ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଗୁରୁବାର ରାଶିଫଳ (୧୩–୧୦–୨୦୨୨)

ମେଷ: ଅନ୍ୟମାନଙ୍କ କଥାରେ ମୁଣ୍ଡ ପୂରାନ୍ତୁ ନାହିଁ। କୌଣସି ନିଷ୍ପତ୍ତି ନେବାରୁ ଦୂରେଇ ରହନ୍ତୁ। କର୍ମକ୍ଷେତ୍ରରେ ନିଜ ସୃଜନଶୀଳତାର ପରିଚୟ ପ୍ରଦାନ କରିବେ। ପାରିବାରିକ ସମସ୍ୟା ଲାଗିରହିବ।

ବୃଷ: ଚିନ୍ତା କରିଥିବା କାର୍ଯ୍ୟକୁ ପୂରଣ କରିବେ। ସହକର୍ମୀଙ୍କଠାରୁ ସହଯୋଗ ପାଇବେ। ଜୀବନସାଥୀଙ୍କ ସହ ସମ୍ପର୍କରେ ନିବିଡ଼ତା ଦେଖାଦେବ। କ୍ୟାରିୟର ପାଇଁ ବ୍ୟସ୍ତତା ଅନୁଭବ କରିପାରନ୍ତି।

ମିଥୁନ: ସାଙ୍ଗସାଥୀଙ୍କ ସହ ମିଳିତ ଭାବରେ କିଛି ନୂତନ ଉଦ୍ୟମ କରିବେ। କଠିନ ପରିଶ୍ରମ କରି ସଫଳତା ପାଇବେ। ଆର୍ଥିକ ପରିସ୍ଥ଄ତି ସୁଦୃଢ଼ ରହିବ। ମହିଳାମାନେ ଦୂରଯାତ୍ରା କରିପାରନ୍ତି।

କର୍କଟ: ଆକସ୍ମିକ ଖର୍ଚ୍ଚ ପାଇଁ ଚିନ୍ତିତ ରହିବେ। ପ୍ରିୟଜନଙ୍କ କଥାରେ ଦୁଃଖିତ ହୋଇପାରନ୍ତି। ତରବରିଆ ଭାବରେ ନିଷ୍ପତ୍ତି ନେଇ କଷ୍ଟ ପାଇପାଇପାରନ୍ତି। କର୍ମକ୍ଷେତ୍ରରେ କାର୍ଯ୍ୟଭାର ବୃଦ୍ଧି ପାଇବ।

ଏଥିସହିତ ପଢ଼ନ୍ତୁ

ସିଂହ: ବିଭିନ୍ନ ଦିଗରୁ ସଫଳତା ପାଇବେ। କର୍ମକ୍ଷେତ୍ରରେ ନୂତନ ପରିବର୍ତ୍ତନ ଦେଖାଦେଇପାରେ । ପାରିବାରିକ ସମ୍ପର୍କରେ ଉତ୍ତମ ବୁଝାମଣା ରହିବ। ଧାର୍ମିକ କାର୍ଯ୍ୟରେ ଦିନ ଅତିବାହତି ହେବ।

କନ୍ୟା: ସମସ୍ତ କାର୍ଯ୍ୟରେ ସଫଳତା ହାସଲ କରିବେ। ଭବିଷ୍ୟତ ପାଇଁ ନୂତନ ଯୋଜନା କରିବେ। ଆର୍ଥିକ ସ୍ଥିତି ଭଲ ରହିବ। ବ୍ୟୟ ଅଧିକ ହୋଇପାରେ। ମନର କଥାକୁ ଜୀବନସାଥୀଙ୍କ ଆଗରେ ପ୍ରକାଶ କରନ୍ତୁ।

ତୁଳା: ଅଯଥା କଥାରେ ସମୟ ନଷ୍ଟ କରନ୍ତୁ ନାହିଁ। କର୍ମକ୍ଷେତ୍ରରେ ନିଜ ପ୍ରତିଭାର ପ୍ରଦର୍ଶନ କରିବାର ସୁଯୋଗ ପାଇବେ। ବ୍ୟବସାୟୀମାନେ ଆଶାଠାରୁ ଅଧିକ ଲାଭ ପାଇବେ।

ବିଛା: ଅନ୍ତରଙ୍ଗ ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ। ପରିବାରରେ ତିକ୍ତତା ଦେଖାଦେଇପାରେ। ଛାତ୍ରଛାତ୍ରୀଙ୍କ କ୍ୟାରିୟରରେ ବାଧା ଉପୁଜିପାରେ। ବରିଷ୍ଠ ବ୍ୟକ୍ତିଙ୍କ ସହଯୋଗ ପାଇବେ।

ଧନୁ: ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ। କର୍ମକ୍ଷେତ୍ରରେ ମନଲଗାଇ କାର୍ଯ୍ୟ କରନ୍ତୁ। କୋର୍ଟକଚେରୀ ମାମଲାରେ ପଡ଼ିଯାଇ ପାରନ୍ତି। ବନ୍ଧୁବାନ୍ଧବଙ୍କୁ ସାହାଯ୍ୟ କରିପାରନ୍ତି।

ମକର: କିଛି ଶୁଭ ଖବର ଆସିପାରେ। ନୂତନ ଉପାୟରେ ଧନଲାଭ ହୋଇପାରେ । ପ୍ରଗତି ରାସ୍ତାରେ ଆଗେଇ ଚାଲିବେ। ସାଙ୍ଗସାଥୀଙ୍କୁ ଗୁରୁତ୍ବ ଦିଅନ୍ତୁ। ପ୍ରେମ ଓ ଦାମ୍ପତ୍ୟ ଜୀବନ ସୁଖମୟ ହେବ।

କୁମ୍ଭ: ସମୟ ପୂର୍ବରୁ କାର୍ଯ୍ୟ କରି ପ୍ରଶଂସା ସାଉଁଟିବେ। ସକାରାତ୍ମକ ବିଚାର ରଖି ଆଗକୁ ବଢ଼ିବେ। ଭବିଷ୍ୟତ ଯୋଜନା ପାଇଁ ଗୁରୁଜନଙ୍କ ପରାମର୍ଶ ଲୋଡ଼ିବେ। ନୂତନ ନିବେଶ କରି ଲାଭାନ୍ବିତ ହେବେ।

ମୀନ: ଦିନଟି ଉତ୍ସାହଭରା ରହିବ। ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ସମାପ୍ତ ହେବ। ଗୁରୁଜନଙ୍କ ସହଯୋଗ ପାଇବେ। ପରିବାରବର୍ଗଙ୍କଠାରୁ ଖୁସି ଖବର ମିଳିପାରେ। କର୍ମକ୍ଷେତ୍ରରେ ପ୍ରଶଂସା ପାଇବେ।

Leave A Reply

Your email address will not be published.