ଗୁରୁବାର ରାଶିଫଳ (୧୫-୦୪-୨୦୨୧)

ମେଷ:ଆର୍ଥିକ ସ୍ତରରେ ପରିବର୍ତ୍ତନ ଆସିବ। ଚାକିରିରେ ସହଯୋଗ ପାଇବେ। ମହିଳାମାନେ ଅନୁଶାସନ ଭିତରେ ରହିବେ। ଶିଳ୍ପ ଓ ବାଣିଜ୍ୟ ଉତ୍ସାହଜନକ ରହିବ। ଶୁଭ ଅଙ୍କ-୩,ଶୁଭ ରଙ୍ଗ-କ୍ରିମ୍

ବୃଷ:ଦିନଚର୍ଯ୍ୟା ବିଳାସପୂର୍ଣ୍ଣ ରହିବ। ପଡୋଶୀଙ୍କ ସହ ସୁସମ୍ପର୍କ ରହିବ। ପ୍ରଶାସନିକ ଉଚ୍ଚପ୍ରଶଂସା ପାଇବେ। ଶିଳ୍ପ ଓ ବାଣିଜ୍ୟ ସନ୍ତୋଷଜନକ ରହିବ। ଶୁଭ ଅଙ୍କ-୮,ଶୁଭ ରଙ୍ଗ-କଳା

ଏଥିସହିତ ପଢ଼ନ୍ତୁ

ମିଥୁନ:ବ୍ୟୟାଧିକ କାରଣରୁ ୠଣ ପ୍ରଭାବିତ ହୋଇପାରନ୍ତି। ସାଂସାରିକ ଭୁଲ ବୁଝାମଣା ରହିବ। ଚାକିରିରେ କାର୍ଯ୍ୟଭାର ରହିବ। ଶିଳ୍ପ ଓ ବାଣିଜ୍ୟରେ ମନ୍ଥରତା ରହିବ। ଶୁଭ ଅଙ୍କ-୧,ଶୁଭ ରଙ୍ଗ-ପିଙ୍କ୍

କର୍କଟ:ଦିନଟି ସୁଖସମୃଦ୍ଧି ପ୍ରାପ୍ତି ହେବ। ଚାକିରିରେ ପଦୋନ୍ନତି ହୋଇପାରେ। ପ୍ରଶାସନିକ ଦାୟିତ୍ଵବୋଧ ରହିବ। ପରିବହନ, ଶିଳ୍ପ ଓ ବାଣିଜ୍ୟରେ ଉନ୍ନତି ହେବ। ଶୁଭ ଅଙ୍କ-୨,ଶୁଭ ରଙ୍ଗ-ସିଲଭର୍

ସିଂହ:କର୍ମକ୍ଷେତ୍ରରେ ଚଳଚଞ୍ଚଳ ରହିବେ। ପ୍ରଶାସନିକ ଓ ରାଜନୀତିରେ ମାନମର୍ଯ୍ୟାଦା ପ୍ରାପ୍ତି ହେବ। ମହିଳାମାନେ ରକ୍ଷଣଶୀଳା ହେବେ। ବାଣିଜ୍ୟରେ ଲାଭ ମିଳିବ। ଶୁଭ ଅଙ୍କ-୫,ଶୁଭ ରଙ୍ଗ-ସବୁଜ

କନ୍ୟା:ଆତ୍ମିକ ଉନ୍ନତି ସାଧନ ହେବ। ଚାକିରିରେ ପ୍ରଶଂସିତ ହେବେ। ମହିଳାମାନେ ଆଦରଣୀୟା ହେବେ। ରାଜନୀତିରେ ପ୍ରସିଦ୍ଧି ବଢିବ। ବାଣିଜ୍ୟରେ ଶୁଭଫଳ ମିଳିବ। ଶୁଭ ଅଙ୍କ-୬,ଶୁଭ ରଙ୍ଗ-ଧଳା

ତୁଳା:କର୍ମକ୍ଷେତ୍ରରେ ଶତ୍ରୁମାନଙ୍କ ଦ୍ବାରା ପ୍ରଭାବିତ ହେବେ। ସାଂସାରିକ ଆର୍ଥିକ ଚାପ ରହିବ। ରାଜନୀତିରେ ବିବାଦୀୟ ସ୍ଥିତି ରହିବ। ବାଣିଜ୍ୟରେ ହାନି ହୋଇପାରେ। ଶୁଭ ଅଙ୍କ-୨,ଶୁଭ ରଙ୍ଗ-ଧଳା

ବିଛା:କେତେକ ସ୍ଥଳେ ଉତ୍ତେଜନା ରହିବ। ବନ୍ଧୁବାନ୍ଧବଙ୍କ ସଙ୍ଗେ ମନାନ୍ତର ହୋଇପାରେ। ରାଜନୀତିରେ ବ୍ୟସ୍ତ ବିବ୍ରତ ରହିବେ। ଶିଳ୍ପ ଓ ବାଣିଜ୍ୟରେ ସ୍ବଳ୍ପ ଲାଭ ମିଳିବ। ଶୁଭ ଅଙ୍କ-୭,ଶୁଭ ରଙ୍ଗ-କଫି

ଧନୁ:ବାରମ୍ବାର ଚେଷ୍ଟା କରି ସଫଳତା ପାଇବେ। ଚାକିରିରେ ନିଷ୍ଠାପର ରହିବେ। ମହିଳାମାନେ ପରିଶ୍ରମୀ ହେବେ। ବାଣିଜ୍ୟ ଲାଭଜନକ ରହିବ। ଶୁଭ ଅଙ୍କ-୩,ଶୁଭ ରଙ୍ଗ-କ୍ରିମ୍

ମକର:ଯୋଜନା ମୁତାବକ କାର୍ଯ୍ୟ କରି ସଫଳ ହେବେ। ସନ୍ତାନସନ୍ତତିଙ୍କୁ ନେଇ ଖୁସିରେ ରହିବେ। ପରିବହନ, ଶିଳ୍ପ ଓ ବାଣିଜ୍ୟରେ ଲାଭାନ୍ବିତ ହେବେ। ଶୁଭ ଅଙ୍କ-୮,ଶୁଭ ରଙ୍ଗ-କଳା

କୁମ୍ଭ:କର୍ମକ୍ଷେତ୍ରରେ ସମସ୍ୟାକୁ ନେଇ ଚିନ୍ତାରେ ରହିବେ। ଚାକିରିରେ ଅବହେଳା ରହିବ। ମହିଳାମାନେ ଉଦାସ ରହିବେ। ଶିଳ୍ପ ଓ ବାଣିଜ୍ୟରେ ମାନ୍ଦା ସ୍ଥିତି ରହିବ। ଶୁଭ ଅଙ୍କ-୪,ଶୁଭ ରଙ୍ଗ-ମେଟାଲିକ୍

ମୀନ:କୌଣସି ବଡ ଧରଣର ସଫଳତା ପାଇବେ। ଚାକିରିରେ ଧନସମ୍ମାନ ପ୍ରାପ୍ତି ହେବ। ପ୍ରଶାସନିକ ପ୍ରଭାବଶାଳୀ ରହିବେ। ଶିଳ୍ପ ଓ ବାଣିଜ୍ୟରେ ଉତ୍ତମ ଆୟ ହେବ। ଶୁଭ ଅଙ୍କ-୯,ଶୁଭ ରଙ୍ଗ-ମେରୁନ୍

Leave a comment