ବୋଲି ଜଣାପଡିଛି। ସେ ସ୍ଥାୟୀ ଭାବେ ପୋଡ଼ାଗଡ଼ ଗ୍ରାମରେ ଦୀର୍ଘ ଦିନହେବ ରହିଆସୁଥିଲା। ନନ୍ଦ ବାଗେ ଠାରୁ ସୂଚନା ନେଇ ବନବିଭାଗ ଯଶିପୁର ଅଞ୍ଚଳର ମଜିଦ ଖାଁ (ମୁନା) ଓ ସେଖ ରାଜକୁ ଗିରଫ କରିଛି। ଏସଟିଏଫ ଏମାନଙ୍କୁ ଦୁଧିଆଣି ରେଞ୍ଜରଙ୍କୁ ହସ୍ତାନ୍ତର କରିଛି। କରଞ୍ଜିଆ ଏସିଏଫ ଫାଲଗୁନି ବେହେରାଙ୍କ ସୂଚନା ଅନୁଯାୟୀ ଏହା ଅନ୍ତର୍ଜାତୀୟ ରାକେଟ ହୋଇପାରନ୍ତି। ଏଥିରେ ଆହୁରି ବହୁ ଲୋକ ସାମିଲ ଥିବାର ସନ୍ଦେହ କରାଯାଉଛି।ଏନେଇ ଅଧିକ ତଦନ୍ତ ଚଳାଇଛି ବନବିଭାଗ।

Leave A Reply

Your email address will not be published.