ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଦାଉ ସାଧୁଛି ପ୍ରକୃତି: ବଜ୍ରପାତରେ ୧୧ଟି ପରିବାରର ୨୨ ବଖରା ଘର ପୋଡ଼ି ପାଉଁଶ

ଭଦ୍ରକ: ଦାଉ ସାଧୁଛି ପ୍ରକୃତି। ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ଅଚକ ପଞ୍ଚାୟତ ଗୋପ ସାହିରେ ବିଳମ୍ବିତ ରାତିରେ ସମସ୍ତେ ଶୋଇଥିବା ବେଳେ ବଜ୍ରପାତ ପରେ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ୧୧ଟି ପରିବାରର ୨୨ ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି । ଏଥିସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳି ପୋଡ଼ି ପାଉଁଶ ହୋଇଛି ।

ସୂଚନା ଅନୁଯାୟୀ, ବଜ୍ରାଘାତ ଯୋଗୁଁ ଘର ଗୁଡ଼ିକରେ ନିଆଁ ଲାଗି ଯାଇଥିଲା। ଘର ଗୁଡ଼ିକ ପାଖା ପାଖି ଲାଗି ରହିଥିବାରୁ ଚାହୁଁ ଚାହୁଁ ନିଆଁ ବ୍ୟାପି ଯାଇଥିଲା। ଘରେ ନିଆଁ ଲାଗିବା ଦେଖି ଲୋକେ ଜୀବନ ବିକଳରେ ବାହାରକୁ ବାହାରି ଆସିଥିଲେ। ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ନିଆଁ ଆୟତ୍ତକୁ ଆସି ନଥିଲା। ଶେଷରେ ନିକଟସ୍ଥ ଅଗ୍ନିଶମ ବାହିନୀ ଗାଡି ଆସି ନିଆଁକୁ ଆୟତ୍ତ କରିଛି ।

bdk-2

ଅଗ୍ନିକାଣ୍ଡରେ ଗାଁର କୃପାସିନ୍ଧୁ ଖୁଣ୍ଟିଆ, ନରହରି ଖୁଣ୍ଟିଆ, ବିଷ୍ଣୁ ମୋହନ ଖୁଣ୍ଟିଆ, ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆଙ୍କ ସମେତ ଆହୁରି ଅନେକ ପରିବାର କ୍ଷତିଗ୍ରସ୍ତ ହୋଇଛନ୍ତି । ଗଛିତ ଥିବା ଧାନ, ଚାଉଳ, ଆସବାବପତ୍ର, ଗାଡ଼ି ସବୁ ଜଳି ପୋଡ଼ି ଛାରଖାର୍ ହୋଇଯାଇଛି । ଖୋଲା ଆକାଶ ତଳେ ପଡ଼ି ରହିଥିବା ଅଗ୍ନି ବିପନ୍ନ ପ୍ରଶାସନର ସହାୟତାକୁ ଅନାଇ ରହିଛନ୍ତି ।

Leave A Reply

Your email address will not be published.