ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ବାଇକ୍‌ ଉପରେ ଚଢ଼ିଗଲା ହାଇଓ୍ଵା, ୩ ମୃତ

ସମ୍ବଲପୁର : ସମ୍ବଲପୁର-କଟକ ଜାତୀୟ ରାଜପଥର ଭବାନୀପାଲିଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ।ଦ୍ରୁତଗାମୀ ହାଇଓ୍ଵାର ଶକ୍ତ ଧକ୍କାରେ ତିନି ଜଣ ବାଇକ୍‌ ଆରୋହୀ ଯୁବକଙ୍କ ମୃତ୍ୟୁ ଘଟିଛି।ମୃତକଙ୍କ ମଧ୍ୟରେ ଜଣେ ଯୁବକ ସ୍ଥାନୀୟ ଅଞ୍ଚଳର ହୋଇଥିବା ବେଳେ ଅନ୍ୟ ଦୁଇ ଜଣଙ୍କ ପରିଚୟ ମିଳିପାରିନାହିଁ । ତେବେ ଏହି ଘଟଣାରେ ହାଇୱା ଡ୍ରାଇଭରକୁ ସ୍ଥାନୀୟ ଲୋକେ ନିସ୍ତୁକ ମାଡ ମାରିଥିବା ବେଳେ ଘଟଣାସ୍ଥଳରେ ଚାପା ଉତ୍ତେଜନା ଜାରି ରହିଛି ।

ମିଳିଥିବା ସୂଚନାଅନୁସାରେ ଯୁଯୁମୁରା ଥାନା ଅନ୍ତର୍ଗତ ନୂଆବରଙ୍ଗାମାଳ ପଞ୍ଚାୟତର ଖଇରମାଳ ଗ୍ରାମର ଗୌତମ ସାହୁ ଓ ଅନ୍ୟ ୨ ଜଣ ଯୁବକ ସ୍ଥାନୀୟ ଅଞ୍ଚଳରେ ଏକ କ୍ରସରରେ କାମ କରନ୍ତି। ଆଜି ସେମାନେ ୫୫ ନମ୍ବର ଜାତୀୟ ରାଜପଥରେ ଏକ ବାଇକ୍‌ (ଓଡି ୧୫ କ୍ୟୁ ୯୯୭୦)ରେ ସମ୍ବଲପୁର ପାର୍ଶ୍ୱରୁ ଯୁଯୁମୁରା ଅଭିମୁଖେ ଯାଉଥିଲେ। ଅପରାହ୍ନ ୩ଟା ୧୦ ମିନିଟରେ ଭବାନୀପାଲି ପେଟ୍ରୋଲ ପମ୍ପ ନିକଟରେ ଏକ ଦ୍ରୁତଗାମୀ ହାଇଓ୍ଵା (ଓଡି ୧୫ବି ୫୬୬୦) ସେମାନଙ୍କୁ ପଛପଟରୁ ଶକ୍ତ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ୩ ବାଇକ୍‌ ଆରୋହୀ ଜାତୀୟ ରାଜପଥରୁ ଛିଟିକି ପଡ଼ିଥିଲେ। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଗୁରୁତର ହାଇଓ୍ଵା ଚାଳକଙ୍କୁ ଅଟକ ରଖିଥିଲେ। ଯୁଯୁମୁରା ଥାନା ଆଇଆଇସି ପୁଲିସ ଟିମ୍‌ ସହ ଘଟଣାସ୍ଥଳକୁ ପହଞ୍ଚି ମୃତହେଦଗୁଡ଼ିକ ଜବତ କରିଥିବା ବେଳେ ଗୁରୁତର ହାଇୱା ଚାଳକଙ୍କୁ ଏକ ଆମ୍ବୁଲାନ୍ସରେ ସମ୍ବଲପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଇଛ।

Leave A Reply

Your email address will not be published.