ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଗୁରୁବାର ରାଶିଫଳ (୧୬-୦୨-୨୦୨୩)

ମେଷ: ସକାରାତ୍ମକ ଭାବନା ଆପଣଙ୍କୁ ଲାଭ ଦେବ। କୌଣସି ରଚନାତ୍ମକ କାମରେ ମନୋନିବେଶ କରିବେ। ପ୍ରେମ ଓ ଦାମ୍ପତ୍ୟ ଜୀବନରେ ମଧୁରତା ବୃଦ୍ଧି ପାଇବ। ମାନସିକ ଶାନ୍ତି ପାଇଁ ଏକୁଟିଆ ରହିବାକୁ ପସନ୍ଦ କରିବେ।

ବୃଷ: ଆଜି ମହିଳାମାନଙ୍କୁ ଶୁଭଫଳ ମିଳିବ। ବିବାଦଠାରୁ ଦୂରରେ ରୁହନ୍ତୁ। ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ। ଛାତ୍ରଛାତ୍ରୀଙ୍କୁ ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳତା ମିଳିବ।

ମିଥୁନ: ପାରିବାରିକ ସହଯୋଗ ପାଇବେ। କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ବିଶେଷବ୍ୟକ୍ତିଙ୍କ ସହଯୋଗ ପାଇବେ। ଆମଦାନିରେ ବୃଦ୍ଧି ହେବ। ଜୀବନସାଥୀଙ୍କ ସହ ଲାଗି ରହିଥିବା ମନୋମାଳିନ୍ୟ ଦୂର ହେବ।

କର୍କଟ: ପରିବାରବର୍ଗଙ୍କୁ ନିଜ ଯୋଜନାରେ ସହମତ କରାଇନେବେ। ଆର୍ଥିକ ସ୍ଥିରତା ବଜାୟ ରହିବ। ବିଜ୍ଞାନ, କଳା କ୍ଷେତ୍ରରେ ସଫଳତା ପାଇବେ। ମହିଳାମାନେ ଭାବପ୍ରବଣ ହୋଇ ଭୁଲ୍‌ ନିଷ୍ପତ୍ତି ନେଇପାରନ୍ତି।

ଏଥିସହିତ ପଢ଼ନ୍ତୁ

ସିଂହ: କେତେକ କାର୍ଯ୍ୟକୁ ନେଇ ଚିନ୍ତାରେ ରହିବେ। ମହିଳାମାନେ ଉଦାସ ରହିବେ। କର୍ମକ୍ଷେତ୍ରରେ ବାଦବିବାଦ ଦେଖାଦେବ। ବ୍ୟବସାୟରେ ଉନ୍ନତି ପାଇଁ ନୂତନ ପଥ ଚୟନ କରିବେ।

କନ୍ୟା: ପୂର୍ବ କଥାକୁ ଚିନ୍ତା କରି ଅବସାଦରେ ରହିବେ। କୋର୍ଟକଚେରୀ ମାମଲାରେ ଅନୁଭବୀ ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ। ବିଭିନ୍ନ କ୍ଷେତ୍ରରେ ସଫଳତା ପାଇବେ। ମହିଳାମାନେ ସ୍ବାଭିମାନୀ ହେବେ।

ତୁଳା: ଶାରୀରିକ ସମସ୍ୟା ଦେଖାଦେଇପାରେ। ଅର୍ଥ ନେଣଦେଣ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ। ବଡ଼ଧରଣର ସଫଳତା ପାଇପାରନ୍ତି। ପ୍ରେମ ଓ ଦାମ୍ପତ୍ୟ ଜୀବନ ସୁଖମୟ ହେବ।

ବିଛା: ବୁଦ୍ଧି ବିବେକ ଅନୁଯାୟୀ ସମସ୍ୟାର ସମାଧାନ କରିବେ। ଶୁଭେଚ୍ଛୁମାନଙ୍କ ସାହାଯ୍ୟ ପାଇପାରନ୍ତି। ମହିଳାମାନେ ଘରୋଇ କାର୍ଯ୍ୟରେ ବ୍ୟସ୍ତ ରହିବେ। ଦୀର୍ଘଦିନର ସ୍ବପ୍ନ ପୂରଣ ହେବ।

ଧନୁ: ଅତ୍ୟଧିକ ପରିଶ୍ରମ କରି କ୍ଳାନ୍ତ ଅନୁଭବ କରିବେ। ଆର୍ଥିକ ସ୍ଥିତି ଚିନ୍ତାଜନକ ହୋଇପାରେ। କୌଣସି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବା କଠିନ ହୋଇପାରେ। ଛାତ୍ରଛାତ୍ରୀ ଅସ୍ଥିରମନା ହେବେ।

ମକର: କାର୍ଯ୍ୟକ୍ଷେତ୍ରରେ ନିଜ ପ୍ରତିଭା ର ପ୍ରଦର୍ଶନ କରିବେ। ଅଚାନକ ଧନଲାଭ ହେବ। ଅନ୍ତରଙ୍ଗ ବନ୍ଧୁଙ୍କ ସହ ସାକ୍ଷାତ ହେବ। ଛାତ୍ରଙ୍କ ଲାଗି ଦିନଟି ଉତ୍ତମ। ଜୀବନସାଥୀଙ୍କ ପରାମର୍ଶ ଲୋଡ଼ିବେ।

କୁମ୍ଭ: ମନର କଥାକୁ ଗୋପନ ରଖି କଷ୍ଟ ପାଇବେ। କର୍ମକ୍ଷେତ୍ରରେ ବିଷମ ପରିସ୍ଥିତି ରହିବ। ଗୁରୁଜନଙ୍କର ସ୍ବାସ୍ଥ୍ୟ ସମସ୍ୟାକୁ ନେଇ ଚିନ୍ତାରେ ରହିବେ। ଅଧିକ ଚିନ୍ତା କରି ଅସୁସ୍ଥ ମନେ କରିପାରନ୍ତି।

ମୀନ:ଧାର୍ମିକ କାର୍ଯ୍ୟରେ ଆସ୍ଥା ବଢ଼ିବ। ବ୍ୟବସାୟ କାମରେ ରାଜ୍ୟ ବାହାରକୁ ଯାଇପାରନ୍ତି। ନୂତନ ନିଯୁକ୍ତି ପାଇବାର ଯୋଗ ରହିଛି। ମହିଳାମାନେ ନିଜ ସୃଜନଶୀଳତାର ପରିଚୟ ଦେବେ।

Leave A Reply

Your email address will not be published.