ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଗୁରୁବାର ରାଶିଫଳ (୦୪-୦୮-୨୦୨୨)

ମେଷ: ପାରିବାରିକ ଜୀବନରେ ଅସ୍ଥିରତା ଦେଖାଦେବ। କର୍ମକ୍ଷେତ୍ରରେ ଭଲ କାର୍ଯ୍ୟ କରି ବରିଷ୍ଠଙ୍କୁ ଖୁସି କରିପାରନ୍ତି। ପ୍ରେମ ଜୀବନରେ ନିବିଡ଼ତା ବଢ଼ିବ। ବିଦେଶ ଯିବାର ଯୋଗ ରହିଛି।

ବୃଷ: ବିଭିନ୍ନ କ୍ଷେତ୍ରରେ ସଫଳତା ପାଇ ଉତ୍ସାହିତ ରହିବେ। ପରିବାରବର୍ଗଙ୍କ ପୂର୍ଣ୍ଣ ସହଯୋଗ ମିଳିବ। ନୂତନ ବ୍ୟବସାୟ କରିବା ପାଇଁ ଯୋଜନା ପ୍ରସ୍ତୁତ କରିପାରନ୍ତି। ଛାତ୍ରଛାତ୍ରୀ ଲେଖାପଢ଼ାରେ ମନୋନିବେଶ କରିବେ।

ମିଥୁନ: ନୂଆ କାର୍ଯ୍ୟ ତଥା ଉନ୍ନତିର ନୂତନ ପଥ ଉନ୍ମୋଚନ ହୋଇପାରେ। ସମସ୍ୟା ଲାଘବ ହେବ। ଚିନ୍ତା କରୁଥିବା କାର୍ଯ୍ୟ ଆରମ୍ଭ କରିବାରେ ହେଳା କରିପାରନ୍ତି।

କର୍କଟ: ଚଳିତ ଯୋଜନା ତଥା କାର୍ଯ୍ୟରେ ବାଧା ଦେଖାଦେଇପାରେ। ବ୍ୟବସାୟରେ ଅଯଥା କ୍ଷତିର ସମ୍ମୁଖୀନ ହୋଇପାରନ୍ତି। ଅକସ୍ମାତ୍‌ ସ୍ବାସ୍ଥ୍ୟଜନିତ ସମସ୍ୟା ଦେଖାଦେଇ ପାରେ।

ଏଥିସହିତ ପଢ଼ନ୍ତୁ

ସିଂହ: ଦିନଟି ମଧ୍ୟମଧରଣର ରହିବ। କୌଣସି କାର୍ଯ୍ୟ କରିବା ପୂର୍ବରୁ ଅଭିଜ୍ଞ ବ୍ୟକ୍ତିଙ୍କ ପରାମର୍ଶ ନେବା ଉଚିତ। ବ୍ୟବସାୟରେ କ୍ଷତି ସହିପାରନ୍ତି। ସହକର୍ମୀଙ୍କ ସହଯୋଗରେ କାର୍ଯ୍ୟ କରିବେ।

କନ୍ୟା: ଦୀର୍ଘଦିନର ଆଶା ପୂରଣ ହେବ। ବରିଷ୍ଠ ବ୍ୟକ୍ତିଙ୍କ ସହ ମିଳାମିଶା ବଢ଼ିବ। ବ୍ୟବସାୟ ପ୍ରସାର ପାଇଁ ବିଭିନ୍ନ ପ୍ରକାର ଉଦ୍ୟମ କରିପାରନ୍ତି। କର୍ମକ୍ଷେତ୍ରରେ ନିଜ କାର୍ଯ୍ୟ ଉପରେ ଧ୍ୟାନ ଦିଅନ୍ତୁ।

ତୁଳା: ଆତ୍ମବିଶ୍ବାସ ସହ କାର୍ଯ୍ୟ କରି ସଫଳତା ପାଇବେ। ବରିଷ୍ଠ ଅଧିକାରୀଙ୍କ ସହଯୋଗ ପାଇବେ। ଆବଶ୍ୟକ ଅନୁସାରେ ଖର୍ଚ୍ଚ କରନ୍ତୁ। ଆୟବୃଦ୍ଧି ପାଇବାରୁ ସନ୍ତୋଷ ଅନୁଭବ କରିବେ।

ବିଛା: ନିଜ ବାକ୍ୟ ଉପରେ ସଂଯମତା ରକ୍ଷା କରନ୍ତୁ। ବନ୍ଧୁବନ୍ଧାବଙ୍କ ଆଗମନ ହୋଇପାରେ। ମନରେ ଅଶାନ୍ତି ଉପୁଜିପାରେ। ଛାତ୍ରଛାତ୍ରୀମାନେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ।

ଧନୁ: ଅଡୁଆ ପରିସ୍ଥିତିକୁ ସମ୍ଭାଳି ନେଇପାରନ୍ତି। ଆର୍ଥିକ ପରିସ୍ଥିତିରେ ଉନ୍ନତି ଦେଖାଦେଇପାରେ। ବଡ଼ ସମସ୍ୟାରୁ ମୁକ୍ତି ପାଇପାରନ୍ତି। ସ୍ବାସ୍ଥ୍ୟପ୍ରତି ଯତ୍ନବାନ ହୁଅନ୍ତୁ। ଅଯଥା ଖର୍ଚ୍ଚରୁ ଦୂରେଇ ରୁହନ୍ତୁ।

ମକର: ଭବିଷ୍ୟତ ପାଇଁ ଯୋଜନା କରିବେ। ପ୍ରିୟଜନଙ୍କ ପ୍ରତି ସମ୍ବେଦନଶୀଳ ହୋଇପଡ଼ିବେ। ବନ୍ଧୁବାନ୍ଧଙ୍କ ସହ ମନୋମାଳିନ୍ୟ ହୋଇପାେର। ଛାତ୍ରଛାତ୍ରୀମାନେ ଅଧିକ ପରିଶ୍ରମ କରିବେ।

କୁମ୍ଭ: ଆଶାଠାରୁ ଅଧିକ ଲାଭ ପାଇବେ। କର୍ମକ୍ଷେତ୍ରରେ କିଛି ଭିନ୍ନ କରି ପ୍ରଶଂସା ସାଉଁଟିବେ। ଗୁରୁଜନଙ୍କ ପରାମର୍ଶ ପାଇବେ। ଜୀବନରେ ନୂତନ ପରିବର୍ତ୍ତନ ଦେଖାଦେଇପାରେ।

ମୀନ: ତରବରିଆ ଭାବରେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। ଭାଇଭଉଣୀଙ୍କ ଦାୟିତ୍ବଭାର ନେବେ। ଦାମ୍ପତ୍ୟ ଓ ପ୍ରେମ ଜୀବନରେ ମଧୁରତା ବଢ଼ିବ। କର୍ମକ୍ଷେତ୍ରରେ ସୁଚାରୁରୂପରେ କାର୍ଯ୍ୟ କରିବେ।

Leave A Reply

Your email address will not be published.