ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ହିଟ୍-ୱେଭରେ ଲାଗିବ ବ୍ରେକ୍: ଆଉ ୩ଦିନ ପରେ ରାଜ୍ଯରେ କାଳବୈଶାଖୀ ସମ୍ଭାବନା

ଭୁବନେଶ୍ୱର: ରାଜ୍ଯରେ ଜାରି ରହିଛି ଗ୍ରୀଷ୍ମପ୍ରବାହ। ଡହଡ଼ହ ଖରାରେ ସିଝୁଛି ସାରା ଓଡ଼ାଶା। ଆଗାମୀ ୧ ତାରିଖ ପର୍ଯ୍ଯନ୍ତ ସ୍ୱଭାବିକ ତାପମାତ୍ରାଠାରୁ ଆଭ୍ୟନ୍ତରୀଣ ଓଡ଼ିଶାରେ ୩ ରୁ ୫ଡିଗ୍ରୀ ପର୍ଯ୍ଯନ୍ତ ଅଧିକ ତାପମାତ୍ରା ରହିବ। ଆଜି ଏବଂ ଆସନ୍ତାକାଲି ପାଇଁ ୧୧ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ମୟୁରଭଞ୍ଜ, କେନ୍ଦୁଝର, ଦେବଗଡ଼, ସୁନ୍ଦରଗଡ଼ ,ବରଗଡ଼, ସମ୍ବଲପୁର, ଅନୁଗୁଳ, ସୋନପୁର, ବୌଦ୍ଧ ଓ ବଲାଙ୍ଗୀରରେ ୨୮ ଏବଂ ୨୯ ତାରିଖରେ ଅଧିକ ତାପମାତ୍ରା ରହିବ । ୩୦ ତାରିଖରେ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲା ସୁନ୍ଦରଗଡ଼, ଝାରସୁଗୁଡା, ବରଗଡ଼, ସୋନପୁର, ସମ୍ବଲପୁର, ବୌଦ୍ଧ ଓ ବଲାଙ୍ଗୀର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

କାଳବୈଶାଖୀ ପ୍ରଭାବ ରାଜ୍ୟରେ ହିଟ-ୱେଭରେ ବ୍ରେକ ଲାଗିବ। ଆଗାମୀ ୩ ଦିନ ପରେ ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ପରବର୍ତୀ ୨ ଦିନ ମଧ୍ୟରେ  ମଇ ୧ ରୁ ୨ ତାରିଖ ମଧ୍ଯରେ ୨ ଡ଼ିଗ୍ରୀ ଯାଏଁ ତଳକୁ ଦିନରେ ତାତି ଖସିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ଅନ୍ୟପଟେ ୨ ଓ ୩ ତାରିଖରେ ହାଲକାରୁ ମଧ୍ୟମ ଧରଣର ବର୍ଷା ଘଡଘଡି ହୋଇପାରେ । ଏନେଇ ଉପକୂଳ ଓଡିଶାର ବିଭିନ୍ନ ଜିଲ୍ଲାକୁ ୟେଲୋ ୱର୍ଣ୍ଣିଂ ଜାରି କରାଯାଇଛି ।

 

 

Leave A Reply

Your email address will not be published.