ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଗୁରୁବାର ରାଶିଫଳ ( ୧୨ – ୦୧ – ୨୦୨୩ )

ମେଷ: ପ୍ରଗତି କ୍ଷେତ୍ରରେ ଅଗ୍ରସର ହେବେ। କର୍ମକ୍ଷେତ୍ରରେ କାର୍ଯ୍ୟଭାର ଅଧିକ ରହିବ। ଭବିଷ୍ୟତ ପାଇଁ ନୂତନ ଯୋଜନା କରିବେ। ସ୍ବାସ୍ଥ୍ୟରେ ଅବନତି ଦେଖାଦେଇ ପାରେ। ନୂତନ ନିବେଶରୁ ନିବୃତ୍ତ ରୁହନ୍ତୁ।

ବୃଷ: ନିଜ ଲକ୍ଷ୍ୟକୁ ସାଧନ କରିବେ। ପାରିବାରିକ ସମସ୍ୟାରେ ଫସି ରହିବେ। ଜରୁରୀ କାର୍ଯ୍ୟରେ ବନ୍ଧୁଙ୍କ ସହଯୋଗ ପାଇ ଖୁସି ହେବେ। ଆୟ ବଢ଼ିବାର ସୁଯୋଗ ରହିଛି। ଧାର୍ମିକସ୍ଥଳୀ ପରିଭ୍ରମଣରେ ଯାଇପାରନ୍ତି।

ମିଥୁନ: ନୂଆ ଯୋଜନା କରି ଲାଭବାନ ହେବେ। କର୍ମକ୍ଷେତ୍ରରେ ନିଜର ଦୁର୍ବଳତା ପାଇଁ ଲଜ୍ଜିତ ହେବେ। କଠିନ ପରିସ୍ଥିତିର ମୁକାବିଲା କରିବେ। ପରିବାର ବର୍ଗଙ୍କ ସହାୟତା ପାଇ ଆଗକୁ ବଢ଼ିବେ।

କର୍କଟ: ଗୁରୁଜନଙ୍କ ସ୍ବାସ୍ଥ୍ୟର ଯତ୍ନ ନିଅନ୍ତୁ। କର୍ମକ୍ଷେତ୍ରରେ ନୂତନ ସହକର୍ମୀଙ୍କ ସହ ଘନିଷ୍ଠତା ବଢ଼ିପାରେ। ବନ୍ଧୁବର୍ଗଙ୍କଠାରୁ ସହଯୋଗ ପାଇବେ। ଅର୍ଥପ୍ରାପ୍ତିର ନୂତନ ମାର୍ଗ ଉନ୍ମୁକ୍ତ ହେବେ।

ଏଥିସହିତ ପଢ଼ନ୍ତୁ

ସିଂହ: ଆର୍ଥିକ ଅନଟନ ଦେଖାଦେବ। ସାଂସାରିକ ଭୁଲ୍‌ ବୁଝାମଣା ରହିବ। ମହିଳାମାନେ ଚିନ୍ତାରେ ରହିବେ। ବ୍ୟବସାୟରେ ମନ୍ଥରତା ଦେଖା ଦେଇପାରେ। ଧୈର୍ଯ୍ୟର ସହ କାର୍ଯ୍ୟ କରି ଆଗକୁ ବଢ଼ିବେ।

କନ୍ୟା: କୌଣସି ଖବର ପାଇ ଉତ୍ସାହିତ ରହିବେ। କର୍ମକ୍ଷେତ୍ରରେ ପ୍ରଶଂସାର ପାତ୍ର ହେବେ। ନିଜ ବ୍ୟବହାର ପାଇଁ ଲୋକପ୍ରିୟତା ହାସଲ କରିବେ। ପ୍ରେମ ଓ ଦାମ୍ପତ୍ୟ ଜୀବନ ମଧୁର ରହିବ।

ତୁଳା: କିଛି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ। ସମୟ ପୂର୍ବରୁ କାର୍ଯ୍ୟ ଶେଷକରିବା ପାଇଁ ଅଧିକ ପରିଶ୍ରମୀ ହେବାକୁ ପଡ଼ିବ। ଅକସ୍ମାତ୍‌ ଧନଲାଭ ଯୋଗ ରହିଛି। ନିଜ ବାକ୍ୟ ଉପରେ ଲଗାମ ରଖନ୍ତୁ।

ବିଛା: ପ୍ରିୟଜନଙ୍କ ସହ ଭଲ ସମୟ ଅତିବାହିତ କରିବେ। କିଛି ନୂତନ ସୁଯୋଗ ହାତଛଡ଼ା କରନ୍ତୁ ନାହିଁ। ଆର୍ଥିକ ସ୍ତରରେ ଲାଭବାନ ହେବେ। ବହୁ ଦିନର ବନ୍ଧୁଙ୍କ ସହ ଭେଟ ହୋଇପାରେ।

ଧନୁ: ନିଜ ଲକ୍ଷ୍ୟ ପୂରଣ କରିବାକୁ କାର୍ଯ୍ୟ କରନ୍ତୁ। ସମସ୍ୟା ଦେଖା ଦେଇପାରେ। କୋର୍ଟକଚେରୀ ମାମଲାରେ ସଫଳତା ହାସଲ କରିପାରନ୍ତି। ପାରିବାରିକ ସମସ୍ୟାରେ ପଡ଼ିଯାଇ ପାରନ୍ତି।

ମକର: ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକୁ ପୂରଣ କରିବେ। ପୁରୁଣା ବିବାଦର ସମାଧାନ ରାସ୍ତା ପାଇବେ। ଧନ ଲାଭ ଯୋଗ ରହିଛି। ସନ୍ତାନସନ୍ତତିଙ୍କ ପାଇଁ ଚିନ୍ତିତ ରହିବେ। ବୈବାହିକ ଜୀବନ ସୁଖମୟ ରହିବ।

କୁମ୍ଭ: କାର୍ଯ୍ୟଭାର ତୁଲାଇ ଥକ୍କା ଅନୁଭବ କରିବେ। ମାନସିକ ଅବସାଦରେ ରହିବେ। ଅନ୍ୟପ୍ରତି ଆକର୍ଷିତ ହୋଇପାରନ୍ତି। କ୍ରୋଧ ଉପରେ ନିୟନ୍ତ୍ରଣ ରକ୍ଷା କରି କାର୍ଯ୍ୟ କରନ୍ତୁ। ସହକର୍ମୀଙ୍କ ସହଯୋଗ ପାଇବେ।

ମୀନ: ସମସ୍ୟାରେ ପଡ଼ିଯାଇ ପାରନ୍ତି। ନୂତନ କାର୍ଯ୍ୟ ଆରମ୍ଭ କରି ପାରନ୍ତି। ପାରିବାରିକ ପରିସ୍ଥିତି ପାଇଁ ଚିନ୍ତିତ ହୋଇପଡ଼ିବେ। ଆର୍ଥିକ କ୍ଷେତ୍ର ସୁଦୃଢ଼ ରହିବ। କାର୍ଯ୍ୟକ୍ଷେତ୍ରରେ ବାଦବିବାଦ ଉପୁଜିପାରେ।

Leave A Reply

Your email address will not be published.