ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଓଡିଶା ହାଇକୋର୍ଟରେ ନିଯୁକ୍ତ ହେଲେ ଆଉ ୩ ନୂଆ ବିଚାରପତି

କଟକ : ଓଡ଼ିଶା ହାଇକୋର୍ଟରେ ୩ ନୂଆ ବିଚାରପତିଙ୍କୁ ନିଯୁକ୍ତ ମିଳିଛି। ସେମାନଙ୍କ ମଧ୍ୟରେ ୨ ଜଣ ଜୁଡ଼ିସିଆଲ୍ ଅଫିସର୍ ଥିବା ବେଳେ ଜଣେ ଓକିଲ ହାଇକୋର୍ଟରେ ବିଚରପତି ଦାୟିତ୍ୱ ସମ୍ଭାଳିବେ । ବୁଧବାର ରାଷ୍ଟ୍ରପତି ରାମନାଥ କୋବିନ୍ଦ ୩ ଜଣ ନୂତନ ବିଚାରପତିଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି । ଆଇନଜୀବୀ ମୃଗାଙ୍କ ଶେଖର ସାହୁଙ୍କୁ ବିଚାରପତି ଭାବରେ ନିଯୁକ୍ତି ପ୍ରଦାନ କରାଯାଇଥିବା ବେଳେ ଦୁଇ ଜଣ ଜୁଡିସିଆଲ ଅଫିସର ରାଧାକୃଷ୍ଣ ପଟ୍ଟନାୟକ ଓ ଶଶୀକାନ୍ତ ମିଶ୍ରଙ୍କୁ ମଧ୍ୟ ବିଚାରପତି ଭାବରେ ନିଯୁକ୍ତ କରାଯାଇଛି । ଏହି ୩ଜଣ ନୂଆ ବିଚାରପତି ନିଯୁକ୍ତି ପରେ ଓଡ଼ିଶା ହାଇକୋର୍ଟରେ ମୁଖ୍ୟ ବିଚାରପତିଙ୍କୁ ମିଶାଇ ମୋଟ ୧୭ଜଣ ବିଚାରପତି ହେବେ।

ଆଇନଜୀବୀ ମୃଙ୍ଗାଙ୍କ ଶେଖର ସାହୁ, ଜୁଡିସିଆଲ ଅଫିସର ରାଧାକୃଷ୍ଣ ପଟ୍ଟନାୟକ ଓ ଶଶୀକାନ୍ତ ମିଶ୍ରଙ୍କୁ ସେମାନଙ୍କର ବରିଷ୍ଠତା ଭିତ୍ତିରେ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ଦିଆଯାଇଛି । ସୁପ୍ରିମକୋର୍ଟ କଲେଜିୟମ ଗତ ସେପ୍ଟେମ୍ବର ୨୯ତାରିଖରେ ଓଡ଼ିଶା ହାଇକୋର୍ଟରେ ବିଚାରପତି ପଦବୀ ପାଇଁ ଏହି ବ୍ୟକ୍ତିମାନଙ୍କ ନାମ ସୁପାରିଶ କରିଥିଲେ । ବରିଷ୍ଠ ଓକିଲ ମୃଗାଙ୍କ ଶେଖର ସାହୁ ଏବେ ହାଇକୋର୍ଟରେ ଅତିରିକ୍ତ ସରକାରୀ ଓକିଲ ଭାବେ କାର୍ଯ୍ୟ କରୁଥିବାବେଳେ ଶଶୀକାନ୍ତ ମିଶ୍ର ଏବେ ଗଞ୍ଜାମ ଜିଲ୍ଲା ଜଜ୍ ଭାବେ କାର୍ଯ୍ୟ କରୁଛନ୍ତି । ରାଧାକାନ୍ତ ପଟ୍ଟନାୟକ ଏବେ ଓଡ଼ିଶା ସରକାରଙ୍କ ଆଇନ ସଚିବ ଭାବେ କାର୍ଯ୍ୟରତ ଅଛନ୍ତି।

Leave A Reply

Your email address will not be published.