ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଭୋଗରାଇରେ କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉପୁଡ଼ିଲା ବିଦ୍ୟୁତ ଖୁଣ୍ଟ

ଭୋଗରାଇ: ବାଲେଶ୍ବର ଜିଲ୍ଲା ଭୋଗରାଇ ଅଞ୍ଚଳରେ ଆଜି ସନ୍ଧ୍ୟାରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। ପବନ ସହ ପ୍ରବଳ ବର୍ଷା ସାଙ୍ଗକୁ ଘଡଘଡି ହେବା ଫଳରେ ଏକାଧିକ ବିଦ୍ୟୁତ ଖୁଣ୍ଟି ଉପୁଡ଼ି ଯାଇଥିବା ବେଳେ ଗଛ ଭାଙ୍ଗି ଯାଇଛି। ଭୋଗରାଇ ବ୍ଲକର ନାଚିନ୍ଦା ଛକ ନିକଟସ୍ଥ ତିନଟି ବିଦ୍ୟୁତ ଖୁଣ୍ଟି ପଡି ଯିବାରୁ, କମର୍ଦା-ବାଲିଆପାଳ ରାସ୍ତା ଜାତୟତ ବାଧା ପ୍ରାପ୍ତ ହୋଇଛି। ସେହିପରି ଜୟରାମପୁର, ଟେଙ୍ଗରାମାରି, କୁମ୍ଭୀରଗଡ଼ି ଇତ୍ୟାଦି ଗାଁରେ କାଳ ବୈଶାଖୀ ତାଣ୍ଡବ ରଚିଥିବା ଜଣା ପଡ଼ିଛି। ସେହିପରି ଅନେକ ସ୍ଥାନରେ ବିଦ୍ୟୁତ ସରବରାହ ବନ୍ଦ ରହିଥିବା ବେଳେ ବିଭିନ୍ନ ସ୍ଥାନରେ ରାସ୍ତା ଉପରେ ଗଛ ପଡି ଯାତାୟାତ ବାଧାପ୍ରାପ୍ତ ହୋଇଛି।

Leave A Reply

Your email address will not be published.