ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ନୂଆପଡ଼ାରେ ବାଘ ଆତଙ୍କ: ଚରୁଥିବା ସମୟରେ ଗାଈକୁ ଜଙ୍ଗଲ ଭିତରକୁ ଟାଣି ନେଲା ବାଘ

ନୂଆପଡ଼ା: ନୂଆପଡ଼ା ଜିଲ୍ଲାରେ ବାଘ ଆତଙ୍କ । ଚରୁଥିବା ସମୟରେ ଗାଈର ତଣ୍ଟିକୁ ଧରି ଜଙ୍ଗଲ ଭିତରକୁ ଟାଣି ନେଲା ବାଘ । ଭୟବୀତ ଅବସ୍ଥାରେ ରହିଛନ୍ତି ଲୋକେ ।

ସୂଚନା ଅନୁଯାୟୀ, ଆଜି ସକାଳୁ ଧରମବନ୍ଧା କୁଟରେଙ୍ଗାପଡ଼ା ଗାଁରେ ଅଗିନ ମାଝୀ ତାଙ୍କ ଗାଈକୁ ଗୁହାଳରୁ ବାହାର କରି ଜଙ୍ଗଲକୁ ଚରାଇବାକୁ ନେଇଥିଲେ । ଏହି ସମୟରେ ଗାଁ ମୁଣ୍ଡକୁ ଏକ ବାଘ ହଠାତ୍ ଚାଲି ଆସି ଗାଈକୁ ଆକ୍ରମଣ କରିଥିଲା । ଗାଈର ତଣ୍ଟିକୁ ଧରି ଜଙ୍ଗଲ ଭିତରକୁ ଟାଣି ନେଇଥିଲା । ଏହାକୁ ଦେଖି ଗାଁଲୋକେ ଚିତ୍କାର କରି ଉଠିଥିଲେ । ଠେଙ୍ଗାବାଡ଼ି ଧରି ଦୌଡ଼ାଇବାରୁ ବାଘ ଜଙ୍ଗଲ ଭିତରକୁ ପଳାଇଥିଲା । ଖବର ପାଇ ବନ ବିଭାଗର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ । ବନ ବିଭାଗ କର୍ମଚାରୀ ବାଘର ପାଦ ଚିହ୍ନ ଠାବ କରିଛନ୍ତି । ବାଘ ଆସିଥିବା ଦେଖି ଗାଁଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି ।

Leave A Reply

Your email address will not be published.