ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଗୁରୁବାର ରାଶିଫଳ ( ୨୧ – ୦୭ – ୨୦୨୨ )

ମେଷ: ଧୈର୍ଯ୍ୟର ସହ ଅପେକ୍ଷା କରି ସଫଳତା ପାଇବେ। ନୂତନ ନିଯୁକ୍ତି ସୁଯୋଗ ରହିଛି। ବ୍ୟବସାୟୀମାନଙ୍କୁ ଭଲ ଫଳାଫଳ ମିଳିବ। ଭାଗୀଦାରି କାର୍ଯ୍ୟରେ ସମୟ ଅତିବାହିତ କରିବେ।

ବୃଷ: ଗୁରୁଜନଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ। କ୍ୟାରିୟରରେ ଭିନ୍ନ ମୋଡ଼ ଦେଖିବାକୁ ମିଳିବ। ନୂତନ କାର୍ଯ୍ୟ ଆରମ୍ଭ କରିବାକୁ ଚାହଁୁଥିଲେ ସେଥିରେ ସଫଳତା ପାଇବେ। ଦାମ୍ପତ୍ୟ ଜୀବନରେ ସୁଖ ବୃଦ୍ଧି ପାଇବ।

ମିଥୁନ: ଗରିବ ବ୍ୟକ୍ତିଙ୍କୁ ସାହାଯ୍ୟ କରି ଶାନ୍ତି ପାଇବେ। ସମସ୍ୟାର ସମାଧାନ ହୋଇପାରେ। ତରବରିଆ ଭାବରେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। ନିଜ ଭାବନାକୁ ଅନ୍ୟକୁ ବାଣ୍ଟି ହାଲୁକା ଅନୁଭବ କରିବେ।

କର୍କଟ: ଜୀବନରେ ବିଭିନ୍ନ ମାର୍ଗରେ ସଫଳତା ଓ ସମୃଦ୍ଧି ପାଇପାରନ୍ତି। ବରିଷ୍ଠ ବ୍ୟକ୍ତିଙ୍କଠାରୁ ସାହାଯ୍ୟ ପାଇବେ। ପୂର୍ବ ଦିନମାନଙ୍କ ତୁଳନାରେ ସ୍ଥିତିରେ ସୁଧାର ଦେଖାଦେବ। ଦୂରଯାତ୍ରାରୁ ଲାଭବାନ ହେବେ।

ଏଥିସହିତ ପଢ଼ନ୍ତୁ

ସିଂହ: ସଫଳତା ପାଇବା ପାଇଁ ଅଧିକ ପରିଶ୍ରମ କରିବା ଆବଶ୍ୟକ। ଜୀବନସାଥୀଙ୍କ ସହ ସାମାନ୍ୟ ତିକ୍ତତା ଦେଖାଦେଇପାରେ। ଅନ୍ୟର ପରାମର୍ଶ କ୍ରମେ ନୂତନ କାର୍ଯ୍ୟ ଆରମ୍ଭ କରି ଲାଭବାନ ହେବେ।

କନ୍ୟା: ସନ୍ତାନ ଓ ଜୀବନସାଥୀଙ୍କ ପୂର୍ଣ୍ଣ ସହଯୋଗ ପାଇବେ। କର୍ମକ୍ଷେତ୍ରରେ ପଦୋନ୍ନତିର ସୁଯୋଗ ଦେଖାଦେଇପାରେ । ଆପଣଙ୍କ ବିଚାର ଅନ୍ୟମାନଙ୍କୁ ପ୍ରଭାବିତ କରିପାରେ। ସମୟର ସଦୁପଯୋଗ କରି ଲାଭବାନ ହେବେ।

ତୁଳା: ନୂତନ ଗୃହ କ୍ରୟ କରିବାର ଯୋଗ ରହିଛି। କର୍ମକ୍ଷେତ୍ରରେ କାର୍ଯ୍ୟଗୁଡ଼ିକୁ ସୂଚାର ରୂପରେ କରିବେ। ଛାତ୍ରଛାତ୍ରୀମାନେ ନିଜ ପ୍ରୟାସରେ ଆଗକୁ ବଢ଼ିବେ। କୋର୍ଟକଚେରୀ ମାମଲାରେ ସଫଳତା ପାଇଁ ଧୈର୍ଯ୍ୟ ଧରିବାକୁ ପଡ଼ିବ।

ବିଛା: ଗୁରୁଜନଙ୍କ ଆଶୀର୍ବାଦରେ ଦିନଟି ଭଲରେ କଟିବ। କର୍ମକ୍ଷେତ୍ରରେ ପ୍ରଶଂସାର ଅଧିକାରୀ ହେବେ। ବଡ଼ ସଫଳତା ଆପଣଙ୍କ ଜୀବନରେ ପରିବର୍ତ୍ତନ ଆଣିପାରେ। ପରିବାରରେ ସୁଖଶାନ୍ତି ଅତୁଟ ରହିବ।

ଧନୁ: ନୂତନ ଯୋଜନା ଓ ବିଚାର ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ଆଣିପାରେ। ପରିବାର ସଦସ୍ୟଙ୍କ ସହ ମତଭେଦ ଦେଖାଦେଇପାରେ। ଜୀବନସାଥୀଙ୍କ ମନ କଥା ବୁଝିବାକୁ ଚେଷ୍ଟା କରନ୍ତୁ।

ମକର: ନୂତନ ନିଯୁକ୍ତି ପାଇଁ ଅନେକଗୁଡ଼ିଏ ଅବସର ମିଳିପାରେ। ଛାତ୍ରଛାତ୍ରୀମାନେ ଅଧିକରୁ ଅଧିକ ପରିଶ୍ରମ କରିବା ଉଚିତ। ମହିଳାମାନେ ନିଜ ଭାବନା ଉପରେ ନିୟନ୍ତ୍ରଣ ରକ୍ଷା କରନ୍ତୁ।

କୁମ୍ଭ: ଉଚ୍ଚ ଅଧିକାରୀଙ୍କ ସହ ଭଲ ସମ୍ପର୍କ ସ୍ଥାପନ କରିବାରେ ସଫଳ ହେବେ। କ୍ୟାରିୟରରେ ଉନ୍ନତି ପରିଲକ୍ଷିତ ହେବ। ଧାର୍ମିକସ୍ଥଳକୁ ଭ୍ରମଣ ପାଇଁ ଯାଇପାରନ୍ତି। ବ୍ୟସ୍ତତା ଭିତରେ ଦିନଟି କଟିବ।

ମୀନ: ଯେଉଁ ସୁଯୋଗର ଅପେକ୍ଷା କରିଥିଲେ ତାହାକୁ ହାତଛଡ଼ା କରନ୍ତୁ ନାହିଁ। ପ୍ରେମ ଓ ଦାମ୍ପତ୍ୟ ସମ୍ପର୍କରେ ବିବାଦ ଦେଖାଦେଇ ପାରେ। ସମୟ ସହ ଖାପଖୁଆଇ ଆଗକୁ ବଢ଼ିବେ। ଭବିଷ୍ୟତ ପାଇଁ ନୂଆ ଯୋଜନା କରିବେ।

Leave A Reply

Your email address will not be published.