ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବିଲରେ କାମ କରୁଥିବା ବେଳେ ବଜ୍ରାପାତ ଘଟି 3 ଜଣଙ୍କର ମୃତ୍ୟୁ, 5 ଜଣ ଗୁରୁତର

ବାଲେଶ୍ୱର: ଆକାଶରୁ ଖସିଲା ମୃତ୍ୟୁ । ହଠାତ ମାଡି ଆସିଲା କଳା ହାଣ୍ଡିଆ ମେଘ । କିଛି ବୁଝିବା ଆଗରୁ ଅଚାନକ ମୃତ୍ୟୁର ମରୀଚିକା ସବୁକିଛି ସାରିଦେଇଥିଲା । ପେଟ ପାଇଁ ଖଟିବାକୁ ଯାଇଥିବା ସାଧାରଣ ଲୋକଙ୍କୁ ଅତର୍କିତ ଆକ୍ରମଣ କରିଥିଲା କାଳରୂପୀ ବଜ୍ରପାତ । ବିଲରେ କାମ କରୁଥିବା ବେଳେ ବଜ୍ରାପାତ ଘଟି 3 ଜଣଙ୍କର ମୃତ୍ୟୁ, 5 ଜଣ ଗୁରୁତର । ଗୁରୁତର ମାନଙ୍କୁ ବସ୍ତା ଏବଂ ଜଳେଶ୍ବର ହସପିଟାଲରେ ଭର୍ତ୍ତି କରା ଯାଇଛି । ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ମଥାନୀ ଗାଁରେ ଘଟିଛି ଅଘଟଣ । ଏଠାରେ ବଜ୍ରପାତ ଘଟିଛି ଜଣକର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ସେହିଭଳି ସିଂଲା ଥାନା ଅନ୍ତର୍ଗତ ଶାସନ ଗ୍ରାମରେ ବଜ୍ରାପାତରେ ଜଣଙ୍କର ମୃତ୍ୟୁ ହୋଇଥିବାବେଲେ ୨ଜଣ ଗୁରୁତର ଆହତ ହୋଇଛନ୍ତି । ବରଡିହା ଗାଁରେ ମଧ୍ୟ ଜଣକର ମୃତ ହୋଇଥିବା ବେଳେ 2 ଜଣ ଗୁରୁତର ହୋଇଛନ୍ତି । ଆଜି ଅପରାହ୍ନରେ ପ୍ରବଳ ଘଡଘଡି ସହ ବର୍ଷା ହେବାରୁ ଏଭଳି ଦୁର୍ଘଟଣା ଘଟିଛି ।

Leave A Reply

Your email address will not be published.