ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଗୁରୁବାର ରାଶିଫଳ ( ୨୬ – ୦୧ – ୨୦୨୩ )

ମେଷ: ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିପାରେ। ବନ୍ଧୁମାନଙ୍କ ସହ ବିବାଦ ଦେଖାଦେଇପାରେ। ବିଭିନ୍ନ କାର୍ଯ୍ୟରେ ବ୍ୟସ୍ତ ରହିବେ। ପରିବାରଠାରୁ ସାହାଯ୍ୟ ଆଶା କରିବେ। ଆର୍ଥିକ ଉନ୍ନତି ପାଇଁ ଚେଷ୍ଟିତ ରହିବେ।

ବୃଷ: ଅନେକ ଦିନର ଆଶା ପୂରଣ ହେବ। ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ। ପାରିବାରିକ ସମସ୍ୟା ଦୂର କରିବା ପାଇଁ ଉଦ୍ୟମ କରିବେ। ଛାତ୍ରଛାତ୍ରୀ ଉତ୍ତମ ଫଳ ପାଇବେ।

ମିଥୁନ: ମାନସିକ ଅଶାନ୍ତିରେ ରହିବେ। ବ୍ୟବସାୟୀମାନଙ୍କୁ ସଫଳତା ମିଳିବ। କର୍ମକ୍ଷେତ୍ରରେ ଅଧିକ କାର୍ଯ୍ୟଭାର ରହିବ। ନିଜ କ୍ଷମତା ଉପରେ ଧ୍ୟାନ ଦିଅନ୍ତୁ। ସ୍ବାସ୍ଥ୍ୟରେ ଉନ୍ନତି ଦେଖାଦେବ।

କର୍କଟ: ହିସାବନିକାଶରେ ଦିନଟି ଅତିବାହତି ହେବ। ଦୀର୍ଘ ସମୟ ଧରି ଚାଲୁଥିବା ସମସ୍ୟାର ସମାଧାନ ଘଟିବ। ପରିବାର ସହ ଅଧିକ ସମୟ କଟାଇବେ। ଧୈର୍ଯ୍ୟର ସହ କାର୍ଯ୍ୟ କରି ସଫଳତା ପାଇବେ।

ଏଥିସହିତ ପଢ଼ନ୍ତୁ

ସିଂହ: ସମ୍ପତ୍ତି କିମ୍ବା ଯାନର କ୍ରୟ ବିକ୍ରୟ ସମ୍ଭବ । କର୍ମକ୍ଷେତ୍ରରେ କିଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିପାରେ । ଅବିବାହିତମାନେ ବିବାହ କରିବାକୁ ନିଷ୍ପତ୍ତି ନେଇପାରନ୍ତି। ଛାତ୍ରଛାତ୍ରୀ ଆଳସ୍ୟ ଅନୁଭବ କରିବେ।

କନ୍ୟା: ଗୁରୁଜନଙ୍କ ପରାମର୍ଶ କ୍ରମେ କାର୍ଯ୍ୟ କରନ୍ତୁ। ସହକର୍ମୀଙ୍କଠାରୁ ସଂପୂର୍ଣ୍ଣ ସହଯୋଗ ପାଇବେ। ନିଜର ମଧୁର ବ୍ୟବହାର ପାଇଁ ଲୋକପ୍ରିୟତା ହାସଲ କରିବେ। ଛାତ୍ରଛାତ୍ରୀ କ୍ୟାରିୟରରେ ଉନ୍ନତି କରିବେ।

ତୁଳା: ଜୀବନ ସାଥୀଙ୍କ ଠାରୁ ଉଚିତ ପରାମର୍ଶ ପାଇବେ। କର୍ମକ୍ଷେତ୍ରରେ ବିବାଦୀୟ ପରିସ୍ଥିତି ଉପୁଜିପାରେ। ଅଯଥା କଥାରେ ମୁଣ୍ଡ ନ ପୂରାଇ ନିଜ ଲକ୍ଷ୍ୟରେ ଧ୍ୟାନ କେନ୍ଦ୍ରିତ କରନ୍ତୁ। ପ୍ରିୟଜନଙ୍କ ପାଇଁ ବ୍ୟଥିତ ହୋଇପାରନ୍ତି।

ବିଛା: ଜରୁରୀ କାର୍ଯ୍ୟରେ ସାଙ୍ଗସାଥୀଙ୍କ ସାହାଯ୍ୟ ଲୋଡ଼ିବେ। ଆର୍ଥିକ କ୍ଷେତ୍ରରେ ସୁଦୃଢ଼ ରହିବେ। ମନୋରଞ୍ଜନରେ ସମୟ ଅତିବାହିତ କରିବେ। ସ୍ବାଧୀନ ଭାବରେ କାର୍ଯ୍ୟ କରି ସଫଳତା ପାଇବେ।

ଧନୁ: ଅନୁଭବୀ ବ୍ୟକ୍ତିଙ୍କ ସହ ମିଳାମିଶା ବଢ଼ିବ। ପରିବାରବର୍ଗଙ୍କ ସହ ନିବିଡ଼ତା ବୃଦ୍ଧି ପାଇବ। ମାନସିକ ସ୍ତରରେ ଆପଣ ବହୁତ ହାଲୁକା ଅନୁଭବ କରିବେ। ସରକାରୀ କାର୍ଯ୍ୟରେ ସଫଳତା ପାଇପାରନ୍ତି।

ମକର: ପରିବାରରେ ସୁଖସମୃଦ୍ଧି ପାପ୍ତ କରିବେ। ଏକ ନୂତନ ଆରମ୍ଭ ପାଇଁ କଠିନ ପରିଶ୍ରମ କରିବାକୁ ପଡ଼ିପାରେ। ଆର୍ଥିକସ୍ଥିତିରେ ଉନ୍ନତି ପରିଲକ୍ଷିତ ହେବ। ଛାତ୍ରଛାତ୍ରୀ ପ୍ରିତିଯୋଗିତାମୂଳକ ପରୀକ୍ଷାରେ ସଫଳତା ପାଇବେ।

କୁମ୍ଭ: ଖାସ୍‌ ବ୍ୟକ୍ତିଙ୍କ ଠାରୁ ଉପହାର ପାଇପାରନ୍ତି। ରାଜନୀତି କ୍ଷେତ୍ର ସହିତ ଜଡ଼ିତ ଲୋକମାନେ ସଫଳତା ପାଇବେ । ପରିବାରରେ ଧାର୍ମିକ କାର୍ଯ୍ୟ ଅନୁଷ୍ଠିତ ହୋଇପାରେ।

ମୀନ: ଗୋପନୀୟ କଥା ପ୍ରକାଶ କରିବାରୁ ଦୂରେଇ ରୁହନ୍ତୁ। ଦୀର୍ଘ ଦିନର ସମସ୍ୟାର ସମାଧାନ ହୋଇପାରେ। ଆର୍ଥିକକ୍ଷେତ୍ରରେ ସୁଦୃଢ଼ ରହିବ। ବ୍ୟବସାୟୀମାନେ ଦୂରଯାତ୍ରା କରିପାରନ୍ତି।

Leave A Reply

Your email address will not be published.