ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଗୁରୁବାର ରାଶିଫଳ (୧୦-୧୧-୨୦୨୨)

ମେଷ: ମନରେ ସକାରାତ୍ମକ ଚିନ୍ତା ରଖନ୍ତୁ। କର୍ମକ୍ଷେତ୍ରରେ ଅପଦସ୍ତ ହୋଇପାରନ୍ତି। ବନ୍ଧୁବାନ୍ଧବଙ୍କ ସହଯୋଗ ପାଇବେ। ଦରକାରୀ କାଗଜପତ୍ର ଦାୟିତ୍ବର ସହ ରଖନ୍ତୁ। ନୂତନ ନିବେଶ କରି ଲାଭବାନ ହେବେ।

ବୃଷ: ପ୍ରିୟଜନଙ୍କ ପାଇଁ ସମ୍ବେଦନଶୀଳ ହୋଇ ପଡ଼ିବେ। ନୂତନ ନିବେଶ କରିବାରୁ ନିବୃତ୍ତ ରୁହନ୍ତୁ। ରାସ୍ତାରେ ସତର୍କତା ଅବଲମ୍ବନ କରନ୍ତୁ। ପାରିବାରିକ ସମ୍ପର୍କରେ ତିକ୍ତତା ଦେଖା ଦେଇପାରେ।

ମିଥୁନ: କୌଣସି ନିଷ୍ପତ୍ତିକୁ ନେଇ ଦ୍ବନ୍ଦ୍ବରେ ପଡ଼ିଯାଇ ପାରନ୍ତି। ବ୍ୟବସାୟରେ ଲାଭ କମ୍‌ ହୋଇପାରେ। କର୍ମକ୍ଷେତ୍ରରେ ଚିନ୍ତାଜନକ ପରିସ୍ଥିତି ଉପୁଜିପାରେ। ପ୍ରେମ ଓ ଦାମ୍ପତ୍ୟ ଜୀବନରେ ନିବିଡ଼ତା ବଢ଼ିବ।

କର୍କଟ: ସ୍ବାଧୀନମନା ହୋଇ କାର୍ଯ୍ୟ କରିବେ। ନିଜ ପ୍ରତିଭାର ପ୍ରଦର୍ଶନ କରିବେ। ମହିଳାମାନେ ଯଶକୀର୍ତ୍ତି ପାଇବେ। ପରିବହନ ଓ ବ୍ୟବସାୟରେ ଉତ୍ତମ ଫଳ ପାଇବେ। ଅକସ୍ମାତ୍‌ ଧନଲାଭ ଯୋଗ ରହିଛି।

ଏଥିସହିତ ପଢ଼ନ୍ତୁ

ସିଂହ: ଦୀର୍ଘ ଦିନର ସମସ୍ୟାର ସମାଧାନର ରାସ୍ତା ପାଇବେ। ଆର୍ଥିକକ୍ଷେତ୍ରରେ ଅବନତି ଦେଖାଦେବ। କର୍ମକ୍ଷେତ୍ରରେ କର୍ତ୍ତବ୍ୟ ସୁଚାରୁରୂପେ ତୁଲାଇ ସମ୍ମାନିତ ହୋଇପାରନ୍ତି। ମହିଳାମାନେ ସଂସ୍କାରପ୍ରିୟ ହେବେ। ଛାତ୍ରଛାତ୍ରୀମାନେ ସଫଳ ହେବେ।

କନ୍ୟା: ଗୁରୁଜନଙ୍କ ସ୍ବାସ୍ଥ୍ୟାବସ୍ଥା ବିଗଡ଼ି ଯାଇପାରେ । ଅଯଥା ଖର୍ଚ୍ଚରେ ପଡ଼ିପାରନ୍ତି। କର୍ମକ୍ଷେତ୍ରରେ ବାଧାବିଘ୍ନ ଦେଖାଦେବ। ଜୀବନସାଥୀଙ୍କ ସହଯୋଗ ପାଇ ଆଗକୁ ବଢ଼ିବେ। ସନ୍ତାନସନ୍ତତିଙ୍କ ପାଇଁ ଚିନ୍ତାରେ ରହିବେ।

ତୁଳା: ଗୁରୁଜନଙ୍କ ଆଶୀର୍ବାଦ ଲାଭ କରିବେ। ମହିଳାମାନେ ଆତ୍ମନିର୍ଭରଶୀଳା ହେବେ। ଦାମ୍ପତ୍ୟ ଜୀବନରେ ସୁଖସମୃଦ୍ଧି ବୃଦ୍ଧି ପାଇବ। ନିଜ ବାକ୍ୟ ଉପରେ ନିୟନ୍ତ୍ରଣ ରଖିବା ଉଚିତ।

ବିଛା: ପରିବାର ବର୍ଗଙ୍କ ସହଯୋଗ କ୍ରମେ ଉନ୍ନତି କରିବେ। ମୂଲ୍ୟବାନ ବସ୍ତୁ କ୍ରୟ କରିପାରନ୍ତି। ଦୂର ବନ୍ଧୁଙ୍କ ଆଗମନ ହୋଇପାରେ। ପୈତୃକ ସମ୍ପତ୍ତିର ଭାଗୀଦାର ହୋଇପାରନ୍ତି।

ଧନୁ: ଶୃଙ୍ଖଳିତ ଧାରାରେ କାର୍ଯ୍ୟ କରି ସଫଳ ହେବେ। ସାଂସାରିକ ଧର୍ମକର୍ମରେ ବ୍ୟସ୍ତ ରହିବେ। ବୈବାହିକ ଜୀବନରେ ସ୍ଥିରତା ଦେଖାଦେବ। ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟରେ ଅନୁଭବୀ ବ୍ୟକ୍ତିଙ୍କ ସାହାଯ୍ୟ ଲୋଡ଼ିବେ।

ମକର: ଚାଲିଥିବା କାର୍ଯ୍ୟ ସ୍ଥଗିତ ରହିପାରେ। କର୍ମକ୍ଷେତ୍ରରେ କାର୍ଯ୍ୟ ବହୁଳତା ରହିବ। ମହତ୍ତ୍ବପୂର୍ଣ୍ଣ କାର୍ଯ୍ୟ ପୂରଣ କରି ସନ୍ତୋଷ ଅନୁଭବ କରିବେ। ବିଭିନ୍ନ କ୍ଷେତ୍ରରେ ପରିବାରବର୍ଗଙ୍କ ସହଯୋଗ ପାଇବେ।

କୁମ୍ଭ: ଦିନଟିରେ ମିଶ୍ରିତ ଫଳ ପାଇବେ। ଅଯଥା କାର୍ଯ୍ୟରେ ନିଜର ବୁଦ୍ଧିବଳ ନଷ୍ଟ କରନ୍ତୁ ନାହିଁ। ନିଜ ନିଷ୍ପତ୍ତିରେ ଅଟଳ ରୁହନ୍ତୁ। ପ୍ରେମ ଓ ଦାମ୍ପତ୍ୟ ଜୀବନରେ ତିକ୍ତତା ଉପୁଜିପାରେ।

ମୀନ: ପରିବାର ସହ କୌଣସି ଧର୍ମସ୍ଥଳୀକୁ ଯାଇପାରନ୍ତି। ବ୍ୟବସାୟରେ ଲାଭାନ୍ବିତ ହେବେ। କୌଣସି ବ୍ୟକ୍ତିଙ୍କ ସହ ବାର୍ତ୍ତାଳାପ କରି ଆତ୍ମସନ୍ତୋଷ ଲାଭ କରିବେ। ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିବେ।

Leave A Reply

Your email address will not be published.