ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଗୁରୁବାର ରାଶିଫଳ (୨୬-୦୫-୨୦୨୨)

ମେଷ: ସମାଜରେ ମାନପ୍ରତିଷ୍ଠା ବୃଦ୍ଧି ପାଇବ। ବିଦେଶ ଯାତ୍ରା କରିପାରନ୍ତି। କର୍ମକ୍ଷେତ୍ରରେ ଆଗୁଆ ରହିବେ। ଭାଇଭଉଣୀଙ୍କଠାରୁ ପୂର୍ଣ୍ଣ ସହଯୋଗ ପାଇବେ। ଅଯଥା ଖର୍ଚ୍ଚରେ ପଡ଼ିପାରନ୍ତି।

ବୃଷ: ପ୍ରିୟଜନଙ୍କ ସହ ସମୟ ଅତିବାହିତ କରିବେ। ସନ୍ତାନସନ୍ତତି ଉନ୍ନତି କରିବେ। କଠିନ ପରିଶ୍ରମ କରି ସଫଳ ହେବେ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଗୁରୁଜନଙ୍କ ପାଇଁ ଚିନ୍ତିତ ରହିବେ।

ମିଥୁନ: ଦିନଟି ଅନୁକୁଳ ରହିବ। ଭବିଷ୍ୟତ ପାଇଁ ଯୋଜନା କରିବେ। ଆର୍ଥିକ ସ୍ଥିତି ଅଧିକ ମଜଭୁତ୍‌ ହେବ। ସହକର୍ମୀଙ୍କଠାରୁ ସହଯୋଗ ପାଇବେ। ଅନୁଭବୀ ଲୋକଙ୍କ ସହ ମିଳାମିଶା ବଢ଼ିବ।

କର୍କଟ:କୌଣସି ସମସ୍ୟାର ସାମ୍ନା କରିପାରନ୍ତି। ସାଙ୍ଗସାଥୀଙ୍କ ସହ ଦୂରଯାତ୍ରା ଯୋଗ ରହିଛି। ବ୍ୟବସାୟରେ ଲାଭବାନ ହେବେ। ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ୍‌ ହୁଅନ୍ତୁ। ପରିବାରରେ ସମସ୍ୟା ଉପୁଜିପାରେ।

ଏଥିସହିତ ପଢ଼ନ୍ତୁ

ସିଂହ: କୌଣସି ମହତ୍ତ୍ବପୂର୍ଣ୍ଣ ଚର୍ଚ୍ଚାରେ କରି ସମୟ କଟିବ। ଭାବନା ଉପରେ ନିୟନ୍ତ୍ରଣ ରକ୍ଷା କରନ୍ତୁ। ଅଯଥା ଖର୍ଚ୍ଚରୁ ନିବୃତ୍ତ ରୁହନ୍ତୁ। ପରିବାରରେ ତର୍କବିତର୍କ ପରି ପରିସ୍ଥିତି ଉପୁଜିପାରେ।

କନ୍ୟା: କଠିନ ପରିଶ୍ରମ କରି ସଫଳତା ପାଇବେ। ଆପଣଙ୍କ କଥା ଦ୍ବାରା ଅନ୍ୟମାନେ ପ୍ରଭାବିତ ହେବେ। ଆର୍ଥିକ ଅବସ୍ଥା ସ୍ବଚ୍ଛଳ ରହିବ। ମହିଳାମାନେ ରକ୍ଷଣଶୀଳା ହେବେ। ଦାମ୍ପତ୍ୟ ଜୀବନରେ ବିଶ୍ବାସ ଅତୁଟ ରହିବ।

ତୁଳା: ଆଜି କୌଣସି ଅପ୍ରୀତିକର ସ୍ଥିତିରେ ପଡ଼ି ଯାଇପାରନ୍ତି। ନିଜ ସାହସ ଓ ବୁଦ୍ଧି ବଳରେ ସହଜରେ ସଫଳତା ପାଇବେ। ଅଧିକ ଖର୍ଚ୍ଚାନ୍ତରେ ପଡ଼ିଯାଇପାରନ୍ତି। ବରିଷ୍ଠ ସହକର୍ମୀଙ୍କ ସହଯୋଗ ପାଇବେ।

ବିଛା: ଦେହ ଓ ମନ ଭଲ ରହିବ। ଜୀବନରେ ନୂତନ ପରିବର୍ତ୍ତନ ପାଇଁ କଠିନ ପରିଶ୍ରମ କରିବେ। ଆର୍ଥିକ ବୋଝ ବଢ଼ିବାରେ ଲାଗିବ। ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ। ଦାମ୍ପତ୍ୟ ଜୀବନ ମଧୁର ହେବ।

ଧନୁ: ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି। ପରିବାରବର୍ଗଙ୍କ ସହ ଅଧିକ ସମୟ ଅତିବାହିତ କରିବେ। ବିଦ୍ୟାର୍ଥୀ ଲେଖାପଢ଼ାରେ ଉନ୍ନତି କରିବେ। ଜୀବନସାଥୀଙ୍କ ସହ ମତଭେଦ ଦେଖା ଦେଇପାରେ ।

ମକର: ଆତ୍ମସମ୍ମାନ ସହ କାର୍ଯ୍ୟ କରିବେ। କର୍ମକ୍ଷେତ୍ରରେ ପ୍ରଶଂସା ପାଇବେ। ଆର୍ଥିକସ୍ଥିତି ସ୍ବଚ୍ଛଳ ରହିବ। ନିଜ ପ୍ରତିଭାର ପ୍ରଦର୍ଶନ କରିବେ। ଜୀବନସାଥୀଙ୍କ ପୂର୍ଣ୍ଣ ସହଯୋଗ ମିଳିବ।

କୁମ୍ଭ: ନିଜ ଲକ୍ଷ୍ୟ ଉପରେ ବିଶେଷ ଧ୍ୟାନ ଦିଅନ୍ତୁ। ବୈବାହିକ ଜୀବନରେ ଅଶାନ୍ତି ଦେଖାଦେଇ ପାରେ। ଉଦାସରେ ରହିପାରନ୍ତି। ନୂତନ ବସ୍ତୁ କ୍ରୟ କରିବେ। ବ୍ୟବସାୟରେ କ୍ଷତି ହେବାର ଆଶଙ୍କା ରହିଛି।

ମୀନ: ଦିନଟି ମଧ୍ୟମ ଧରଣର ରହିବ। ଅକସ୍ମାତ ଧନଲାଭ ଯୋଗ ରହିଛି। କର୍ମକ୍ଷେତ୍ରରେ କାର୍ଯ୍ୟ ସୁଚାରୁରୂପରେ ତୁଲାଇବେ। ଭାବନା ଉପରେ ନିୟନ୍ତ୍ରଣ ରକ୍ଷା କରନ୍ତୁ। ନୂତନ ବ୍ୟବସାୟ ଆରମ୍ଭ କରିପାରନ୍ତି।

Leave A Reply

Your email address will not be published.