ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଗାଧୋଇବା ବେଳେ ମହାନଦୀରେ ବୁଡ଼ିଗଲେ ୩ ଛାତ୍ର, ଜଣେ ମୃତ

ଜଗତସିଂହପୁର: ତିର୍ତ୍ତୋଲ ମହାନଦୀ ପୋଷଲ ଘାଟରେ ଅଘଟଣ । ବୁଡିଗଲେ ତିନି ଛାତ୍ର । ଜଣକର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣଙ୍କୁ ଉଦ୍ଧାର କରାଯାଇଛି । ସ୍ଥାନୀୟ ଲୋକେ ସମସ୍ତଙ୍କୁ ଉଦ୍ଧାର କରିଥିଲେ । ମୃତକ ହେଲେ ଗୋପସଲପୁର ଶଙ୍ଖେଶ୍ବର ବଡ଼ଜିଙ୍ଗଲ ଗାଁର ନୃସିଂହ ଦାସଙ୍କ ପୁଅ ବିବେକ ଦାସ । ଗୁରୁତ୍ତର ମାନଙ୍କ ଘର ବି ଗୋପାଳପୁର ବଡ଼ଜିଙ୍ଗଲ ଗାଁରେ ବୋଲି ସୂଚନା । ଉଦ୍ଧାର ଦୁଇ ଛାତ୍ରଙ୍କୁ ମଣିଜଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ୫ ଜଣ ଗାଧୋଇବାକୁ ଯାଇଥିବା ବେଳେ ଘଟିଥିଲା ଅଘଟଣ ।

ଖରା ଦିନ ଆରମ୍ଭ ହୋଇଥିବାବେଳ ପାଞ୍ଚ ସାଙ୍ଗ ମିଶିକରି ନଦୀକୁ ଗାଧୋଇ ଯାଇଥିଲେ । ଗାଧୋଇବା ସମୟରେ ଗଭୀର ଜଳ ଭିତରକୁ ଚାଲିଯାଇଥିଲେ ସଭିଏଁ । ଏହି ସମୟରେ ପାଞ୍ଚ ଜଣଙ୍କୁ ମଧ୍ୟରୁ ତିନି ଜଣ ବୁଡିଯାଇଥିଲେ । ସେହି ସମୟରେ ଗାଧୋଉଥିବା ସ୍ଥାନୀୟ ଲୋକ ମାନେ ଉଦ୍ଧାର କରିବା ପାଇଁ ଧାଇଁ ଯାଇଥିଲେ । ଫଳରେ ସମସ୍ତଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ ସ୍ଥାନୀୟ ଲୋକେ ।

ଉଦ୍ଧାର ବେଳେ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ରହିଥିବାବେଳେ ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଉଦ୍ଧାର ଛାତ୍ରଙ୍କୁ ତତକ୍ଷଣାତ ସ୍ଥାନୀୟ ମେଡିକାଲ ମଣିଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେପଟେ ଏଭଳି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ସୃଷ୍ଟି କରିଛି । ସମସ୍ତେ ଏହି ଖବରରେ ମର୍ମାହତ ହୋଇପଡିଛନ୍ତି ।

Leave A Reply

Your email address will not be published.