ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଚାଉମିନି ଫ୍ୟାକଟ୍ରିରେ ଶ୍ୱାସରୁଦ୍ଧ ହୋଇ ୩ ଜଣଙ୍କ ମୃତ୍ୟୁ

ଗଜପତି: ଢେପ ସାହିରେ ଥିବା ଏକ ଚାଉମିନି ଫ୍ୟାକଟ୍ରିରେ ଶ୍ୱାସରୁଦ୍ଧ ହୋଇ ୩ ଜଣଙ୍କ ମୃତ୍ୟୁ ହୋଇଛି । ଏହି ଅଭାବନୀୟ ଘଟଣା ପରେ ଘଟଣାସ୍ଥଳରେ ମୋହନା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ରାତିରେ ଫ୍ୟାକଟ୍ରିରେ ଶୋଇଥିବା ବେଳେ ଗ୍ୟାସ୍ ଲିକେଜ୍ରୁ ଶ୍ୱାସରୁଦ୍ଧ ହୋଇଥିଲେ । ମୃତ୍ୟୁବରଣ କରିଥିବା ୩ ଜଣ ହେଉଛନ୍ତି ବ୍ରହ୍ମପୁରର ଅରୁଣ ସାହୁ, ମୋହନା ଥାନା କାମ୍ପଗୁଡା ଗାଁର ପ୍ରଭାକର ଦଳାଇ ଓ ଅନ୍ୟ ଜଣେ ସୁନିଲ ଦଳାଇ ବୋଲି ଜଣାପଡ଼ିଛି । ପୋଲିସ୍ ଓ ଅଗ୍ନିଶମ ବାହିନୀ ଘଟଣସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ କରୁଛି ।

Leave A Reply

Your email address will not be published.