ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଗୁରୁବାର ରାଶିଫଳ (୦୯-୦୬-୨୦୨୨)

ମେଷ: ସ୍ବାର୍ଥପର ବ୍ୟକ୍ତିଙ୍କଠାରୁ ଦୂରେଇ ରୁହନ୍ତୁ। ଗୁରୁଜନଙ୍କ ପରାମର୍ଶକୁ ମାନି ଚଳନ୍ତୁ। ଆର୍ଥିକସ୍ଥିତିରେ ଉନ୍ନତି ପରିଲକ୍ଷିତ ହେବ। ସନ୍ତାନସନ୍ତତିଙ୍କ ସ୍ବାସ୍ଥ୍ୟପ୍ରତି ଯତ୍ନଶୀଳ ହୁଅନ୍ତୁ।

ବୃଷ: ମନରେ ସକାରାତ୍ମକ ଊର୍ଜା ଭରି ରହିବ। ମହିଳାମାନେ ଆଦରଣୀୟା ହେବେ। ସ୍ବାସ୍ଥ୍ୟ ଅବସ୍ଥାରେ ଉନ୍ନତି ପରିଲକ୍ଷିତ ହେବେ। ଧାର୍ମିକ କାର୍ଯ୍ୟରେ ରୁଚି ବଢ଼ିବ। ସାଙ୍ଗସାଥୀଙ୍କ ସହ ମିଳାମିଶା ବଢ଼ିବ।

ମିଥୁନ: ଅତ୍ୟଧିକ ପରିଶ୍ରମ କରି ଥକ୍କା ଅନୁଭବ କରିବେ। ନୂତନ ସମ୍ବନ୍ଧ ସୃଷ୍ଟି ହୋଇପାରେ। ଗୋପନୀୟ କଥାକୁ ପରିପ୍ରକାଶ କରନ୍ତୁ ନାହିଁ। ବୈବାହିକ ଜୀବନରେ ମଧୁରତା ରହିବ।

କର୍କଟ: ଦିନଟି ମଧ୍ୟମ ଧରଣର ରହିବ। କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବା ପାଇଁ ଅଧିକ ପରିଶ୍ରମ କରିବାକୁ ପଡ଼ିପାରେ। ଅନୁଭବୀ ବ୍ୟକ୍ତିଙ୍କଠାରୁ ପରାମର୍ଶ ଲୋଡ଼ିବେ। ସ୍ବାସ୍ଥ୍ୟ ଅବସ୍ଥାରେ ଉନ୍ନତି ଘଟିବ।

ଏଥିସହିତ ପଢ଼ନ୍ତୁ

ସିଂହ: ବନ୍ଧୁବାନ୍ଧବଙ୍କ ସହ ସମ୍ପର୍କରେ ସୁଧାର ଆସିବ। ମାନସିକ ଅବସାଦରୁ ମୁକ୍ତି ପାଇବା ପାଇଁ ସାଙ୍ଗସାଥୀଙ୍କ ସହ ମିଳାମିଶା ବଢ଼ିବ। ଆର୍ଥିକସ୍ଥିତିରେ ଅବନତି ଦେଖାଦେଇପାରେ।

କନ୍ୟା: ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇ ଆଗକୁ ବଢ଼ିବେ। ସହକର୍ମୀଙ୍କ ସଙ୍ଗେ ସମ୍ପର୍କ ଭଲ ରହିବ। ବିଦେଶ ଯାତ୍ରା ଯୋଗ ରହିଛି। ଅନ୍ୟ ଉପରେ ବିଶ୍ବାସ କରି କଷ୍ଟ ପାଇପାରନ୍ତି।

ତୁଳା: ନିଜର ଖୁସିକୁ ପରିବାର ସହ ବାଣ୍ଟି ସନ୍ତୋଷ ଲାଭ କରିବେ। ସନ୍ତାନସନ୍ତତିଙ୍କ ପାଇଁ ଚିନ୍ତିତ ରହିବେ। ପ୍ରିୟଜନଙ୍କ ବ୍ୟବହାରରେ ଦୁଃଖିତ ହୋଇପାରନ୍ତି।

ବିଛା: ନିଜ ବୁଦ୍ଧି ବଳରେ ସମସ୍ୟାର ସମାଧାନ ରାସ୍ତା ଖୋଜିପାଇବେ। ଆର୍ଥିକସ୍ଥିତି ମଧ୍ୟମ ଧରଣର ରହିବ। କ୍ୟାରିୟରରେ ଉନ୍ନତି ହୋଇପାରେ। ପ୍ରେମ ଓ ଦାମ୍ପତ୍ୟ ଜୀବନରେ ନିବିଡ଼ତା ବଢ଼ିବ।

ଧନୁ: ଗୁରୁଜନଙ୍କ ପରାମର୍ଶ ନେଇ ପାରନ୍ତି। ସଙ୍ଗୀତ ପ୍ରତି ରୁଚି ବଢ଼ିବ। ମାନସିକ ଅବସାଦ ଦୂର ହେବ। କର୍ମକ୍ଷେତ୍ରରେ କାର୍ଯ୍ୟର ଭାର ବଢ଼ିବାକୁ ଲାଗିବ। ପରିବାରବର୍ଗଙ୍କ ସହ ତିକ୍ତତା ଉପୁଜିପାରେ।

ମକର: ଜୀବନରେ ସୁଖସମୃଦ୍ଧି ବୃଦ୍ଧି ପାଇବ। ସରକାରୀ କାର୍ଯ୍ୟରେ ଦୂରଯାତ୍ରା କରିପାରନ୍ତି। କର୍ମକ୍ଷେତ୍ରରେ ପ୍ରଶଂସା ପାଇବେ। ଦୁଃସାହସିକ ଭିତ୍ତିରେ କାର୍ଯ୍ୟ ତୁଲାଇବେ। ମହିଳାମାନେ ଚଳଚଞ୍ଚଳ ରହିବେ।

କୁମ୍ଭ: ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ। ସାଙ୍ଗସାଥୀଙ୍କ ସାହାଯ୍ୟରେ ସମସ୍ୟାରୁ ମୁକ୍ତି ପାଇବେ। କର୍ମକ୍ଷେତ୍ରରେ ମନ୍ଥରତା ରହିବ। ଭାଇ ଭଉଣୀଙ୍କ ସହଯୋଗ ପାଇବେ।

ମୀନ: ଶୃଙ୍ଖଳିତ ଧାରାରେ କାର୍ଯ୍ୟ କରି ସଫଳ ହେବେ। ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟରେ ସଫଳ ହେବେ। ପରିଶ୍ରମ ଫଳ ପାଇବେ। କର୍ମକ୍ଷେତ୍ରରେ କର୍ତ୍ତବ୍ୟନିଷ୍ଠ ରହିବେ। ସନ୍ତାନସନ୍ତତିଙ୍କୁ ନେଇ ଖୁସିରେ ରହିବେ।

Leave A Reply

Your email address will not be published.