ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଗୁରୁବାର ରାଶିଫଳ (୦୨-୦୬-୨୦୨୨)

ମେଷ: ଦିନଟି ଭଲରେ କଟିବ। କର୍ମକ୍ଷେତ୍ରରେ ଅଟକି ରହିଥିବା କାର୍ଯ୍ୟକୁ ନିଜ ପ୍ରଚେଷ୍ଟାରେ ସଂପୂର୍ଣ୍ଣ କରିବେ। ସନ୍ତାନସନ୍ତତି କ୍ୟାରିୟରେ ଉନ୍ନତି କରିବେ। ଧନଲାଭ ଯୋଗ ରହିଛି।

ବୃଷ: ସମସ୍ୟାର ଅନ୍ତଃ ଘଟିପାରେ। ଭାଇଭଉଣୀଙ୍କଠାରୁ ସହଯୋଗ ପାଇବେ। ଦାୟିତ୍ବ ବଢ଼ିବାକୁ ଲାଗିବ। ଆର୍ଥିକସ୍ଥିତିରେ ଉନ୍ନତି କରିବେ। ପରିବାର ସହ ଅଧିକ ସମୟ ବିତାଇବେ।

ମିଥୁନ: ଜୀବନରେ ନୂତନ ମୋଡ଼ ଆସିପାରେ। ବାଦବିବାଦ ପରିସ୍ଥିତିରୁ ଦୂରେଇ ରୁହନ୍ତୁ। ଗୁରୁଜନଙ୍କ ପରାମର୍ଶ ଗ୍ରହଣ କରି ନିଷ୍ପତ୍ତି ନିଅନ୍ତୁ। ପାରିବାରିକ ସମ୍ପର୍କ ସୁଦୃଢ଼ ହେବ।

କର୍କଟ: ସାବଧାନତାର ସହ କାର୍ଯ୍ୟ କରନ୍ତୁ। ନିଜ ବ୍ୟବହାରରେ ସଂଯମତା ରକ୍ଷା କରନ୍ତୁ। ଦୀର୍ଘ ଦିନରୁ ଲାଗିରହିଥିବା ଅର୍ଥ ଅଭାବ ଦୂର ହେବ। ଜୀବନସାଥୀଙ୍କ ସହ ଭଲ ସମୟ ଅତିବାହିତ କରିବେ।

ଏଥିସହିତ ପଢ଼ନ୍ତୁ

ସିଂହ: ମନ କଥା ଅନ୍ୟ ଆଗରେ ପରିପ୍ରକାଶ କରନ୍ତୁ ନାହିଁ। ମହତ୍ତ୍ବପୂର୍ଣ୍ଣ କାର୍ଯ୍ୟକୁ ଧ୍ୟାନର ସହ କରନ୍ତୁ। ଅନ୍ଧବିଶ୍ବାସର ବଶବର୍ତ୍ତୀ ହୁଅନ୍ତୁ ନାହିଁ। ପ୍ରେମ ଓ ଦାମ୍ପତ୍ୟ ଜୀବନ ମଧୁର ହେବ।

କନ୍ୟା: ଉତ୍ସାହର ସହ କାର୍ଯ୍ୟ କରିବେ। ଅଚାନକ ଧନଲାଭର ଯୋଗ ରହିଛି। ଦାମ୍ପତ୍ୟ ଜୀବନ ମଧୁର ହେବ। ନୃତ୍ୟ କ୍ଷେତ୍ରରେ ରୁଚି ବଢ଼ିବ। ସାଙ୍ଗସାଥୀଙ୍କ ସହ ମିଶି ସମସ୍ୟାର ସମାଧାନ କରିବେ।

ତୁଳା: ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି। କର୍ମକ୍ଷେତ୍ରରେ ଆଗୁଆ ରହିବେ। ସନ୍ତାନସନ୍ତତି ଲେଖାପଢ଼ାରେ ମନୋନିବେଶ କରିବେ। ପରିବାରରେ ସୁଖସମୃଦ୍ଧି ବୃଦ୍ଧି ପାଇବ।

ବିଛା: ଜୀବନରେ ପରିବର୍ତ୍ତନ ଆସିବ। ଅଯଥା ଖର୍ଚ୍ଚରୁ ନିବୃତ୍ତ ରୁହନ୍ତୁ। ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ। ଗୁରୁଜନଙ୍କ ସହଯୋଗ ପାଇବେ। ବନ୍ଧୁବାନ୍ଧବଙ୍କ ଆଗମନ ହୋଇପାରେ।

ଧନୁ: ଜୀବନରେ ନୂତନ ମୋଡ଼ ଆସିପାରେ। ବ୍ୟବସାୟରେ ଲାଭବାନ ହେବେ। ଆର୍ଥିକ ସମସ୍ୟାରୁ ମୁକ୍ତି ପାଇବେ। ନୂତନ ବସ୍ତୁ କ୍ରୟ କରିପାରନ୍ତି। ପରିବାରରେ ଆନନ୍ଦ ଉଲ୍ଲାସ ଦେଖାଦେବ।

ମକର: ଅସୁସ୍ଥ ମନେ କରିବେ। କର୍ମକ୍ଷେତ୍ରରେ ହତୋତ୍ସାହ ହେବେ। ଜୀବନସାଥୀଙ୍କ ପରାମର୍ଶ ଲୋଡ଼ିବେ। କୋର୍ଟକଚେରୀ ମାମଲାରେ ପଡ଼ିଯାଇପାରନ୍ତି। ବ୍ୟବସାୟରେ ବିଶେଷ ଲାଭ ହେବ ନାହିଁ।

କୁମ୍ଭ: ନିଜ ପ୍ରତିଭାର ପରିଚୟ ଦେଇ ଲୋକପ୍ରିୟତା ହାସଲ କରିବେ। ସମାଜରେ ମାନସମ୍ମାନ ବୃଦ୍ଧି ପାଇବ। ବ୍ୟବସାୟରେ ଲାଭବାନ୍‌ ହେବେ। ଗୁରୁଜନଙ୍କ ସାହାଯ୍ୟ ପାଇବେ।

ମୀନ: ନିଜ ବ୍ୟବହାରରେ ସଂଯମତା ରକ୍ଷା କରନ୍ତୁ। ସାଙ୍ଗସାଥୀଙ୍କଠାରୁ ସହଯୋଗ ପାଇବେ। ଭ୍ରମଣଯୋଗ ରହିଛି। ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେବେ। କ୍ୟାରିୟରେ ଉନ୍ନତି ଦେଖାଦେବ।

Leave A Reply

Your email address will not be published.