ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଗୁରୁବାର ରାଶିଫଳ (୨୭-୦୫-୨୦୨୧)

ମେଷ: ବହୁ ଚେଷ୍ଟା ସତ୍ତ୍ବେ ସୁଫଳ ପାଇବେ ନାହିଁ | ସାଂସାରିକ ହତୋତ୍ସାହ ରହିବେ। ପ୍ରଶାସନିକ ଶତ୍ରୁ ବୃଦ୍ଧି ହେବ। ଶିଳ୍ପ ଓ ବାଣିଜ୍ୟ ହାନି ହୋଇପାରେ । ଶୁଭ ଅଙ୍କ-୯. ଶୁଭ ରଙ୍ଗ-ଲାଲ୍

ବୃଷ: କର୍ମକ୍ଷେତ୍ର ଉତ୍ସାହଜନକ ରହିବ। ଚାକିରିରେ ନିଷ୍ଠାପର ରହିବେ। ମହିଳାମାନେ ଆଦରଣୀୟା ହେବେ। କଳା, ବିଜ୍ଞାନ ଓ ବାଣିଜ୍ୟରେ ଶୁଭଫଳ ମିଳିବ । ଶୁଭ ଅଙ୍କ – ୬, ଶୁଭ ରଙ୍ଗ-ସିଲଭର୍

ମିଥୁନ: ସହଯୋଗ କରି ସଫଳ ହେବେ। ଚାକିରିରେ କର୍ତ୍ତବ୍ୟନିଷ୍ଠ ରହିବେ । ରାଜନୀତିରେ ସକ୍ରିୟ ରହିବେ । ବାଣିଜ୍ୟ ଲାଭଜନକ ରହିବ। ଶୁଭ ଅକ-୫, ଶୁଭ ରଙ୍ଗ-ସବୁଜ

କର୍କଟ: ଶୃଙ୍ଖଳିତ ଧାରାରେ କାର୍ଯ୍ୟ କରି ଆଗେଇବେ। ମହିଳାମାନେ ରକ୍ଷଣଶୀଳା ହେବେ । ରାଜନୀତିରେ ଲୋକସମ୍ପର୍କ ବଢିବ। ବାଣିଜ୍ୟ ପ୍ରସାର ହେବ । ଶୁଭ ଅଙ୍କ-୨, ଶୁଭ ରଙ୍ଗ-ଧଳା

ଏଥିସହିତ ପଢ଼ନ୍ତୁ

ସିଂହ: ଅଯଥା ଖର୍ଚ୍ଚାନ୍ତ ଦେଖା ଦେବ । ମହିଳାମାନେ ଚିନ୍ତାରେ ରହିବେ । ଚାକିରିରେ ଅବହେଳା ରହିବ। ପରିବହନ ଓ ବାଣିଜ୍ୟରେ ଆୟବ୍ୟୟ ସମାନ ରହିବ । ଶୁଭ ଅଙ୍କ-୧, ଶୁଭ ରଙ୍ଗ-ଗୋଲାପି

କନ୍ୟା: ସମାଜରେ ପ୍ରସିଦ୍ଧି ବୃଦ୍ଧି ପାଇବ। ଚାକିରିରେ ସହଯୋଗ ମିଳିବ। ପ୍ରଶାସନିକ ସୁନାମ ପାଇବେ । ମହିଳାମାନେ ଉଚ୍ଚାଭିଳାଷୀ ହେବେ । ବାଣିଜ୍ୟ ସଫଳ ହେବ | ଶୁଭ ଅଙ୍କ-୪, ଶୁଭ ରଙ୍ଗ- ମେଟାଲିକ୍

ତୁଳା: କୌଣସି ସୂତ୍ରରୁ ଅର୍ଥପ୍ରାପ୍ତି ହୋଇପାରେ। ରାଜନୀତିରେ ଜନସେବାରେ ବ୍ରତୀ ହେବେ । ଶିଳ୍ପ ଓ ବାଣିଜ୍ୟ ଉତ୍ସାହଜନକ ରହିବ। ଶୁଭ ଅଙ୍କ-୬, ଶୁଭ ରଙ୍ଗ-ସିଲଭର୍

ବିଛା: ଉଚ୍ଚ ଆଶା ସଫଳ ହେବ। ଚାକିରିରେ ପ୍ରଶଂସିତ ହେବେ। ରାଜନୀତିରେ ଚଳଚଞ୍ଚଳ ରହିବେ ବାଣିଜ୍ୟରେ ଲାଭାନ୍ବିତ ହେବେ । ଶୁର ଅଙ୍କ -୭, ଶୁଭ ରଙ୍ଗ-କଫି

ଧନୁ: କାର୍ଯ୍ୟ ବିଳମ୍ବ ଓ ସମସ୍ୟା ଘେରରେ ରହିବେ । ସାଂସାରିକ ବ୍ୟସ୍ତତା ଭିତରେ କଟିବ। ଚାକିରିରେ ଚାପ ରହିବ। ବାଣିଜ୍ୟରେ ସ୍ବଳ୍ପ ଆୟ ହେବ | ଶୁଭ ଅଙ୍କ-୮, ଶୁଭ ରଙ୍ଗ-ବାଇଗଣୀ

ମକର: ଦୀର୍ଘଦିନର ସ୍ବପ୍ନ ସାକାର ହେବ । ଚାକିରିରେ ମାନମର୍ଯ୍ୟାଦା ପ୍ରାପ୍ତି ହେବ। ମହିଳାମାନେ ସମ୍ମାନ ପାଇବେ।।ବାଣିଜ୍ୟରେ ଲାଭ ମିଳିବ। ଶୁଭ ଅଙ୍କ-୬, ଶୁଭ ରଙ୍ଗ-ସିଲଭର୍

କୁମ୍ଭ: ସବୁରି କ୍ଷେତ୍ରରେ ଆଗେଇ ଚାଲିବେ। ରାଜନୀତି ଓ ପ୍ରଶାସନିକ ପ୍ରଭାବଶାଳୀ ରହିବେ।।ବାଣିଜ୍ୟରେ ଆଶାନୁରୂପ ଫଳ ପାଇବେ। ଶୁଭ ଅଙ୍କ-୩, ଶୁଭ ରଙ୍ଗ-ହଳଦିଆ

ମୀନ: ଦିନଟି ହର୍ମୋଲ୍ଲାସ ଭିତରେ କଟିବ। ଚାକିରିରେ ସହଯୋଗ ମିଳିବ । ରାଜନୀତିରେ ଉଚ୍ଚ ସମ୍ମାନ ପାଇବେ। ବାଣିଜ୍ୟରେ ଉନ୍ନତି ହେବ। ଶୁଭ ଅଙ୍କ-୨,ଶୁଭ ରଙ୍ଗ-ଧଳା

Leave A Reply

Your email address will not be published.