Latest Odisha News, Breaking News Today | Top Updates on Corona

ଗୁରୁବାର ରାଶିଫଳ (୦୮-୦୪-୨୦୨୧)

ମେଷ:ବିଭିନ୍ନ ଦିଗରୁ ସହାୟତା ମିଳିବ। ଚାକିରିରେ ପଦୋନ୍ନତି ଯୋଗ ରହିଛି। ମହିଳାମାନେ ଆତ୍ମନିର୍ଭରଶୀଳ ହେବେ। ପ୍ରଶାସନିକ ପ୍ରଭାବଶାଳୀ ରହିବେ। ଶିଳ୍ପ ଓ ବାଣିଜ୍ୟରେ ଉତ୍ତମ ଆୟ ହେବ।
ଶୁଭ ଅଙ୍କ-୩,ଶୁଭ ରଙ୍ଗ-କ୍ରିମ୍

 

ବୃଷ:ଦଶମସ୍ଥ ଚନ୍ଦ୍ରଙ୍କ କାରଣରୁ କାର୍ଯ୍ୟସିଦ୍ଧି ସହ ମାନସମ୍ମାନ ବୃଦ୍ଧି ହେବ। ଚାକିରୀରେ ଧନସମ୍ମାନ ପ୍ରାପ୍ତି ହେବ। କଳା,ବିଜ୍ଞାନ ଓ ବାଣିଜ୍ୟରେ ସଫଳତା ମିଳିବ। ଶିକ୍ଷାର୍ଥୀ କୃତକାର୍ଯ୍ୟ ହେବେ।
ଶୁଭ ଅଙ୍କ-୮,ଶୁଭ ରଙ୍ଗ-ଆକାଶୀ

ମିଥୁନ:କର୍ମକ୍ଷେତ୍ରରେ ଉତ୍ତେଜନା ରହିବ। ମହିଳାମାନେ ଅପଯଶ ପାଇବେ। ଚାକିରିରେ ଅବହେଳା ରହିବ। ପରିବହନ ଓ ବାଣିଜ୍ୟ ପ୍ରତିକୂଳ ରହିବ। ଶିକ୍ଷାର୍ଥୀ ଭ୍ରମରେ ପଡିବେ।
ଶୁଭ ଅଙ୍କ-୨,ଶୁଭ ରଙ୍ଗ-ସିଲଭର୍

କର୍କଟ:ଦିନଟି ବାଧାବିଘ୍ନ ଭିତରେ ଗତି କରିବେ। ଚାକିରୀରେ ଅସହଯୋଗ ରହିବ। ରାଜନୀତିରେ ବିବାଦୀୟ ପରିସ୍ଥିତି ରହିବ। ଶିଳ୍ପ ଓ ବାଣିଜ୍ୟରେ ବିଶେଷ ଭଲ ହେବ ନାହିଁ।
ଶୁଭ ଅଙ୍କ-୧,ଶୁଭ ରଙ୍ଗ-ପିଙ୍କ୍

ସିଂହ:ଅଟକି ରହିଥିବା କାର୍ଯ୍ୟ ସମାପନ ହେବ। ସାଂସାରିକ ସୁଖମୟ ରହିବ। ଚାକିରିରେ ପ୍ରଶଂସିତ ହେବେ। ପରିବହନ ଓ ବାଣିଜ୍ୟ ଉତ୍ସାହଜନକ ରହିବ। ଶିକ୍ଷାର୍ଥୀ ଉଚ୍ଚଶିକ୍ଷା ପ୍ରତି ଆଗ୍ରହୀ ରହିବେ।
ଶୁଭ ଅଙ୍କ-୯,ଶୁଭ ରଙ୍ଗ-ମେରୁନ୍

କନ୍ୟା:ଦୃଢ ପଦକ୍ଷେପ ନେଇ ସଫଳତା ପାଇବେ। ଚାକିରିରେ କର୍ତ୍ତବ୍ୟନିଷ୍ଠ ରହିବେ। ରାଜନୀତିରେ ସକ୍ରିୟ ରହିବେ। ପରିବହନ ଓ ବାଣିଜ୍ୟରେ ପୁଞ୍ଜିନିବେଶ କରି ସଫଳ ହେବେ।
ଶୁଭ ଅଙ୍କ-୨,ଶୁଭ ରଙ୍ଗ-ଧଳା

ତୁଳା:କର୍ମକ୍ଷେତ୍ରରେ ଶତ୍ରୁବୃଦ୍ଧି ହେବେ। ବନ୍ଧୁବାନ୍ଧବଙ୍କ ସହ ମତଭେଦ ରହିବ। ରାଜନୀତିରେ ଲୋକପ୍ରିୟତା ହ୍ରାସ ପାଇବ। ବାଣିଜ୍ୟ ମନ୍ଥର ରହିବ। ଶିକ୍ଷାର୍ଥୀ ଅସ୍ଥିରମନା ହେବେ।
ଶୁଭ ଅଙ୍କ-୪,ଶୁଭ ରଙ୍ଗ-ମେଟାଲିକ୍

ବିଛା:ଦିନଟି ଉତ୍ସାହିତ ରହିବେ। ରାଜନୀତିରେ ଚଳଚଞ୍ଚଳ ରହିବେ। ମହିଳାମାନେ ଗୃହକାର୍ଯ୍ୟରେ ବ୍ୟସ୍ତ ରହିବେ। ପରିବହନ ଓ ବାଣିଜ୍ୟ ଲାଭଜନକ ରହିବ। ଶୁଭ ଅଙ୍କ-୨,ଶୁଭ ରଙ୍ଗ-ସିଲଭର୍

ଧନୁ:ସମାଜରେ ପ୍ରସିଦ୍ଧି ଲାଭ କରିବେ। ପ୍ରଶାସନିକ ପ୍ରଭାବଶାଳୀ ରହିବେ। ମହିଳାମାନେ ଆତ୍ମନିର୍ଭରଶୀଳ ହେବେ। ପରିବହନ,ଶିଳ୍ପ ଓ ବାଣିଜ୍ୟରେ ମନମୁତାବକ ଫଳ ମିଳିବ।
ଶୁଭ ଅଙ୍କ-୮,ଶୁଭ ରଙ୍ଗ-ବାଇଗଣୀ

ମକର:କୌଣସି କାରବାରକୁ ନେଇ ଅଶାନ୍ତି ଉପୁଜିପାରେ। ଚାକିରିରେ ସମସ୍ୟା ରହିବ। ରାଜନୀତିରେ ବିରୋଧୀ ବୃଦ୍ଧି ପାଇବେ। ପରିବହନ ଓ ବାଣିଜ୍ୟରେ ବ୍ୟୟବହୁଳତା ରହିବ।
ଶୁଭ ଅଙ୍କ-୬,ଶୁଭ ରଙ୍ଗ-ସିଲଭର୍

କୁମ୍ଭ:ଶ୍ରୀଚନ୍ଦ୍ର କାରଣରୁ ଦିନଚର୍ଯ୍ୟା ହୁଖଦପୂର୍ଣ୍ଣ ରହିବ। ରାଜନୀତିରେ ସୁନାମ ପାଇବେ। ମହିଳାମାନେ ଉଚ୍ଚାଭିଳାଷୀ ହେବେ। କଳା,ବିଜ୍ଞାନ, ଶିଳ୍ପ ଓ ବାଣିଜ୍ୟରେ ଆଶାନୁରୂପ ଫଳ ମିଳିବ।
ଶୁଭ ଅଙ୍କ-୫,ଶୁଭ ରଙ୍ଗ-ସବୁଜ

ମୀନ:ଘାତଚନ୍ଦ୍ର ପ୍ରଭାବରୁ କର୍ମକ୍ଷେତ୍ରରେ ଜଟିଳ ପରିସ୍ଥିତି ରହିବ। ଚାକିରିରେ ଅଭିଯୋଗ ଆସିପାରେ। ରାଜନୀତିରେ ଷଡ଼ଯନ୍ତ୍ରରେ ପ୍ରଭାବିତ ହୋଇପାରନ୍ତି। ବାଣିଜ୍ୟରେ ହାନି ହୋଇପାରେ।
ଶୁଭ ଅଙ୍କ-୨,ଶୁଭ ରଙ୍ଗ-ଧଳା

Comments
Loading...
0Shares
0
ପ୍ରତି ମୁହୂର୍ତର ଖବର ଆପଣଙ୍କୁ ଦେଖାଇବାକୁ ଆମକୁ ଅନୁମତି ଦିଅନ୍ତୁ |
Dismiss
Allow Notifications