ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଗୁରୁବାର ରାଶିଫଳ (୨୪-୦୨-୨୦୨୨)

ମେଷ: ଦିନଟି ସମସ୍ୟାବହୁଳ ରହିବ। ରାଜନୀତିରେ ଜଟିଳ ପରିସ୍ଥିତି ରହିବ। ଚାକିରିରେ କର୍ତ୍ତପକ୍ଷଙ୍କର କଡ଼ା ଆଭିମୁଖ୍ୟ ରହିବ। ବାଣିଜ୍ୟରେ ପ୍ରତିକୂଳ ସ୍ଥିତି ରହିବ। ଶିକ୍ଷାର୍ଥୀ ତ୍ରୃଟି କରିପାରନ୍ତି। ଶୁଭ ଅଙ୍କ-୯, ଶୁଭ ରଙ୍ଗ-ଲାଲ୍।

ବୃଷ: ଅଟକି ରହିଥିବା କାର୍ଯ୍ୟ ସମୂର୍ଣ୍ଣ ହେବ। ଦାମ୍ପତ୍ୟ ସୁଖମୟ ରହିବ। ରାଜନୀତିରେ ଲୋକପ୍ରିୟତା ବୃଦ୍ଧି ପାଇବ। ବାଣିଜ୍ୟରେ ଆଶାଜନକ ଫଳ ମିଳିବ। ଶିକ୍ଷାର୍ଥୀ ଉତ୍ସାହିତ ରହିବେ। ଶୁଭ ଅଙ୍କ-୫, ଶୁଭ ରଙ୍ଗ-ସବୁଜ।

ମିଥୁନ: କର୍ମକ୍ଷେତ୍ରରେ ଦୃଢ଼ମନା ଓ ସଫଳ ହେବେ। ରାଜନୀତିରେ ଶତ୍ରୁଜୟୀ ହେବେ। ଚାକିରିେର ଦାୟିତ୍ବବୋଧ ରହିବ। ପରିବହନ ଓ ବାଣିଜ୍ୟରେ ଶୁଭଫଳ ମିଳିବ। ଶିକ୍ଷାର୍ଥୀ ପରିଶ୍ରମୀ ହେବେ। ଶୁଭ ଅଙ୍କ-୪, ଶୁଭ ରଙ୍ଗ-ମେଟାଲିକ୍‌।

କର୍କଟ: କେତେକ କାର୍ଯ୍ୟକୁ ନେଇ ଚିନ୍ତିତ ରହିବେ। ଚାକିରିରେ ସମସ୍ୟା ଦେଖାଦେବ। ରାଜନୀତିରେ କାର୍ଯ୍ୟବହୁଳ ରହିବ। ବାଣିଜ୍ୟରେ ସମାନ୍ୟ ଫଳ ମିଳିବ। ଶିକ୍ଷାର୍ଥୀ ଅବହେଳା କରିବେ। ଶୁଭ ଅଙ୍କ-୩,ଶୁଭ ରଙ୍ଗ- ହଳଦିଆ।

ଏଥିସହିତ ପଢ଼ନ୍ତୁ

ସିଂହ: ଆପ୍ରାଣ ଚେଷ୍ଟା କରି ସଫଳ ହେବେ। ଚାକିରିରେ ସହକର୍ମୀଙ୍କର ସାହାଯ୍ୟ ପାଇବେ। ରାଜନୀତିରେ ଉତ୍ସାହଜନକ ରହିବ। ବାଣିଜ୍ୟରେ ଲାଭବାନ୍‌ ହେବେ। ଶିକ୍ଷାର୍ଥୀ ଚଳଚଞ୍ଚଳ ରହିବେ। ଶୁଭ ଅଙ୍କ-୩ ,ଶୁଭ ରଙ୍ଗ- କ୍ରିମ୍‌।

କନ୍ୟା: କର୍ମକ୍ଷେତ୍ରରେ ସ୍ବାଧୀନତା ରହିବ। ଚାକିରିରେ ସମ୍ମାନ ପ୍ରାପ୍ତି ହେବ। ରାଜନୀତିରେ ପ୍ରଭାବଶାଳୀ ରହିବେ। ବାଣିଜ୍ୟରେ ଉନ୍ନତି ହେବ। ଶିକ୍ଷାର୍ଥୀ ଉତ୍ତୀର୍ଣ୍ଣ ହେବେ। ଶୁଭ ଅଙ୍କ-୩, ଶୁଭ ରଙ୍ଗ- କ୍ରିମ୍‌

ତୁଳା: ଆର୍ଥିକ କାରବାରକୁ ନେଇ ବାଦବିବାଦ ଉପୁଜିପାରେ। ରାଜନୀତିରେ ପ୍ରତିକୂଳ ପରିସ୍ଥିତି ରହିବ। ଚାକିରିରେ ଚାପ ରହିବ। ବାଣିଜ୍ୟରେ ମନ୍ଥର ରହିବ। ଶିକ୍ଷାର୍ଥୀ ବୃଥାରେ ସମୟ କଟାଇବେ। ଶୁଭ ଅଙ୍କ- ୬,ଶୁଭ ରଙ୍ଗ- ଧଳା।

ବିଛା: ନିଜର ସାମର୍ଥ୍ୟ ଅନୁଯାୟୀ ଉନ୍ନତି କରିବେ। ଚାକିରିରେ ଧନସମ୍ମାନ ପାଇବେ। ପ୍ରଶାସନିକ ଦାୟିତ୍ବବୋଧ ରହିବ। ବାଣିଜ୍ୟରେ ସମୃଦ୍ଧି ହେବ। ଶିକ୍ଷାର୍ଥୀ ସଫଳ ହେବେ। ଶୁଭ ଅଙ୍କ- ୯, ଶୁଭ ରଙ୍ଗ- ମେରୁନ୍‌।

ଧନୁ: ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ଆସିବ। ମହିଳାମାନେ ଆଦରଣୀୟା ହେବେ। ଚାକିରିରେ ସମ୍ମାନିତ ହେବେ। ବାଣିଜ୍ୟରେ ଲାଭାନ୍ବିତ ହେବେ। ଶିକ୍ଷାର୍ଥୀ ଅଧ୍ୟୟନପ୍ରିୟ ହେବେ। ଶୁଭ ଅଙ୍କ-୮,ଶୁଭ ରଙ୍ଗ- ବାଇଗଣୀ।

ମକର: ଦିନଟି ହର୍ଷୋଲ୍ଲାସରେ କଟିବ। ରାଜନୀତିରେ ଲୋକପ୍ରିୟତା ବୃଦ୍ଧି ପାଇବ। ଚାକିରିରେ ସହଯୋଗ ପାଇବେ। ବାଣିଜ୍ୟରେ ଗ୍ରାହକପ୍ରିୟତା ବଢ଼ିବ। ଶିକ୍ଷାର୍ଥୀ ଆଶାନୁରୂପ ଫଳ ପାଇବେ। ଶୁଭ ଅଙ୍କ- ୬,ଶୁଭ ରଙ୍ଗ- ସିଲଭର୍‌।

କୁମ୍ଭ: ହେଉଥିବା କାର୍ଯ୍ୟ ସ୍ଥଗିତ ରହିପାରେ। ଚାକିରିରେ କାର୍ଯ୍ୟବହୁଳତା ରହିବ। ରାଜନୀତିରେ ବିରୋଧୀ ପ୍ରଭାବିତ କରିବେ। ବାଣିଜ୍ୟ ମାନ୍ଦା ରହିବ। ଶିକ୍ଷାର୍ଥୀ ଅସଫଳ ହୋଇପାନ୍ତି। ଶୁଭ ଅଙ୍କ-୩,ଶୁଭ ରଙ୍ଗ- ଗୋଲଡେନ୍‌।

ମୀନ: ସ୍ବପ୍ନସାକାର ହେବ। ପ୍ରଶାସନିକ ଓ ରାଜନୀତିରେ ପ୍ରଭାବଶାଳୀ ହେବେ। ମହିଳାମାନେ ଉଚ୍ଚାଭିଳାଷୀ ହେବେ। ବାଣିଜ୍ୟରେ ନୂତନତା ହେବ। ଶିକ୍ଷାର୍ଥୀ କୃତକାର୍ଯ୍ୟ ହେବେ। ଶୁଭ ଅଙ୍କ- ୭,ଶୁଭ ରଙ୍ଗ- କଫି।

Leave A Reply

Your email address will not be published.