ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସୁଲିଆ ଘାଟିରେ ବୁଲୁଛି ବାଘ !

ବଲାଙ୍ଗିର : ବଲାଙ୍ଗିର ଠାରୁ ଖଇରଗୁଡ଼ାସ୍ଥିତ ପ୍ରସିଦ୍ଧ ସୁଲିଆ ପୀଠକୁ ଯିବା ରାସ୍ତାରେ ସୁଲିଆ ଘାଟି ଠାରେ ଏକ ମହାବଳ ବାଘ ବୁଲୁଥିବା ଗୁଜବ ଚାରିଆଡ଼େ ପ୍ରଚାରିତ ହେବାରେ ଲାଗିଛି। ଗତ ଶନିବାର ଦିନ ଦ୍ୱିପ୍ରହରରେ ଏହି ବାଘ ବାହାରିଥିବା କୁହାଯାଉଥିବାବେଳେ ଏକ ଫଟୋ ମଧ୍ୟ ଭାଇରାଲ୍‍ ହେବାରେ ଲାଗିଛି। ଏହି ଫଟୋରେ ବାଘଟି ରାସ୍ତ ମଝିରେ ଚାଲୁଥିବା ଦେଖିବାକୁ ମିଳିଛି। ତେବେ ଫଟୋଟିକୁ ଠିକ୍‍ ଭାବରେ ଦେଖିଲେ ଏହାକୁ ଏଡିଟିଙ୍ଗ କରାଯାଇଥିବା ଜଣାପଡୁଛି। ବାଘ ବୁଲୁଥିବା ଗୁଜବ ଚାରିଆଡ଼େ ପ୍ରଚାରିତ ହେଉଥିବାରୁ ସେହି ରାସ୍ତା ଦେଇ ଯାତାୟାତ କରୁଥିବା ଯାତ୍ରୀଙ୍କ ମନରେ ଭୟ ପ୍ରକାଶ ପାଇଛି। ପ୍ରସିଦ୍ଧ ଶୁଲିଆ ଯାତ୍ରାକୁ ମଧ୍ୟ ଆଉ ଦୁଇ ଦିନ ଥିବାରୁ ଏଭଳି ଗୁଜବ ପ୍ରଚାରିତ ହେଲେ ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇପାରେ ବୋଲି କୁହାଯାଇଛି।

Leave A Reply

Your email address will not be published.