ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଗୁରୁବାର ରାଶିଫଳ ( ୨୫–୦୮–୨୦୨୨ )

ମେଷ: ଆଧ୍ୟାତ୍ମିକ ଚିନ୍ତାରେ ସମୟ କଟିବ। ବନ୍ଧୁବାନ୍ଧବଙ୍କ ସହ ସମ୍ପର୍କରେ ସୁଧାର ଆସିବ। କର୍ମକ୍ଷେତ୍ରରେ ନୂତନ କାର୍ଯ୍ୟ କରିବାର ସୁଯୋଗ ପାଇବେ। ଦରକାରୀ କାଗଜରେ ଦସ୍ତଖତ କରିବାରୁ ନିବୃତ୍ତ ରୁହନ୍ତୁ।

ବୃଷ: ନିଜ ଇଚ୍ଛା ମୁତାବକ କାର୍ଯ୍ୟ କରିବେ। ସନ୍ତାନସନ୍ତତିଙ୍କ ସହ ଅଧିକ ସମୟ କଟାଇବେ। ନୂତନ ନିଯୁକ୍ତି ସୁଯୋଗ ରହିଛି। କର୍ମକ୍ଷେତ୍ରରେ ସମୟ ଅନୁସାରେ କାର୍ଯ୍ୟ କରି ପ୍ରଶଂସା ପାଇବେ।

ମିଥୁନ: ପଡ଼ୋଶୀଙ୍କ ସହଯୋଗରେ ସମସ୍ୟାରୁ ମୁକ୍ତି ପାଇବେ। କାର୍ଯ୍ୟକ୍ଷେତ୍ରରେ ଉଚ୍ଚକୋଟୀର ପ୍ରଦର୍ଶନ କରିବେ। କ୍ୟାରିୟରରେ ଉନ୍ନତି କରିବା ପାଇଁ ନୂତନ ଅବସର ପ୍ରାପ୍ତି ହେବ। ଦୀର୍ଘଦିନର ସମସ୍ୟାର ଅନ୍ତ ଘଟିବ।

କର୍କଟ: ଅତ୍ୟଧିକ ଚିନ୍ତା କରି ଅଶାନ୍ତ ରହିବେ। ପରିବାରରେ ସକାରାତ୍ମକ ଭାବଧାରା ଦେଖାଦେବ। ଆର୍ଥିକ କ୍ଷେତ୍ରରେ ଉନ୍ନତି ଦେଖାଦେବ। କଠିନ କାର୍ଯ୍ୟକୁ ଅତି ସହଜରେ ସମାପନ କରିବେ।

ଏଥିସହିତ ପଢ଼ନ୍ତୁ

ସିଂହ: ଧୈର୍ଯ୍ୟ ଓ ସାହସର ସହ ପରିସ୍ଥିତିକୁ ସାମ୍ନା କରନ୍ତୁ। ବ୍ୟସ୍ତତା ଭିତରେ ଦିନଟି କଟିବ। କାର୍ଯ୍ୟରେ ବାଧା ସୃଷ୍ଟି ହୋଇପାରେ। ସାଙ୍ଗସାଥୀଙ୍କ ସହଯୋଗରେ ଉତ୍ସାହିତ ହେବେ।

କନ୍ୟା: ଛୋଟ ଛୋଟ କଥାକୁ ନେଇ ଅଧିକ ଚିନ୍ତାଶୀଳ ହୋଇପଡ଼ିବେ । ବ୍ୟବସାୟରେ ଆଶାରୁ ଅଧିକ ସଫଳତା ପାଇବେ। ସହକର୍ମୀଙ୍କ ସହ ତିକ୍ତତା ଉପୁଜିପାରେ। ସ୍ବାସ୍ଥ୍ୟରେ ଅବନତି ଦେଖା ଦେଇପାରେ।

ତୁଳା: ଜୀବନରେ ନୂତନ ପରିବର୍ତ୍ତନ ଦେଖାଦେବ। ଅଧିକ ସମୟ ପରିବାରବର୍ଗଙ୍କ ସହ ବିତାଇବେ। ନିଷ୍ପତ୍ତି ନେବା ସମୟରେ ଦ୍ବନ୍ଦ୍ବରେ ପଡ଼ିଯିବେ। ଆର୍ଥିକ ସ୍ବଚ୍ଛଳତା ଦେଖାଦେବ।

ବିଛା: ପ୍ରିୟଜନଙ୍କୁ ମନର କଥା କହି ଅାତ୍ମସନ୍ତୋଷ ପାଇବେ। ବିଭିନ୍ନ କାର୍ଯ୍ୟରେ ସଫଳତା ପାଇବେ। ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ଦେଖାଦେବ। ଜୀବନସାଥୀଙ୍କ ସହ କୌଣସି କଥାକୁ ନେଇ ମତଭେଦ ଦେଖାଦେବ।

ଧନୁ: ଭବିଷ୍ୟତ ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିବେ। ତରବରିଆ ଭାବରେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। ନିଜ ଭାବନା ଉପରେ ନିୟନ୍ତ୍ରଣ ରକ୍ଷା କରନ୍ତୁ। ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରିବେ।

ମକର: ସମାଜରେ ମାନ ପ୍ରତିଷ୍ଠା ବୃଦ୍ଧି ପାଇବ। ଆଳସ୍ୟତା ଅନୁଭବ କରିବେ। କର୍ମକ୍ଷେତ୍ରରେ ମହିଳାମାନେ ପ୍ରଭାବଶାଳୀ ରହିବେ। ଗୁରୁଜନଙ୍କ ଆଶୀର୍ବାଦର ଅଧିକାରୀ ହେବେ। ଅନାବଶ୍ୟକ ନିବେଶରୁ ଦୂରେଇ ରୁହନ୍ତୁ।

କୁମ୍ଭ: କଠିନ ପରିସ୍ଥିତିର ମୁକାବିଲା କରିବେ। କାର୍ଯ୍ୟକ୍ଷେତ୍ରକୁ ଅଧିକ ଗୁରୁତ୍ବ ଦେବେ। ଦାମ୍ପତ୍ୟ ଜୀବନରେ ତିକ୍ତତା ଦେଖାଦେବ। ଛାତ୍ରଛାତ୍ରୀ କ୍ୟାରିୟରରେ ଉନ୍ନତି ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିବେ।

ମୀନ: ଶତ୍ରୁମାନଙ୍କର କୂଟଚକ୍ରାନ୍ତର ଶିକାର ହେବେ। କର୍ମକ୍ଷେତ୍ରରେ ଜଟିଳ ପରିସ୍ଥିତିର ସମ୍ମୁଖୀନ ହୋଇପାରନ୍ତି। କୌଣସି ନିଷ୍ପତ୍ତି ନେବା ପୂର୍ବରୁ ପୁନଶ୍ଚ ଭାବି ଦେଖନ୍ତୁ। ପ୍ରିୟଜନଙ୍କ ସହ ସମ୍ପର୍କରେ ଦୃଢ଼ତା ବଢ଼ିବ।

Leave A Reply

Your email address will not be published.