ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଗୁରୁବାର ରାଶିଫଳ ( ୧୦- ୦୬-୨୦୨୧ )

ମେଷ:ସମସ୍ୟା ଭିତର ଦେଇ ଗତି କରିବେ। ଅଭାବ ଓ ଅସୁବିଧା ରହିବ। ଚାକିରିରେ ବ୍ୟସ୍ତବହୁଳ ରହିବେ। ବାଣିଜ୍ୟରେ ଆୟବ୍ୟୟ ସମାନ ରହିବ। ଶୁଭ ଅଙ୍କ-୩,ଶୁଭ ରଙ୍ଗ-ହଳଦିଆ

ବୃଷ:ଦିନଟିରେ ଉତ୍ସାହିତ ରହିବେ। ଦେହ ଓ ମନ ଭଲ ରହିବ। ପ୍ରଶାସନିକ ଓ ରାଜନୀତିରେ ଲୋକପ୍ରିୟତା ବୃଦ୍ଧି ପାଇବ। ବାଣିଜ୍ୟରେ ଲାଭ ମିଳିବ। ଶୁଭ ଅଙ୍କ;୪,ଶୁଭ ରଙ୍ଗ-ମେଟାଲିକ୍

ମିଥୁନ:କୌଣସି କାର୍ଯ୍ୟ ଉଦ୍ଦେଶ୍ୟରେ ଦୂରଯାତ୍ରା କରିପାରନ୍ତି। ଚାକିରିରେ ସହଯୋଗ ମିଳିବ। ଶିଳ୍ପ ଓ ବାଣିଜ୍ୟରେ କିଛିଟା ଲାଭ ମିଳିବ।
ଶୁଭ ଅଙ୍କ-୧,ଶୁଭ ରଙ୍ଗ ଗୋଲାପି

କର୍କଟ:କର୍ମକ୍ଷେତ୍ରରେ ସ୍ବାଧୀନତା ରହିବ। ପ୍ରଶାସନିକ ମାନମର୍ଯ୍ୟାଦା ପ୍ରାପ୍ତି ହେବ। ମହିଳାମାନେ ଆତ୍ମନିର୍ଭରଶୀଳ ରହିବେ। ବାଣିଜ୍ୟରେ ସଫଳ ହେବେ। ଶୁଭ ଅଙ୍କ-୨,ଶୁଭ ରଙ୍ଗ-ଧଳା

ଏଥିସହିତ ପଢ଼ନ୍ତୁ

ସିଂହ:ଅନେକ ଉପାୟରେ ଉପାର୍ଜନ କରିବେ। ମହିଳାମାନେ ହର୍ଷୋଲ୍ଲାସରେ ସମୟ କଟାଇବେ। ବାଣିଜ୍ୟରେ ଉତ୍ତମ ଆୟ ହେବ। ଶୁଭ ଅଙ୍କ-୯, ଶୁଭ ରଙ୍ଗ-ମେରୁନ୍

କନ୍ୟା:ପରୋପକାର କରିବାକୁ ଯାଇ ସମସ୍ୟାରେ ସମ୍ମୁଖୀନ ହେବେ। ଚାକିରିରେ କାର୍ଯ୍ୟ ବହୁଳ ରହିବ। ବାଣିଜ୍ୟରେ ସାଧାରଣ ଫଳ ମିଳିବ। ଶୁଭ ଅଙ୍କ-୫,ଶୁଭ ରଙ୍ଗ-ସବୁଜ

ତୁଳା:କର୍ମକ୍ଷେତ୍ରରେ ପ୍ରତାରଣା ପାଇପାରନ୍ତି। ଚାକିରିରେ କର୍ତ୍ତୃପକ୍ଷଙ୍କ ଚାପ ରହିବ। ପ୍ରଶାସନିକ ସ୍ଥାନଚ୍ୟୁତ ହୋଇପାରେ। ବାଣିଜ୍ୟରେ ପ୍ରତିବନ୍ଧକ ରହିବ। ଶୁଭ ଅଙ୍କ-୨,ଶୁଭ ରଙ୍ଗ-ଧଳା

ବିଛା:ଭବିଷ୍ୟତକୁ ନେଇ ଚିନ୍ତାରେ ରହିବେ। ସାଂସାରିକ ବିରକ୍ତିମନା ରହିବେ। ରାଜନୀତିରେ ଜନସମ୍ପର୍କ ବୃଦ୍ଧି ପାଇବ। ବାଣିଜ୍ୟରେ ସଫଳ ହେବେ। ଶୁଭ ଅଙ୍କ-୧,ଶୁଭ ରଙ୍ଗ-ପିଙ୍କ୍

ଧନୁ:କର୍ମକ୍ଷେତ୍ରରେ ସମ୍ମାନ ବଢିବ। ମହିଳାମାନଙ୍କ ସ୍ବାଭିମାନ ଅକ୍ଷୁର୍ଣ୍ଣ ରହିବ। ଚାକିରିରେ ନିଷ୍ଠା ରହିବ। ବାଣିଜ୍ୟରେ ଲାଭ ମିଳିବ।
ଶୁଭ ଅଙ୍କ-୭,ଶୁଭ ରଙ୍ଗ-କଫି

ମକର:କୌଣସି କାର୍ଯ୍ୟକୁ ନେଇ ଆଶଙ୍କାରେ ରହିବେ। ସନ୍ତାନସନ୍ତତିମାନେ ଅବାଧ୍ୟ ହୋଇପାରନ୍ତି। ବାଣିଜ୍ୟରେ ବିଶେଷ ଭଲ ହେବ ନାହିଁ। ଶୁଭ ଅଙ୍କ-୩,ଶୁଭ ରଙ୍ଗ-ଗୋଲଡେନ୍

କୁମ୍ଭ:ଦିନଟି ସହଯୋଗ ପାଇ ଆଗେଇବେ। ଚାକିରିରେ ପ୍ରଶଂସା ପାଇବେ। ରାଜନୀତିରେ ଚଳଚଞ୍ଚଳ ରହିବେ। ବାଣିଜ୍ୟରେ ସୁଫଳ ମିଳିବ।
ଶୁଭ ଅଙ୍କ-୫,ଶୁଭ ରଙ୍ଗ-ସବୁଜ

ମୀନ:କର୍ମକ୍ଷେତ୍ରରେ ଧନସମ୍ମାନ ପ୍ରାପ୍ତି ହେବ। ସାଂସାରିକ ଦକ୍ଷ ପ୍ରତିପାଦିତ ହେବେ। ରାଜନୀତିରେ ସକ୍ରିୟ ରହିବେ। ବାଣିଜ୍ୟରେ ସଞ୍ଚୟ ହେବ।
ଶୁଭ ଅଙ୍କ-୩,ଶୁଭ ରଙ୍ଗ-କ୍ରିମ୍

Leave A Reply

Your email address will not be published.