ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଗୁରୁବାର ରାଶିଫଳ ( ୧୮-୧୧- ୨୦୨୧ )

ମେଷ : ଦିନଟି ବ୍ୟସ୍ତତା ଭିତରେ କଟିବ। ହଠାତ୍ ଦୂରଯାତ୍ରା କରିପାରନ୍ତି। ଚାକିରିରେ ପ୍ରଶଂସିତ ହେବେ। ବାଣିଜ୍ୟରେ ପ୍ରସାର ହେବ। ଶିକ୍ଷାର୍ଥୀ ଭ୍ରମଣପ୍ରିୟ ହେବେ। ଶୁଭ ଅଙ୍କ – ୯, ଶୁଭ ରଙ୍ଗ – ମେରୁନ୍

ବୃଷ : କର୍ମକ୍ଷେତ୍ରରେ ଅସହଯୋଗ ଦେଖାଦେବ । ଚାକିରିରେ କାର୍ଯ୍ୟଭାର ରହିବ। ମହିଳାମାନେ ଚିନ୍ତାରେ ରହିବେ। ବାଣିଜ୍ୟ ପ୍ରତିକୂଳ ରହିବ। ଶିକ୍ଷାର୍ଥୀ ଆଳସ୍ୟ ରହିବେ। ଶୁଭ ଅଙ୍କ – ୫, ଶୁଭ ରଙ୍ଗ – ସବୁଜ

ମିଥୁନ : ବିଶିଷ୍ଟ ବ୍ୟକ୍ତିଙ୍କ ସହ ସମ୍ପର୍କ ସ୍ଥାପନ ଓ ସହଯୋଗ ମିଳିବ | ରାଜନୀତିରେ ଉଚ୍ଚ ସମ୍ମାନ ପ୍ରାପ୍ତି ହେବ। ପରିବହନ ଓ ବାଣିଜ୍ୟରେ ଉତ୍ତମ ଲାଭ ମିଳିବ। ଶିକ୍ଷାର୍ଥୀ ଉଚ୍ଚାଭିଳାଷୀ ହେବେ । ଶୁଭ ଅଙ୍କ – ୧, ଶୁଭ ରଙ୍ଗ – ପିଙ୍କ

କର୍କଟ : କର୍ମକ୍ଷେତ୍ରର ପରିସର ବୃଦ୍ଧି ପାଇବ। ଚାକିରିରେ ଧନସମ୍ମାନ । ପ୍ରାପ୍ତି ହେବ । ମହିଳାମାନେ ଯୋଗ ପ୍ରତିପାଦିତ ହେବେ । ବାଣିଜ୍ୟରେ ଉନ୍ନତି ହେବ । ଶିକ୍ଷାର୍ଥୀ ସଫଳ ହେବେ | ଶୁଭ ଅଙ୍କ – ୨, ଶୁଭ ରଙ୍ଗ – ଧଳା

ଏଥିସହିତ ପଢ଼ନ୍ତୁ

ସିଂହ : ଦିନଟି ଶୃଙ୍ଖଳିତ ପରିସର ଦେଇ ଗତି କରିବେ । ଚାକିରିରେ ସମ୍ମାନ ପାଇବେ | ରାଜନୀତିରେ ଜନସେବାରେ ବ୍ରତୀ ହେବେ । ବାଣିଜ୍ୟରେ ଲାଭ ମିଳିବ। ଶିକ୍ଷାର୍ଥୀ ନିଷ୍ଠାରେ ରହିବେ । ଶୁଭ ଅଙ୍କ – ୩, ଶୁଭ ରଙ୍ଗ – କ୍ରିମ୍

କନ୍ୟା : ବିଭିନ୍ନ ବାଟରେ କ୍ଷତିଗ୍ରସ୍ତ ହୋଇପାରନ୍ତି। ଚାକିରିରେ ଅପଦସ୍ତ ହୋଇପାରନ୍ତି। ରାଜନୀତିରେ ଶତ୍ରବୃଦ୍ଧି ହେବେ। ବାଣିଜ୍ୟରେ ପ୍ରତିବନ୍ଧକ ରହିବ। ଶିକ୍ଷାର୍ଥୀ ତ୍ରୁଟି କରିବେ। ଶୁଭ ଅଙ୍କ –୨, ଶୁଭ ରଙ୍ଗ – ସିଲ୍‌ଭର୍

ତୁଳା : କର୍ମକ୍ଷେତ୍ରରେ ସହଯୋଗ ପାଇବେ। ଚାକିରିରେ ପଦୋନ୍ନତି ହୋଇପାରେ । ମହିଳା ମାନେ ଆତ୍ମନିର୍ଭରଶୀଳ ହେବେ । ବାଣିଜ୍ୟରେ ଲାଭ ମିଳିବ। ଶିକ୍ଷାର୍ଥୀ ଉତ୍ସାହିତ ରହିବେ । ଶୁଭ ଅଙ୍କ – ୬, ଶୁଭ ରଙ୍ଗ –ସିଲ୍‌ଭର୍‌

ବିଛା : ଦୃଢ଼ ମନୋବଳ ନେଇ କାର୍ଯ୍ୟ ସମ୍ପାଦନ କରିବେ । ରାଜନୀତିରେ ସକ୍ରିୟ ରହିବେ । ମହିଳାମାନେ ପରିଶ୍ରମୀ ହେବେ । ବାଣିଜ୍ୟରେ ଲାଭବାନ ହେବେ। ଶିକ୍ଷାର୍ଥୀ ସଫଳ ହେବେ । ଶୁଭ ଅଙ୍କ – ୭, ଶୁଭ ରଙ୍ଗ – କଫି

ଧନୁ : କର୍ମକ୍ଷେତ୍ରରେ ସମ୍ମାନପ୍ରାପ୍ତି ହେବ। ସନ୍ତାନମାନେ ଗୌରବାନ୍ବିତ ହେବେ। ରାଜନୀତିରେ ଚଳଚଞ୍ଚଳ ରହିବେ। ବାଣିଜ୍ୟ ଲାଭାନ୍ବିତ ହେବ। ଶିକ୍ଷାର୍ଥୀ ଅନୁଶାସନ ପ୍ରିୟ ହେବେ । ଶୁଭ ଅଙ୍କ – ୩, ଶୁଭ ରଙ୍ଗ – ହଳଦିଆ

ମକର : କାର୍ଯ୍ୟ ବିଳମ୍ବ ଓ ଖର୍ଚ୍ଚାନ୍ତ ହେଖାଦେବ | ରାଜନୀତିରେ ବିରୋଧୀ ପ୍ରଭାବିତ କରିପାରନ୍ତି। ମହିଳମାନେ ଅସ୍ଥିରମନା ହେବେ। ବାଣିଜ୍ୟ ମାନ୍ଦା ରହିବ। ଶିକ୍ଷାର୍ଥୀ ଚିନ୍ତାରେ ରହିବେ । ଶୁଭ ଅଙ୍କ – ୫, ଶୁଭ ରଙ୍ଗ – ସବୁଜ

କୁମ୍ଭ : ଚତୁରତାର ସହ କାର୍ଯ୍ୟ ତୁଲାଇବେ। ମହିଳାମାନେ ଦୃଢ଼ମନା ରହିବେ। ଚାକିରିରେ ଦାୟିତ୍ବବୋଧ ରହିବ। ବାଣିଜ୍ୟରେ ସଞ୍ଚୟ ହେବ। ଶିକ୍ଷାର୍ଥୀ କୃତକାର୍ଯ୍ୟ ହେବେ । ଶୁଭ ଅଙ୍କ – ୮, ଶୁଭ ରଙ୍ଗ – ନୀଳ

ମୀନ : ନୂତନ ଯୋଜନା କରି ସଫଳ ହେବେ । ଚାକିରିରେ କର୍ତ୍ତବ୍ୟନିଷ୍ଠ ରହିବେ। ରାଜନୀତିରେ ନେତୃତ୍ବ ବୃଦ୍ଧି ପାଇବ। ବାଣିଜ୍ୟରେ ଶୁଭ ଫଳ ମିଳିବ । ଶିକ୍ଷାର୍ଥୀ ସଫଳ ହେବେ | ଶୁଭ ଅଙ୍କ –୨, ଶୁଭ ରଙ୍ଗ – ଧଳା

Leave A Reply

Your email address will not be published.