ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଗୁରୁବାର ରାଶିଫଳ ( ୦୭ – ୦୭ – ୨୦୨୨ )

ମେଷ: ଗୁରୁଜନଙ୍କଠାରୁ ନୈତିକ ଶିକ୍ଷା ଆହରଣ କରିବେ। ବ୍ୟବସାୟରେ ବିକାଶ ହେବ। ନିବେଶ କରିବା ପାଇଁ ଦିନଟି ଭଲ। କୌଣସି ବିଷୟ ସମ୍ବନ୍ଧରେ ସଂପୂର୍ଣ୍ଣ ତଥ୍ୟ ନ ଜାଣି ଆଗକୁ ବଢ଼ନ୍ତୁ ନାହିଁ।

ବୃଷ: ବିଭିନ୍ନ କ୍ଷେତ୍ରରୁ ସଫଳତା ପାଇବେ। କର୍ମକ୍ଷେତ୍ରରେ ସମସ୍ତ ଚ୍ୟାଲେଞ୍ଜକୁ ଶାନ୍ତ ମନରେ ଗ୍ରହଣ କରିବେ। କ୍ୟାରିୟର ସଂପର୍କିତ ଶୁଭ ସୂଚନା ପାଇବେ। ଜୀବନସାଥୀଙ୍କ ସହଯୋଗ ପାଇବେ।

ମିଥୁନ: ନିବେଶ କରିବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ। ଦୂର ବନ୍ଧୁଙ୍କ ସହ ମିଳନ ହୋଇପାରେ। ଜୀବନସାଥୀଙ୍କ ବିନା ଏକୁଟିଆ ଅନୁଭବ କରିବେ। ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ। ପରିବାରରେ ତିକ୍ତତା ଉପୁଜିପାରେ।

କର୍କଟ: ଅଟକି ରହିଥିବା ଅନେକ କାର୍ଯ୍ୟ ପୂରଣ ହେବ। ନୂତନ କାର୍ଯ୍ୟ ଆରମ୍ଭ କରିବେ। ବ୍ୟବସାୟୀମାନେ ଅକସ୍ମାତ୍‌ ଲାଭାନ୍ବିତ ହେବେ। ପ୍ରେମ ଓ ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ।

ଏଥିସହିତ ପଢ଼ନ୍ତୁ

ସିଂହ: ସାମାଜିକ ତଥା ଧାର୍ମିକ ସମାରୋହରେ ଯୋଗଦାନ ଦେବେ। ଆର୍ଥିକ ଅବସ୍ଥା ପାଇଁ କୌଣସି କାର୍ଯ୍ୟ ଅଧାରୁ ଅଟକି ଯାଇପାରେ। ନିଜର କର୍ମକ୍ଷେତ୍ରରେ ପ୍ରତିଭା ବିସ୍ତାର କରିବେ।

କନ୍ୟା: ଜୀବନସାଥୀଙ୍କ ପ୍ରତି ବିଶ୍ବାସ ବଢ଼ିବାକୁ ଲାଗିବ। କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ପରିବାର ସହ ଅଧିକ ସମୟ କଟାଇବେ। ବ୍ୟବସାୟ ପ୍ରସାରିତ ହେବ। ଛାତ୍ରଛାତ୍ରୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ।

ତୁଳା: କର୍ମକ୍ଷେତ୍ରରେ ନିଜର ସୃଜନଶୀଳତାର ପରିଚୟ ଦେବେ। ଆର୍ଥିକକ୍ଷେତ୍ରରେ ଅବନତି ଦେଖାଦେଇପାରେ। ଅନ୍ୟକୁ ସହଯୋଗ କରି ଆତ୍ମସନ୍ତୋଷ ପାଇବେ। ଅନ୍ୟ ମାମଲାରେ ମୁଣ୍ଡ ପୂରାନ୍ତୁ ନାହିଁ।

ବିଛା: କାର୍ଯ୍ୟଭାର ଅଧିକ ଥିବାରୁ ଥକ୍କା ଅନୁଭବ କରିବେ। ପୁରୁଣା ସମ୍ପତ୍ତି ବିକ୍ରୟ କରି ଅଧିକ ଲାଭାନ୍ବିତ ହେବେ। କ୍ୟାରିୟରରେ ଉନ୍ନତି ପାଇଁ ସଂପୂର୍ଣ୍ଣ ସହଯୋଗ ପାଇବେ। ସାଙ୍ଗସାଥୀଙ୍କ ମଧ୍ୟରେ ଭୁଲ୍‌ ବୁଝାମଣା ସୃଷ୍ଟି ହୋଇପାରେ ।

ଧନୁ: ଦିନଟି ମଧ୍ୟମ ଧରଣର ରହିବ। ନିଜ ମନମୁତାବକ ଅଧିକରୁ ଅଧିକ କାର୍ଯ୍ୟ କରିବେ। ବ୍ୟବସାୟରେ ନୂତନ ନିବେଶ କରିବେ। ପ୍ରିୟଜନଙ୍କ ପାଇଁ ଚିନ୍ତିତ ରହିବେ। ଭବିଷ୍ୟତ ପାଇଁ ଯୋଜନା କରିବେ।

ମକର: ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ। ବିଭିନ୍ନ କ୍ଷେତ୍ରରୁ ସଫଳତା ପାଇବେ। ଛାତ୍ରଛାତ୍ରୀଙ୍କ କ୍ୟାରିୟରରେ ସକାରାତ୍ମକ ପରିବର୍ତ୍ତନ ଦେଖାଦେବ। ଅସହାୟମାନଙ୍କୁ ସାହାଯ୍ୟର ହାତ ବଢ଼ାଇବେ।

କୁମ୍ଭ: ମନୋରଞ୍ଜନ କାର୍ଯ୍ୟରେ ଅଧିକ ସମୟ ଅତିବାହିତ କରନ୍ତୁ ନାହିଁ। ସମସ୍ୟାର ସମାଧାନ ପାଇଁ ବିଭିନ୍ନ ପନ୍ଥା ଆପଣାଇବେ। ପାରିବାରିକ ସମ୍ବନ୍ଧରେ ତିକ୍ତତା ଦେଖାଦେଇପାରେ ।

ମୀନ: ଗୁରୁଜନଙ୍କ ସ୍ବାସ୍ଥ୍ୟ ଅବସ୍ଥାକୁ ନେଇ ଚିନ୍ତିତ ରହିବେ। କର୍ମକ୍ଷେତ୍ରରେ ସମୟ ପୂର୍ବରୁ ସମସ୍ତ କାର୍ଯ୍ୟକୁ ସୁଚାର ରୂପେ ସମାପନ କରିବେ। ଆର୍ଥିକ କ୍ଷେତ୍ରରେ ସ୍ଥିରତା ଦେଖାଦେବ। କୌଣସି ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେଇପାରନ୍ତି।

Leave A Reply

Your email address will not be published.