ଗୁରୁବାର ରାଶିଫଳ ( ୧୪ – ୦୭ – ୨୦୨୨ )

ମେଷ: ଭାଗ୍ୟ ଆପଣଙ୍କ ସପକ୍ଷରେ ଥିବାରୁ ବିଭିନ୍ନ କ୍ଷେତ୍ରରେ ସଫଳତା ପାଇବେ। କର୍ମକ୍ଷେତ୍ରରେ ସାହସିକତା ତଥା ବୁଦ୍ଧିମାନର ପରିଚୟ ପ୍ରଦାନ କରିବେ। ସମାଜରେ ମାନସମ୍ମାନ ପ୍ରତିଷ୍ଠା ଲାଭ କରିବେ।

ବୃଷ: ମନମୁତାବକ କାର୍ଯ୍ୟ କରି ଆତ୍ମସନ୍ତୋଷ ଲାଭ କରିବେ। ସନ୍ତାନସନ୍ତତିଙ୍କ ସହ ଖୁସିରେ ସମୟ ଅତିବାହିତ କରିବେ। ଶତ୍ରୁମାନେ ଆପଣଙ୍କଠାରୁ ଦୂରେଇ ରହିବେ।

ଏଥିସହିତ ପଢ଼ନ୍ତୁ

ମିଥୁନ: ଅଯଥା ବିବାଦରୁ ଦୂରେଇ ରୁହନ୍ତୁ। ପାରିବାରିକ ତିକ୍ତତା ଆପଣଙ୍କ ଏକାଗ୍ରତା ଭଙ୍ଗ ହୋଇପାରେ। କୌଣସି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକୁ ସୁଚାରୁ ରୂପରେ ସମାପନ କରିବେ। ବିଦେଶ ଯାତ୍ରା ଯୋଗ ରହିଛି।

କର୍କଟ: ଆୟର ନୂତନ ପଥ ଉନ୍ମୁକ୍ତ ହେବ। କର୍ମକ୍ଷେତ୍ରରେ ଆତ୍ମବିଶ୍ବାସ ସହ କାର୍ଯ୍ୟ କରିବେ। ପ୍ରତିଦ୍ବନ୍ଦ୍ବୀମାନଙ୍କ ଦ୍ବାରା ସମସ୍ୟା ସୃଷ୍ଟି ହୋଇପାରେ। ପରିବାରବର୍ଗଙ୍କ ସହ ଦୂରଯାତ୍ରା କରିପାରନ୍ତି।

ସିଂହ: ବ୍ୟସ୍ତତା ଭିତରେ ରହିବେ। ସ୍ବାସ୍ଥ୍ୟରେ ଅବନତି ଦେଖାଦେଇପାରେ। ପରିବାରର କୌଣସି ସଦସ୍ୟଙ୍କ ସହ ତିକ୍ତତା ଉପୁଜିପାରେ। ଅଯଥା ଖର୍ଚ୍ଚରୁ ଦୂରେଇ ରୁହନ୍ତୁ। ଜୀବନସାଥୀଙ୍କ ସହ ବ୍ୟବହାରରେ ସଂଯମତା ରକ୍ଷା କରନ୍ତୁ।

କନ୍ୟା: ବାର୍ତ୍ତାଳାପ କରିବା ସମୟରେ ନିଜ ଉପରେ ନିୟନ୍ତ୍ରଣ ରକ୍ଷା କରନ୍ତୁ। ନିବେଶ କରିବା ପୂର୍ବରୁ ଅନୁଭବୀ ବ୍ୟକ୍ତିଙ୍କ ପରାମର୍ଶ ନେବା ଉଚିତ। ବନ୍ଧୁବାନ୍ଧବଙ୍କ ସହ ପୈତୃକ ସମ୍ପତ୍ତିକୁ ନେଇ ବିବାଦ ଉପୁଜିପାରେ।

ତୁଳା: ବିଭିନ୍ନ କ୍ଷେତ୍ରରେ ସଫଳତା ପାଇପାରିବେ। ଆର୍ଥିକ ସ୍ଥିତି ସ୍ଥିର ରହିବ। ନୂତନ ନିଯୁକ୍ତିର ସୁଯୋଗ ରହିଛି। କିଛି ପରିବର୍ତ୍ତନ ପାଇଁ ଅଧିକ ପରିଶ୍ରମୀ ହେବାକୁ ପଡ଼ିବ।

ବିଛା: କର୍ମକ୍ଷେତ୍ରରେ ଅନେକ ବାଧାବିଘ୍ନ ଉପୁଜିପାରେ । ଧୈର୍ଯ୍ୟର ସହ କାର୍ଯ୍ୟ କରନ୍ତୁ। ଜୀବନ ସାଥୀଙ୍କ ସହଯୋଗ ପାଇ ଆଗକୁ ବଢ଼ି ଚାଲିବେ। ଭବିଷ୍ୟତ ପାଇଁ କିଛି ଚିନ୍ତା କରିବା ଆବଶ୍ୟକ ।

ଧନୁ: କୌଣସି କଥାକୁ ନେଇ ମାନସିକ ଅବସାଦରେ ରହିପାରନ୍ତି। ଅନ୍ୟକୁ ବିରୋଧ କରିବାରୁ ଦୂରେଇ ରୁହନ୍ତୁ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରକ୍ଷା କରନ୍ତୁ। ସାମାଜିକ କାର୍ଯ୍ୟରେ ଯୋଗଦେଇ ଉତ୍ସାହିତ ହେବେ।

ମକର: ସମ୍ପର୍କୀୟଙ୍କଠାରୁ ଲାଭ ପାଇପାରିବେ। ନିଜ ବ୍ୟବହାର ଉପରେ ସଂଯମତା ରକ୍ଷା କରନ୍ତୁ। ବ୍ୟବସାୟ ମାମଲାରେ ବିଦେଶ ଯାତ୍ରା ଯୋଗ ରହିଛି। ଦୂରବନ୍ଧୁଙ୍କ ସହ ନିବିଡ଼ତା ବୃଦ୍ଧି ପାଇବ।

କୁମ୍ଭ: କୌଣସି ଶୁଭ ଖବର ପାଇ ଆନନ୍ଦିତ ହେବେ। ବିଭିନ୍ନ କାର୍ଯ୍ୟରେ ସହଯୋଗ ଆଶା କରିବେ। ପରିବାର ସହ ତୀର୍ଥସ୍ଥଳୀ ଭ୍ରମଣ କରିବାକୁ ଯାଇପାରନ୍ତି। ନୂତନ ଦାୟିତ୍ବକୁ ସୁଚାରୁ ରୂପରେ ତୁଲାଇବେ।

ମୀନ: କିଛି କାର୍ଯ୍ୟ ଆପଣଙ୍କ ଇଚ୍ଛା ଅନୁସାରେ ହୋଇ ନ ପାରେ। ଅନ୍ୟକୁ ସାହାଯ୍ୟ କରିବାକୁ ଯାଇ ଅଡୁଆରେ ପଡ଼ିପାରନ୍ତି। ନିଜ କ୍ଷମତାର ସଠିକ୍‌ ଉପଯୋଗ କରିବେ। ସାଙ୍ଗସାଥୀଙ୍କ ସହ ମିଳାମିଶା ବଢ଼ିବ।

Leave a comment