ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଗୁରୁବାର ରାଶିଫଳ ( ୧୮ – ୦୮ – ୨୦୨୨ )

ମେଷ: କୌଣସି ବିଷୟକୁ ନେଇ ଉତ୍ତେଜନାରେ ରହିବେ। ହଠାତ୍‌ ଦୂରଯାତ୍ରା କରିପାରନ୍ତି। ମହିଳାମାନେ ଚଳଚଞ୍ଚଳ ରହିବେ। ବ୍ୟବସାୟରେ ଲାଭ ମିଳିବ। ଛାତ୍ରଛାତ୍ରୀ ଅଧିକ ପରିଶ୍ରମୀ ହେବେ।

ବୃଷ: ଅକସ୍ମାତ୍‌ ବନ୍ଧୁବାନ୍ଧବଙ୍କ ଆଗମନ ହୋଇପାରେ। କାର୍ଯ୍ୟ ବିଳମ୍ବ ପାଇଁ ମନସ୍ତାପ କରିପାରନ୍ତି। ସାଙ୍ଗସାଥୀଙ୍କ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ରହିବ। ମହିଳାମାନେ ଚିନ୍ତିତ ରହିବେ। ଆର୍ଥିକସ୍ଥିତି ମଜଭୁତ୍‌ ହୋଇପାରେ।

ମିଥୁନ: ଅଟକି ରହିଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। ମହିଳାମାନେ ଆତ୍ମନିର୍ଭରଶୀଳ ହେବେ। ଦିନଟିରେ ଚଳଚଞ୍ଚଳ ରହିବେ। ସଞ୍ଚୟ କରିବା ପାଇଁ ଉଚିତ ପରାମର୍ଶ ପାଇପାରନ୍ତି।

କର୍କଟ: ଦୀର୍ଘ ଦିନର ଆଶା ପୂରଣ ହୋଇପାରେ। କାର୍ଯ୍ୟସିଦ୍ଧି ସହ ସୁଖସମ୍ମାନ ପ୍ରାପ୍ତି ହେବ। କର୍ମକ୍ଷେତ୍ରରେ ପ୍ରଭାବଶାଳୀ ରହିବେ। ବିଭିନ୍ନ କ୍ଷେତ୍ରରୁ ସହଯୋଗ ପାଇବେ।

ଏଥିସହିତ ପଢ଼ନ୍ତୁ

ସିଂହ: ନୂତନ ଯୋଜନା କରି ସଫଳ ହେବେ। ଅସହାୟ ବ୍ୟକ୍ତିଙ୍କୁ ଦାନ କରିବେ। ମହିଳାମାନେ ଅନୁଶାସନ ଭିତରେ ରହିବେ। ସାହିତ୍ୟ ପ୍ରତି ରୁଚି ବଢ଼ିବ।

କନ୍ୟା: ବିଭିନ୍ନ ବାଟରେ କ୍ଷତିଗ୍ରସ୍ତ ହୋଇପାରନ୍ତି। କର୍ମକ୍ଷେତ୍ରରେ ଶତ୍ରୁବୃଦ୍ଧି ହେବେ। ପରିସ୍ଥିତି ଚିନ୍ତାଜନକ ରହିବ। ବ୍ୟବସାୟରେ କ୍ଷତି ହୋଇପାରେ। ଛାତ୍ରଛାତ୍ରୀ ଭ୍ରମରେ ପଡ଼ିବେ। ପରିବାରଠାରୁ ସହଯୋଗ ପାଇବେ।

ତୁଳା: ପାରିବାରିକ ସମ୍ପର୍କରେ ଭୁଲ୍‌ ବୁଝାମଣା ସଷ୍ଟି ହୋଇପାରେ। ବ୍ୟବସାୟିକ କାର୍ଯ୍ୟରେ ଦୂରଯାତ୍ରା କରିପାରନ୍ତି। କର୍ମକ୍ଷେତ୍ରରେ ଉତ୍ସାହଜନକ ପରିସ୍ଥିତି ରହିବ। ଉଭୟେ ପ୍ରେମ ଓ ଦାମ୍ପତ୍ୟ ସୁଖମୟ ରହିବ।

ବିଛା: ଗୁରୁଜନଙ୍କ ପରାମର୍ଶ କ୍ରମେ କାର୍ଯ୍ୟ କରିବେ। ଆର୍ଥିକ ସ୍ତରରେ ପରିବର୍ତ୍ତନ ଆସିବ। ମହିଳାମାନେ କର୍ମତତ୍ପର ରହିବେ। ସମାଜରେ ଲୋକସମ୍ପର୍କ ବଢ଼ିବ। କର୍ମକ୍ଷେତ୍ରରେ ଦାୟିତ୍ବଭାର ବଢ଼ିବ।

ଧନୁ: ଦିନଟି ହର୍ଷୋଲ୍ଲାସରେ କଟିବ। କର୍ମକ୍ଷେତ୍ରରେ ଧନସମ୍ମାନ ପ୍ରାପ୍ତି ହେବ। ମହିଳାମାନେ ସୁଖୀ ହେବେ। ସାଙ୍ଗସାଥୀଙ୍କ ସାହାଯ୍ୟରେ ବ୍ୟବସାୟରେ ପ୍ରସାର ଘଟିବ। ଛାତ୍ରଛାତ୍ରୀ ପରିଶ୍ରମୀ ହେବେ।

ମକର: ବ୍ୟୟ ବହୁଳତା କାରଣରୁ ମନସ୍ତାପ ହୋଇପାରେ। ପଡ଼ୋଶୀଙ୍କ ସହଯୋଗ ପାଇବେ। କର୍ମକ୍ଷେତ୍ରରେ କାର୍ଯ୍ୟ ପ୍ରତି ଅବହେଳା କରିପାରନ୍ତି। ବୁହୁଚେଷ୍ଟା ସ୍ବତ୍ତେ ବ୍ୟବସାୟରେ ଆଶନୁରୂପ ଫଳ ପାଇବେ ନାହିଁ।

କୁମ୍ଭ: ପରିବାରରେ ସୁଖ ସମୃଦ୍ଧି ପ୍ରାପ୍ତି ହେବ। କର୍ମକ୍ଷେତ୍ରରେ ବ୍ୟସ୍ତତା ଭିତରେ ରହି କାର୍ଯ୍ୟ କରିବେ। ମହିଳାମାନେ ଆତ୍ମନିର୍ଭରଶୀଳ ହେବେ। ବ୍ୟବସାୟରେ ଉତ୍ତମ ଆୟ ହେବ।

ମୀନ: କାର୍ଯ୍ୟସିଦ୍ଧି ସହ ସୁଖସମ୍ମାନ ପ୍ରାପ୍ତି ହେବ। ମହିଳାମାନେ ଆଦରଣୀୟା ହେବେ। ସମାଜରେ ନେତୃତ୍ବ ବୃଦ୍ଧି ପାଇବ। ବାଣିଜ୍ୟ ଓ ଶିକ୍ଷା କ୍ଷେତ୍ରରେ ଆଶାନୁରୂପ ଫଳ ପାଇବେ।

Leave A Reply

Your email address will not be published.