ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଗୁରୁବାର ରାଶିଫଳ (୨୫-୧୧-୨୦୨୧)

ମେଷ: ବହୁ ଚେଷ୍ଟାରେ ସଫଳ ହେବେ । ଚାକିରିରେ ଦୂରଯାତ୍ରା କରିପାରନ୍ତି। ରାଜନୀତିରେ ଲୋକସମ୍ପର୍କ ବୃଦ୍ଧି ପାଇବ। ବାଣିଜ୍ୟରେ ପ୍ରସାର ହେବ। ଶିକ୍ଷାର୍ଥୀ ଭ୍ରମଣପ୍ରିୟ ହେବେ । ଶୁଭ ଅଙ୍କ –୧, ଶୁଭ ରଙ୍ଗ – ଗୋଲାପି

ବୃଷ: ଉଚ୍ଚ ଆଶା ପୂରଣ ହେବ । ଭ୍ରାତୃ ଭଗ୍ନୀଙ୍କର ସହଯୋଗ ପାଇବେ। ଚାକିରିରେ ସହଯୋଗ ପାଇବେ । ପ୍ରଶାସନିକ ଧନସମ୍ମାନ ପ୍ରାପ୍ତି ହେବ । ବାଣିଜ୍ୟରେ ଆୟବୃଦ୍ଧି ହେବ । ଶିକ୍ଷାର୍ଥୀ ସଫଳ ହେବେ । ଶୁଭ ଅଙ୍କ – ୫, ଶୁଭ ରଙ୍ଗ – ସବୁଜ

ମିଥୁନ: ଆର୍ଥିକ ଚିନ୍ତା ରହିବ । ରାଜନୀତିରେ ବିରୋଧୀ ପ୍ରଭାବିତ କରିବେ । ମହିଳାମାନେ କ୍ଳାନ୍ତ ଅନୁଭବ କରିବେ । ପରିବହନ ଓ ବାଣିଜ୍ୟ ମାନ୍ଦା ରହିବ। ଶିକ୍ଷାର୍ଥୀ ଆଳସ୍ୟ ରହିବେ । ଶୁଭ ଅଙ୍କ – ୨, ଶୁଭ ରଙ୍ଗ – ସିଲ୍‌ଭର୍

କର୍କଟ: ଦିନଟି ଉତ୍ସାହଜନକ ରହିବ । ଦାମ୍ପତ୍ୟ ସୁଖମୟ ରହିବ। ଚାକିରିରେ ଚଳଚଞ୍ଚଳ ରହିବେ । ରାଜନୀତିରେ ପ୍ରସିଦ୍ଧି ବଢ଼ିବ। ବାଣିଜ୍ୟରେ ଆଶାନୁରୂପ ଫଳ ପାଇବେ । ଶିକ୍ଷାର୍ଥୀ ସଫଳ ହେବେ । ଶୁଭ ଅଙ୍କ – ୯, ଶୁଭ ରଙ୍ଗ – କମଳା

ଏଥିସହିତ ପଢ଼ନ୍ତୁ

ସିଂହ : ହଠାତ୍ ଦୂରଯାତ୍ରା କରିପାରନ୍ତି। ମହିଳାମାନେ ପରିଶ୍ରମୀ ହେବେ। ଚାକିରିରେ ନିଷ୍ଠାରହିବ। ଶିଳ୍ପ ଓ ବାଣିଜ୍ୟରେ ସ୍ଵଳ୍ପ ଲାଭ ମିଳିବ । ଶିକ୍ଷାର୍ଥୀ ଚଳଚଞ୍ଚଳ ରହିବେ । ଶୁଭ ଅଙ୍କ – ୩, ଶୁଭ ରଙ୍ଗ – କ୍ରିମ୍

କନ୍ୟା: ବିଭିନ୍ନ ଉପାୟରେ ଆୟ କରିବେ । ରାଜନୀତିରେ ସକ୍ରିୟ ରହିବେ । ପ୍ରଶାସନିକ ସୁନାମ ପାଇବେ। ବାଣିଜ୍ୟରେ ସମୃଦ୍ଧି ରହିବ। ଶିକ୍ଷାର୍ଥୀ କୃତ କାର୍ଯ୍ୟ ହେବେ। ଶୁଭ ଅଙ୍କ – ୫, ଶୁଭ ରଙ୍ଗ – ସବୁଜ

ତୁଳା: କର୍ମକ୍ଷେତ୍ରରେ ପରିସୀମା ବୃଦ୍ଧି ପାଇବ । ପ୍ରଶାସନିକ ଓ ରାଜନୀତିରେ ସକ୍ରିୟ ରହିବେ। ମହିଳାମାନେ ଆତ୍ମନିର୍ଭରଶୀଳ ହେବେ। ବାଣିଜ୍ୟରେ ଉତ୍ତମ ଆୟ ହେବ। ଶୁଭ ଅଙ୍କ – ୮, ଶୁଭ ରଙ୍ଗ – ନୀଳ

ବିଛା: କର୍ମକ୍ଷେତ୍ରରେ ଠକାମୀରେ ପଡ଼ିପାରନ୍ତି। ଚାକିରିରେ ସମସ୍ୟା ରହିବ। ରାଜନୀତିରେ ପ୍ରତିଦ୍ବନ୍ଦିତା ରହିବ। ବାଣିଜ୍ୟରେ ମନ୍ଥର ରହିବ। ଶିକ୍ଷାର୍ଥୀ ଚିନ୍ତାରେ ରହିବେ । ଶୁଭ ଅଙ୍କ – ୯, ଶୁଭ ରଙ୍ଗ – ଲାଲ୍

ଧନୁ : ସ୍ଵାସ୍ଥ୍ୟଜନିତ ସମସ୍ୟା ଉପୁଜି ପାରେ। ରାଜନୀତିରେ ଜଟିଳ ସମସ୍ୟା ରହିପାରେ। ଚାକିରିରେ ଚାପ ରହିବ। ବାଣିଜ୍ୟରେ ପ୍ରତିବନ୍ଧକ ରହିବ । ଶିକ୍ଷାର୍ଥୀ ତ୍ରୁଟି କରିବେ । ଶୁଭ ଅଙ୍କ – ୩, ଶୁଭ ରଙ୍ଗ – ହଳଦିଆ

ମକର : କର୍ମକ୍ଷେତ୍ରରେ ସୁନାମ ପାଇବେ । ରାଜନୀତିରେ ପ୍ରତିଷ୍ଠିତ ହେବେ । ଚାକିରିରେ ପଦୋନ୍ନତି ହୋଇପାରେ। ବାଣିଜ୍ୟରେ ଆୟବୃଦ୍ଧି ହେବ। ଶିକ୍ଷାର୍ଥୀ ଉଚ୍ଚାଭିଳାଷୀ ହେବେ । ଶୁଭ ଅଙ୍କ – ୮, ଶୁଭ ରଙ୍ଗ – କଳା

କୁମ୍ଭ: ଦିନଟି କର୍ମତତ୍ପର ରହିବେ। ଚାକିରିରେ ଦାୟିତ୍ବବୋଧ ରହିବ। ମହିଳାମାନେ ଯୋଗ୍ୟ ପ୍ରତିପାଦିତ ହେବେ। ବାଣିଜ୍ୟରେ ଲାଭ ମିଳିବ। ଶିକ୍ଷାର୍ଥୀ ଅଧ୍ୟୟନପ୍ରିୟ ହେବେ । ଶୁଭ ଅଙ୍କ – ୪, ଶୁଭ ରଙ୍ଗ – ମେଟାଲିକ୍

ମୀନ: ଅବହେଳା କାରଣରୁ କାର୍ଯ୍ୟହାନି ହୋଇପାରେ। ସନ୍ତାନ ସନ୍ତତିମାନେ ଅବାଧ୍ୟ ହୋଇପାରନ୍ତି। ପରିବହନ ଓ ବାଣିଜ୍ୟରେ ମାନ୍ଦା ରହିବ। ଶିକ୍ଷାର୍ଥୀ ଅବହେଳା କରିବେ । ଶୁଭ ଅଙ୍କ –୭, ଶୁଭ ରଙ୍ଗ – କଫି

Leave A Reply

Your email address will not be published.